ଦେଶର ୮୨ ପ୍ରତିଶତ ଡାକ୍ତରଙ୍କୁ ଘାରୁଛି ଆକ୍ରମଣ ଡର

ଦେଶରେ ଡାକ୍ତରମାନେ ନିଜ କାମକୁ ନେଇ ଅନେକ ସମୟରେ ଚିନ୍ତା ଓ ବିଷାଦରେ ରହୁଥିବା ସମସ୍ତେ ଜାଣନ୍ତି। ହେଲେ ଏହାର ପ୍ରତିଶତ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ କରାଯାଇଥିବା ଏକ  ସର୍ଭେରୁ ଜଣାପଡିଛି ଦେଶର ୮୨.୭ ପ୍ରତିଶତ ଡାକ୍ତର ସେମାନଙ୍କ ପେଷାକୁ ଚିନ୍ତା ଓ ଡରରେ ରହିଥାନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୪୬.୩ ପ୍ରତିଶତ ଡାକ୍ତର ହିଂସାକୁ ନେଇ ଚିନ୍ତାରେ ରହୁଥିବା ବେଳେ ୨୪.୨ ପ୍ରତିଶତ ଡାକ୍ତର ମକଦ୍ଦମାକୁ ନେଇ ଡରରେ ରହିଥାନ୍ତି। […]

doctor

doctor

Rakesh Mallick
  • Published: Monday, 03 July 2017
  • Updated: 03 July 2017, 10:51 PM IST

ଦେଶରେ ଡାକ୍ତରମାନେ ନିଜ କାମକୁ ନେଇ ଅନେକ ସମୟରେ ଚିନ୍ତା ଓ ବିଷାଦରେ ରହୁଥିବା ସମସ୍ତେ ଜାଣନ୍ତି। ହେଲେ ଏହାର ପ୍ରତିଶତ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଇଣ୍ଡିଆନ ମେଡିକାଲ ଆସୋସିଏସନ ତରଫରୁ କରାଯାଇଥିବା ଏକ  ସର୍ଭେରୁ ଜଣାପଡିଛି ଦେଶର ୮୨.୭ ପ୍ରତିଶତ ଡାକ୍ତର ସେମାନଙ୍କ ପେଷାକୁ ଚିନ୍ତା ଓ ଡରରେ ରହିଥାନ୍ତି। ସର୍ଭେ ରିପୋର୍ଟ ଅନୁସାରେ ୪୬.୩ ପ୍ରତିଶତ ଡାକ୍ତର ହିଂସାକୁ ନେଇ ଚିନ୍ତାରେ ରହୁଥିବା ବେଳେ ୨୪.୨ ପ୍ରତିଶତ ଡାକ୍ତର ମକଦ୍ଦମାକୁ ନେଇ ଡରରେ ରହିଥାନ୍ତି। ୧୩.୭ ପ୍ରତିଶତ ଡାକ୍ତର ଅପରାଧିକ ମାମଲା ଚାଲିବାକୁ ନେଇ ସବୁ ବେଳେ ଚିନ୍ତିତ ଥାନ୍ତି।

ଡାକ୍ତରଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅପରାଧିକ ମାମଲା ରୁଜୁ ଅଧିକ ଚିନ୍ତାଜନକ ସ୍ଥିତିରେ ରହିଛି। ସର୍ଭେ ରିପୋର୍ଟ ଅନୁସାରେ ଏହି କାରଣରୁ ୫୬ ପ୍ରତିଶତ ଡାକ୍ତର ଦିନକୁ ୭ ଘଣ୍ଟାର ସାମାନ୍ୟ ନିଦରେ ମଧ୍ୟ ଶୋଇ ପାରୁନାହାନ୍ତି।

୧୫ ଦିନ ଧରି ଅନ୍‌ଲାଇନ୍‌ରେ ହୋଇଥିବା ଏହି ସର୍ଭେରେ ୧୬୮୧ ଜଣ ଡାକ୍ତର ଅଂଶଗ୍ରହଣ କରି ନିଜ ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos