ଦ୍ୱନ୍ଦ୍ୱରେ କେନ୍ଦ୍ର କର୍ମଚାରୀ: କେତେ ହେବ ସର୍ବନିମ୍ନ ଦରମା ଓ ମିଳିବ କି ନାଇଁ ଏରିଅର

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୧,୦୦୦ ଟଙ୍କା କରିବାକୁ ଅର୍ଥ ମନ୍ତ୍ରାଳୟ ବିଚାର କରୁଛି। ଏବେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮,୦୦୦ ଟଙ୍କା ରହିଛି। ଏଭଳି ଏକ ସ୍ଥିତିରେ କେନ୍ଦ୍ର କର୍ମଚାରୀମାନେ ଜାନୁଆରୀରୁ କେତେ ଟଙ୍କା ପାଇବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଦରମା ବଢ଼ିବା ପରେ ସୃଷ୍ଟି ହେବାକୁ ଥିବା ଅସଙ୍ଗତିଗୁଡ଼ିକ ଉପରେ ବର୍ତ୍ତମାନ ଜାତୀୟ ଅସଙ୍ଗତି କମିଟି (ଏନ୍‌ଏସି) କାର୍ଯ୍ୟ କରୁଛି। ସମସ୍ତ ପକ୍ଷଙ୍କ ଯୁକ୍ତି […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 02:07 PM IST

Sports

Latest News

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସର୍ବନିମ୍ନ ଦରମା ୨୧,୦୦୦ ଟଙ୍କା କରିବାକୁ ଅର୍ଥ ମନ୍ତ୍ରାଳୟ ବିଚାର କରୁଛି। ଏବେ କେନ୍ଦ୍ର କର୍ମଚାରୀଙ୍କ ସର୍ବନିମ୍ନ ଦରମା ୧୮,୦୦୦ ଟଙ୍କା ରହିଛି। ଏଭଳି ଏକ ସ୍ଥିତିରେ କେନ୍ଦ୍ର କର୍ମଚାରୀମାନେ ଜାନୁଆରୀରୁ କେତେ ଟଙ୍କା ପାଇବେ ସେ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି।

ଦରମା ବଢ଼ିବା ପରେ ସୃଷ୍ଟି ହେବାକୁ ଥିବା ଅସଙ୍ଗତିଗୁଡ଼ିକ ଉପରେ ବର୍ତ୍ତମାନ ଜାତୀୟ ଅସଙ୍ଗତି କମିଟି (ଏନ୍‌ଏସି) କାର୍ଯ୍ୟ କରୁଛି। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଏନ୍‌ଏସି ସପ୍ତମ ବେତନ କମିଶନଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ବେତନରେ ଅଳ୍ପ କିଛି ପରିବର୍ତ୍ତନ କରିପାରନ୍ତି। ଏନ୍‌ଏସି ସର୍ବନିମ୍ନ ବେତନକୁ ୩୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସୁପାରିଶ କରିପାରନ୍ତି।

ଏନ୍‌ଏସି ଏନେଇ ଏକ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିବ। ପରେ ଏହାକୁ ଡିପାର୍ଟମେଣ୍ଟ୍ ଅଫ୍ ଏକ୍ସପେଣ୍ଡିଚର ତର୍ଜମା କରିବ। ଯଦି ସବୁ ଠିକ୍‌ଠାକ୍ ରହେ ତା’ହେଲେ ସର୍ବନିମ୍ନ ଦରମା ୧୮,୦୦୦ରୁ ୨୧,୦୦୦ ଟଙ୍କାକୁ ବଢ଼ିବ। ନୂଆ ବେତନ ବ୍ୟବସ୍ଥା ୨୦୧୮ରୁ ଲାଗୁ ହେବ। ମିଳିଥିବା ସୂଚନା ମୁତାବକ କେନ୍ଦ୍ର ସରକାର ସର୍ବନିମ୍ନ ଦରମା ୨୧,୦୦୦ ଟଙ୍କା କରିବାକୁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ବେତନ ବୃଦ୍ଧି ଉପରେ ଏରିଅର ଦେବାକୁ ସରକାର ରାଜି ନାହାନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସର୍ବନିମ୍ନ ଦରମା ୧୮,୦୦୦ ଟଙ୍କାରୁ ୨୬,୦୦୦ ଟଙ୍କା କରିବାକୁ କେନ୍ଦ୍ର କର୍ମଚାରୀ ସଂଘ ପକ୍ଷରୁ ଦାବି କରାଯାଇଛି। ତେଣୁ କର୍ମଚାରୀମାନେ ଭାବୁଛନ୍ତି ଯେ ସର୍ବନିମ୍ନ ଦରମା ୨୧,୦୦୦ ଟଙ୍କା ହେଲେ ସେମାନଙ୍କର ଆର୍ଥିକ ସ୍ଥିତିରେ ବିଶେଷ କିଛି ଫରକ ପଡ଼ିବ ନାହିଁ। ସେଥିପାଇଁ ସେମାନେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ସରକାର କର୍ମଚାରୀ ବିରୋଧୀ ବୋଲି ମନେ କରୁଛନ୍ତି। ଏହାବ୍ୟତୀତ ସପ୍ତମ ବେତନ କମିଶନରୁ ସେମାନେ ଯାହା ଆଶା କରୁଥିଲେ ତାହା ପାଇନାହାନ୍ତି ବୋଲି ମନେ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story