ଟ୍ରେନ୍ ଯାତ୍ରୀଙ୍କ ପାଇଁ ୮ଟି ନୂଆ ସୂଚନା: ଆଜିଠୁ ଇ-ଟିକେଟ, ଲେଖାହେବ ସବୁ ଆଞ୍ଚଳିକ ଭାଷା

୧.      ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ଆପଣ ତତ୍କାଳ ଟିକେଟ ରଦ୍ଦ କଲେ ୫୦ ପ୍ରତିଶତ ମୂଲ୍ୟ ଫେରସ୍ତ ପାଇବେ। ୨.      ଆଜିଠାରୁ ମଧ୍ୟ ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସରେ ପେପରଲେସ୍ ଟିକେଟ ବ୍ୟବସ୍ଥା ଆରମ୍ଭ ହୋଇଛି। ଯାତ୍ରୀ ମାନଙ୍କୁ ଏଣିକି ପେପର ଟିକଟ ବଦଳରେ ମୋବାଇଲ ମାଧ୍ୟମରେ ଈ-ଟିକେଟ ଯୋଗାଇ ଦିଆଯିବ। ୩.      ଏହାଛଡ଼ା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଟିକେଟ ଉପବଲବ୍ଧ ହେବ। ୪.      କୈାଣସି […]

ind

Rakesh Mallick
  • Published: Saturday, 01 July 2017
  • , Updated: 01 July 2017, 02:29 PM IST

୧.      ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଆଜିଠାରୁ ଆପଣ ତତ୍କାଳ ଟିକେଟ ରଦ୍ଦ କଲେ ୫୦ ପ୍ରତିଶତ ମୂଲ୍ୟ ଫେରସ୍ତ ପାଇବେ।

୨.      ଆଜିଠାରୁ ମଧ୍ୟ ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସରେ ପେପରଲେସ୍ ଟିକେଟ ବ୍ୟବସ୍ଥା ଆରମ୍ଭ ହୋଇଛି। ଯାତ୍ରୀ ମାନଙ୍କୁ ଏଣିକି ପେପର ଟିକଟ ବଦଳରେ ମୋବାଇଲ ମାଧ୍ୟମରେ ଈ-ଟିକେଟ ଯୋଗାଇ ଦିଆଯିବ।

୩.      ଏହାଛଡ଼ା ଇଂରାଜୀ ଓ ହିନ୍ଦୀ ଭାଷା ବ୍ୟତୀତ ଅନ୍ୟ ଆଞ୍ଚଳିକ ଭାଷାରେ ମଧ୍ୟ ଟିକେଟ ଉପବଲବ୍ଧ ହେବ।

୪.      କୈାଣସି ବ୍ୟକ୍ତି ଟ୍ରେନ୍ ବୋ଼ର୍ଡିଂ ସମୟର ୪ ଘଣ୍ଟା ପୂର୍ବରୁ ନିଜ ଟିକେଟ ବାତିଲ କଲେ, ତେବେ ତାଙ୍କୁ କୌଣସି ଟଙ୍କା ଫେରସ୍ତ  ମିଳିବ ନାହିଁ।

୫.      ଆରଏସି ଟିକେଟ ବାତିଲ କରିବା ପାଇଁ ଟ୍ରେନ୍ ଛାଡିବାର ୩୦ ମିନିଟ ପୂର୍ବରୁ ଟିକେଟ ବାତିଲ କରିପାରିବେ। କ୍ୟାନ୍ସଲ୍ ଚାର୍ଜ କାଟିବା ପରେ ଆପଣଙ୍କ ଟଙ୍କା ଫେରସ୍ତ ମିଳିବ।

୬.      ଯଦି ଆପଣଙ୍କ ପାଖରେ ଇ-ଟିକେଟ ଅଛି ଓ ଆପଣଙ୍କ ଟ୍ରେନ୍ ରଦ୍ଦ ହୋଇଗଲା, ତେବେ ଆପଣକୁ ଆଉ ଟିଡିଆର ବା ଟିକେଟ ଡିପୋଜିଟ୍ ରିସିପ୍ଟ ଦେବାକୁ ପଡିବ ନାହିଁ। ଆପଣଙ୍କ ଟଙ୍କା ଆପେ ଆପେ ଆକାଉଣ୍ଟକୁ ଆସିଯିବ।

୭. ଏହାଛଡା ଯଦି ଆପଣଙ୍କ ପାଖରେ ଇ-ଟିକେଟ ରହିଛି ଓ ଏହା ୱେଟିଂରେ ଅଛି ତେବେ ଏହାକୁ ନେଇ ଆପଣ ଯାତ୍ରା କରିପାରିବେ ନାହିଁ। ଏହା ବିନା ଟିକେଟରେ ଯାତ୍ରା ବୋଲି  କୁହାଯିବ।

୮. ୱେଟିଂ ଇ-ଟିକେଟ ନିଜ ଅନୁଯାୟୀ ବାତିଲ କରିହେବ ଏହାର ଟଙ୍କା ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ ହୋଇଯିବ।

Related story