ପଥର କ୍ୱାରୀରେ ବିସ୍ଫୋରଣ, ୮ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକାର ଶିବମୋଗ୍ଗା ଜିଲ୍ଲାର ହୁନାସୋଣ୍ଡି ନିକଟସ୍ଥ ଅବ୍ବଲାଗେରେ ଗାଁରେ ଗତକାଲି ରାତିରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଲୋକ ମଧ୍ୟରେ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। କାରଣ ଏବେବି ଘଟଣାସ୍ଥଳକୁ ସଫା କରାଯାଇନାହିଁ। ଘଟଣାସ୍ଥଳରେ ଏବେବି କିଛି ଜୀବନ୍ତ ଡାଇନାମାଇଟ୍ ଷ୍ଟିକ୍ ପଡ଼ି ରହିଥିବା ପୁଲିସ୍ ଆଶଙ୍କା କରୁଛି। ତେଣୁ ଘଟଣାସ୍ଥଳକୁ ପୁଲିସ୍ ସିଲ୍ କରି ରଖିବା […]

explosion

explosion

Jitendra Garnayak
  • Published: Friday, 22 January 2021
  • Updated: 22 January 2021, 11:37 AM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାର ଶିବମୋଗ୍ଗା ଜିଲ୍ଲାର ହୁନାସୋଣ୍ଡି ନିକଟସ୍ଥ ଅବ୍ବଲାଗେରେ ଗାଁରେ ଗତକାଲି ରାତିରେ ଏକ ପଥର କ୍ୱାରୀରେ ବିସ୍ଫୋରଣ ଘଟି ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆଉ କିଛି ଲୋକ ମଧ୍ୟରେ ଏଥିରେ ପ୍ରାଣ ହରାଇଥିବା କୁହାଯାଉଛି। ତେବେ ଏନେଇ କିଛି ସ୍ପଷ୍ଟ ହୋଇନାହିଁ। କାରଣ ଏବେବି ଘଟଣାସ୍ଥଳକୁ ସଫା କରାଯାଇନାହିଁ। ଘଟଣାସ୍ଥଳରେ ଏବେବି କିଛି ଜୀବନ୍ତ ଡାଇନାମାଇଟ୍ ଷ୍ଟିକ୍ ପଡ଼ି ରହିଥିବା ପୁଲିସ୍ ଆଶଙ୍କା କରୁଛି। ତେଣୁ ଘଟଣାସ୍ଥଳକୁ ପୁଲିସ୍ ସିଲ୍ କରି ରଖିବା ସହିତ ବୋମା ନିଷ୍କ୍ରୀୟକାରୀ ଦଳକୁ ଡକାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ଏହି ପଥର କ୍ୱାରୀକୁ ଏକ ଟ୍ରକ୍‌ରେ ଡାଇନାମାଇଟ୍‌ ଆସିଥିଲା। ଡାଇନାମାଇଟ୍ ଗୁଡ଼ିକୁ ଟ୍ରକ୍‌ରୁ ବାହାର କରାଯାଉଥିବା ବେଳେ ବିସ୍ପୋରଣ ଘଟିଥିଲା। ବିସ୍ଫୋରଣରେ ଟ୍ରକ୍‌ଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଅଘଟଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହା ନିକଟସ୍ଥ ଚିକ୍କାମାଗାଲୁରୁ ଜିଲ୍ଲା ପର୍ଯ୍ୟନ୍ତ ମଧ୍ୟ ଶୁଣା ଯାଇଥିଲା। କେହି କେହି ପ୍ରଚଣ୍ଡ ଶବ୍ଦ ଶୁଣି ଡରି ଯାଇଥିଲେ। ଆଉ କେହି କେହି ଭୂକମ୍ପ ହେଲା ବୋଲି ଭାବିଥିଲେ। ସେହିପରି ଏହି ପଥର କ୍ୱାରୀ ଥିବା ଗାଁର ଅନେକ ଲୋକଙ୍କ କାଚ ଝରକା ମଧ୍ୟ ଭାଙ୍ଗି ଯାଇଛି। ସେମାନେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ଅନେକ ଲୋକ ଘର କ୍ଷୟକ୍ଷତି ହେବାର ଫଟୋ ଟ୍ୱିଟ୍ ମଧ୍ୟ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍ କରି ସେ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ଶିବମୋଗ୍ଗା ହେଉଛି ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପାଙ୍କ ଜିଲ୍ଲା। ସେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୱିଟ୍‌ କରି ସେ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହା ସହିତ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ଏହି ବିସ୍ଫୋରଣରେ ଯେଉଁମାନେ ଆହତ ହୋଇଛନ୍ତି, ସେମାନଙ୍କୁ ଚିକିତ୍ସା କରାଯାଉଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story