୭୬ ବର୍ଷରେ ମୁଲାୟମ ସିଂହ ଯାଦବ

ନୂଆଦିଲ୍ଲୀ: ୭୬ ବର୍ଷରେ ପାଦ ଥାପିଲେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ। ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛୁମାନଙ୍କର ଅଭିନନ୍ଦନର ସୁଅ ଛୁଟିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୁଲାୟମ ସିଂହ ଯାଦବ ୧୯୩୯ ମସିହା ନଭେମ୍ବର ୨୨ ତାରିଖରେ ଉତ୍ତର ପ୍ରଦେଶର ସାଇଫାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୭ ମସିହାରେ ପ୍ରଥମେ ସେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଲାୟମ ୮ଥର ବିଧାୟକ ଭାବେ […]

mulayana

mulayana

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 09:12 AM IST

Sports

Latest News

ନୂଆଦିଲ୍ଲୀ: ୭୬ ବର୍ଷରେ ପାଦ ଥାପିଲେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବ। ଏହି ଅବସରରେ ତାଙ୍କ ପାଖକୁ ଶୁଭେଚ୍ଛୁମାନଙ୍କର ଅଭିନନ୍ଦନର ସୁଅ ଛୁଟିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ୍ କରି ମୁଲାୟମଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ମୁଲାୟମ ସିଂହ ଯାଦବ ୧୯୩୯ ମସିହା ନଭେମ୍ବର ୨୨ ତାରିଖରେ ଉତ୍ତର ପ୍ରଦେଶର ସାଇଫାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୬୭ ମସିହାରେ ପ୍ରଥମେ ସେ ଉତ୍ତର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ମୁଲାୟମ ୮ଥର ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୭୭ରେ ସେ ଉତ୍ତର ପ୍ରଦେଶରେ ମନ୍ତ୍ରୀ ହୋଇଥିଲେ। ୧୯୮୯ରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୯୬ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ସେହିବର୍ଷ ସେ କେନ୍ଦ୍ରର ୟୁନାଇଟେଡ୍ ଫ୍ରଣ୍ଟରେ ସାମିଲ ହୋଇଥିଲେ ଓ ପ୍ରତିରକ୍ଷା ମନ୍ତ୍ରୀ ହୋଇଥିଲେ। ତେବେ ସେହି ସରକାର ୧୯୯୮ରେ ଭାଙ୍ଗି ଯାଇଥିଲା। ସେ ତିନି ଥର ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ମୁଲାୟମଙ୍କ ଜନ୍ମଦିନ ପାଳନ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌଠାରୁ ୨୦୦ କିଲୋମିଟର ଦୂର ସାଇଫାଇରେ ଶୁକ୍ରବାରଠାରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଆସୁଅଛି। ଗତକାଲି ଓସ୍କାର ବିଜେତା ଏଆର ରେହମାନ ସଂଗୀତ ପରିବେଷଣ କରିଥିଲେ। ଗାୟକ ହରିହରନ ମଧ୍ୟ ଯୋଗ ଦେଇଥିଲେ। ଗତକାଲିର ଉତ୍ସବରେ ମୁଲାୟମଙ୍କର ପୂର୍ବତନ ଖାସ୍ ବନ୍ଧୁ ତଥା ଦଳରୁ ବହିଷ୍କୃତ ନେତା ଅମର ସିଂହଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ମୁଲାୟମଙ୍କ ସମୁଦି ଲାଲୁ ଯାଦବ ଉତ୍ସବକୁ ଆସି ନ ଥିଲେ। କୁହାଯାଉଛି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବକୁ ମୁଲାୟମ ଯାଇ ନ ଥିଲେ। ସେଥିପାଇଁ ଲାଲୁ ଗତକାଲି ଉତ୍ସବରେ ଯୋଗ ଦେଇ ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story