ତାମିଲନାଡୁରେ ୭୫ ବର୍ଷ ତଳର କୋଠା ଭୁଶୁଡ଼ିଲା, ୮ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାମିଲନାଡୁ ନାଗପଟ୍ଟିନମ୍ ଜିଲ୍ଲା ପୋରାୟାରରେ ଭୁଶୁଡ଼ି ପଡ଼ିଛି ବସ୍ ଡିପୋର ଛାତ। ଏହି ଅଘଟଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ହେଉଛନ୍ତି ରାଜ୍ୟ ପରିବହନ ବିଭାଗର କର୍ମଚାରୀ। ଏହି ବିଲଡିଂର ଛାତ ବହୁତ ଦୁର୍ବଳ ଅବସ୍ଥାରେ ଥିଲା। ୭୫ ବର୍ଷ ତଳେ, ୧୯୪୩ ମସିହାରେ ଏହା ତିଆରି ହୋଇଥିଲା। ବିଲଡିଂର ଦୁର୍ବଳ ଅବସ୍ଥା ସଂପର୍କରେ ସରକାରଙ୍କୁ ଆଗରୁ ସତର୍କ କରାଇ ଦିଆଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇନଥିଲେ କର୍ତ୍ତୃପକ୍ଷ। ସେଥିପାଇଁ […]

Rakesh Mallick
  • Published: Friday, 20 October 2017
  • Updated: 20 October 2017, 07:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାମିଲନାଡୁ ନାଗପଟ୍ଟିନମ୍ ଜିଲ୍ଲା ପୋରାୟାରରେ ଭୁଶୁଡ଼ି ପଡ଼ିଛି ବସ୍ ଡିପୋର ଛାତ। ଏହି ଅଘଟଣରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ହେଉଛନ୍ତି ରାଜ୍ୟ ପରିବହନ ବିଭାଗର କର୍ମଚାରୀ। ଏହି ବିଲଡିଂର ଛାତ ବହୁତ ଦୁର୍ବଳ ଅବସ୍ଥାରେ ଥିଲା। ୭୫ ବର୍ଷ ତଳେ, ୧୯୪୩ ମସିହାରେ ଏହା ତିଆରି ହୋଇଥିଲା। ବିଲଡିଂର ଦୁର୍ବଳ ଅବସ୍ଥା ସଂପର୍କରେ ସରକାରଙ୍କୁ ଆଗରୁ ସତର୍କ କରାଇ ଦିଆଯାଇଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଇନଥିଲେ କର୍ତ୍ତୃପକ୍ଷ। ସେଥିପାଇଁ ଏହି ଅଘଟଣ ଘଟିଥିଲା ବୋଲି କହିଛନ୍ତି ବିରୋଧୀ। ମୃତକଙ୍କ ପରିବାର ପିଛା ସାଢ଼େ ୭ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତଥାପି ଏହା ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। କ୍ଷତିପୂରଣ ରାଶି ୧୦ ଲକ୍ଷ ଟଙ୍କା ଓ ମୃତକଙ୍କ ପରିବାରର ଜଣକୁ ଚାକିରି ଦେବାକୁ ସେମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos