ସପ୍ତମବେତନ କମିଶନ ସଂଶୋଧିତ: ଜୁଲାଇ ପହିଲାରୁ ମିଳିବ ବର୍ଦ୍ଧିତ ଦରମା, କ୍ୟାବିନେଟ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର।  ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଭାବଦରେ ସପ୍ତମବେତନ କମିଶନ ଯେଉଁ ସଂଶୋଧନ ଆଣିଛନ୍ତି ତାହାକୁ  ବୁଧବାର କେନ୍ଦ୍ର କ୍ୟାବିନେଟ ଗ୍ରହଣ କରିଛି। ଅର୍ଥାତ ପୂର୍ବ ଅପେକ୍ଷା ଏଣିକି ଅଧିକ ଦରମା ଏବଂ ଭତ୍ତା ପାଇବେ କେନ୍ଦ୍ର କର୍ମଚାରୀ। ଜୁଲାଇ ୧ରୁ ଏହି ନିମୟ ଲାଗୁ ହେବ।  ସଂଶୋଧିତ ନିମୟ ଅନୁଯାୟୀ  ଘରଭଡ଼ା ବାବଦରେ (ନୂତନ ବେଶିକ ଉପରେ )୨୪, ୧୬ ଏବଂ ୮ ପ୍ରତିଶତ ଧାର୍ଯ୍ୟ ହୋଇଛି।  ଏହି […]

7th pay

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 10:18 PM IST

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର।  ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଭାବଦରେ ସପ୍ତମବେତନ କମିଶନ ଯେଉଁ ସଂଶୋଧନ ଆଣିଛନ୍ତି ତାହାକୁ  ବୁଧବାର କେନ୍ଦ୍ର କ୍ୟାବିନେଟ ଗ୍ରହଣ କରିଛି। ଅର୍ଥାତ ପୂର୍ବ ଅପେକ୍ଷା ଏଣିକି ଅଧିକ ଦରମା ଏବଂ ଭତ୍ତା ପାଇବେ କେନ୍ଦ୍ର କର୍ମଚାରୀ। ଜୁଲାଇ ୧ରୁ ଏହି ନିମୟ ଲାଗୁ ହେବ।  ସଂଶୋଧିତ ନିମୟ ଅନୁଯାୟୀ  ଘରଭଡ଼ା ବାବଦରେ (ନୂତନ ବେଶିକ ଉପରେ )୨୪, ୧୬ ଏବଂ ୮ ପ୍ରତିଶତ ଧାର୍ଯ୍ୟ ହୋଇଛି।  ଏହି ସୁବିଧା ସହରର ଗୁରୁତ୍ୱକୁ ନେଇ ତଫାତ ଆସିବ ।

ସେହିପରି ନୂଆ ବେଶିକ୍‌ ପେ, ସର୍ବନିମ୍ନ ୫,୪୦୦, ୩,୬୦୦, ୧୮୦୦ ଟଙ୍କାରୁ  କମିବ ନାହିଁ।  ସେହିପରି ସର୍ବନିମ୍ନ ଦରମା ୧୮ ହଜାର ଟଙ୍କା ଧାର୍ଯ୍ୟ ହୋଇଛି।  ତେବେ ପୂର୍ଣ୍ଣ ଭତ୍ତା( ଟୁଟାଲ ଆଲାଉନ୍ସ) ଉପରେ ୬୦ ପ୍ରତିଶିତ ଘରଭଡ଼ା (ଏଚଆରଏ) ସ୍ଥିର ହୋଇଛି। ନୂଆ ସଂଶୋଧନ ଅନୁଯାୟୀ ସରକାରଙ୍କ ଉପରେ ଅତିରିକ୍ତ ୩୦,୭୪୮ କୋଟି ଟଙ୍କା ବୋଝ ପଡ଼ିବ। ସୂଚନା ଅନୁଯାୟୀ ଗତ ବର୍ଷ କେନ୍ଦ୍ର ସରକାର ସପ୍ତମବେତନ କମିଶନ ଲାଗୁ କରିଥିଲେ। ତେବେ ଏଥିରେ ଯେଉଁ ଦରମା ଧାର୍ଯ୍ୟ  ହୋଇଥିଲା କେନ୍ଦ୍ର କର୍ମଚାରୀ ଖୁସି ନ ଥିଲେ। ବିରୋଧ ଉଠିଥିଲା। ପରେ ବିରୋଧକୁ ଦେଖି ଏହାର ସଂଶୋଧନ ପାଇଁ ସରକାର କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସପ୍ତମବେଶନ କମିଶନଙ୍କ ଏହି ସୁପାରିଶକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି।  

Related story