୮ଟି ବିମାନ ଜରିଆରେ ୧୩ଟି ସ୍ଥାନକୁ ଗଲା ଟିକା
ପୁଣେ: କରୋନା ଟିକା କୋଭିଶିଲ୍ଡର ବିତରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନୋଟି ଟିକା ଭର୍ତ୍ତି ଟ୍ରକ୍ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ପଠାଯିବ। ପ୍ରଥମ ବିମାନ ଦିଲ୍ଲୀ ଅଭିମୁଖେ ଯିବ ବୋଲି ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେ କହିଛନ୍ତି।
ଏସବି ଲଜିଷ୍ଟିକ୍ସ ହେଉଛି ସମାନ କମ୍ପାନୀ ଯାହା ଟିକାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବ। ଏହି ଟିକା ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନକୁ ରେଫ୍ରିଜରେଟର ଟ୍ରକ୍ ସହିତ କୁଲ୍ ଏକ୍ସ ନାମକ ଏକ କମ୍ପାନୀ ଦ୍ୱାରା ବିତରଣ କରିବ। କୁଲ ଏକ୍ସ ୧୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ଟିକା ପହଞ୍ଚାଇବା କାର୍ଯ୍ୟ କରିଛି।
A total of 8 flights will transport Covishield vaccine from Pune International Airport to 13 different locations today. The first flight will leave for Delhi airport: Sandip Bhosale, MD of SB Logistics, the company handling air transportation of the vaccine from Pune airport https://t.co/1ihftsPjza
— ANI (@ANI) January 12, 2021
ସୂଚନାଯୋଗ୍ୟ, ସେରମ୍ ପାଖରୁ ସରକାର ୧୧ ମିଲିୟନ୍ (୧୦ ନିୟୁତ) କୋଭିଶିଲ୍ଡ ଟିକା କିଣିବେ। ପ୍ରାରମ୍ଭରେ କୋଭିଶିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବ। ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ।
କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଭାରତରେ ପ୍ରସ୍ତୁତ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।