କଶ୍ମୀର ପର୍ଯ୍ୟଟନ ଶିଳ୍ପରେ ମାନ୍ଦାବସ୍ଥା

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାର ପ୍ରଭାବ କେନ୍ଦ୍ର ଶାସିତ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ  ପଡ଼ିଛି। ପର୍ଯ୍ୟଟନ ଶିଳ୍ପରୁ ଅଧିକ ରାଜସ୍ୱ ଆଦାୟ କରୁଥିବା ଜମ୍ମୁ କଶ୍ମୀରରେ କିନ୍ତୁ ଚଳିତ ଥର ବହୁତ କମ୍ ରାଜସ୍ୱ ଆଦାୟ କରିଛି। କହିବାକୁ ଗଲେ ପର୍ଯ୍ୟଟନ ଶିଳ୍ପରେ ମାନ୍ଦା ବସ୍ଥା ଦେଖାଦେଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଗଷ୍ଟରୁ ନଭେମ୍ୱର ମଧ୍ୟରେ ୩୨ ହଜାର ପର୍ଯ୍ୟଟକ କଶ୍ମୀର ଭ୍ରମଣ କରିଥିବା ଜଣାପଡ଼ିଛି। ଏହି […]

KASHMIR TOURIST

Subhransu Sekhar
  • Published: Monday, 09 December 2019
  • , Updated: 09 December 2019, 04:54 PM IST

ଶ୍ରୀନଗର: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହାର ପ୍ରଭାବ କେନ୍ଦ୍ର ଶାସିତ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ଉପରେ  ପଡ଼ିଛି। ପର୍ଯ୍ୟଟନ ଶିଳ୍ପରୁ ଅଧିକ ରାଜସ୍ୱ ଆଦାୟ କରୁଥିବା ଜମ୍ମୁ କଶ୍ମୀରରେ କିନ୍ତୁ ଚଳିତ ଥର ବହୁତ କମ୍ ରାଜସ୍ୱ ଆଦାୟ କରିଛି। କହିବାକୁ ଗଲେ ପର୍ଯ୍ୟଟନ ଶିଳ୍ପରେ ମାନ୍ଦା ବସ୍ଥା ଦେଖାଦେଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଅଗଷ୍ଟରୁ ନଭେମ୍ୱର ମଧ୍ୟରେ ୩୨ ହଜାର ପର୍ଯ୍ୟଟକ କଶ୍ମୀର ଭ୍ରମଣ କରିଥିବା ଜଣାପଡ଼ିଛି। ଏହି ସମସ୍ତ ପର୍ଯ୍ୟଟକ ଘରୋଇ (ଦେଶର ନାଗରିକ) ବୋଲି ଜଣାପଡ଼ିଛି।

ସେହିପରି ଏହି ୪ ମାସର ପର୍ଯ୍ୟଟକ ସଂଖ୍ୟା ପୂର୍ବ ବର୍ଷ ତୁଳନାରେ ଯଦି ଦେଖିବା ତାହେଲେ ୮୭ ପ୍ରତିଶତ ଘରୋଇ ପର୍ଯ୍ୟଟକ କମ୍ ବୋଲି ଜଣାପଡ଼ିଛି। ସେହିପରି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୮୨ ପ୍ରତିଶତ ପୂର୍ବ ବର୍ଷ ତୁଳନାରେ କମିଛି ବୋଲି ଜଣାପଡ଼ିଛି। ଗତ ବର୍ଷ ଏହି ୪ ମାସ ମଧ୍ୟରେ ମୋଟ ୪.୨୯ ଲକ୍ଷ ଘରୋଇ ପର୍ଯ୍ୟଟକ କଶ୍ମୀର ଭ୍ରମଣ କରିଥିଲେ।

ସେହିପରି ଅଗଷ୍ଟରୁ ନଭେମ୍ୱର ମଧ୍ୟରେ ଚଳିତ ବର୍ଷ ନଭେମ୍ୱରରେ ଅଧିକ ସଂଖ୍ୟକ ପର୍ଯ୍ୟଟକ କଶ୍ମୀର ଆସିଥିବା ଜଣାପଡ଼ିଛି। ଗତମାସରେ ୧୦, ୯୪୬ ଘରୋଇ ପର୍ଯ୍ୟଟକ କଶ୍ମୀର ଆସିଥିବା ବେଳେ ୧,୧୪୦ ବିଦେଶୀ ପର୍ଯ୍ୟଟକ ଆସିଥିଲେ।

ଜୁନ୍ ଏବଂ ଜୁଲାଇରୁ ଧାରା ୩୭୦ ଉଚ୍ଛେଦ ହେବ ବୋଲି କୌଣସି ସୂଚନା ନଥିଲା। ତେଣୁ ଜୁନରେ ୧.୬୨ ଲକ୍ଷ ଏବଂ ଜୁଲାଇରେ ୧.୪୯ ଲକ୍ଷ ଘରୋଇ ପର୍ଯ୍ୟଟକ କଶ୍ମୀର ଆସିଥିଲେ ବୋଲି ଜଣାପଡ଼ିଛି।

ଚଳିତବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ତୁଳନାରେ ଗତ ଥର ୨୭ ପ୍ରତିଶତ ଅଧିକ ପର୍ଯ୍ୟଟକ ଆସିଥିଲେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅଗଷ୍ଟରେ ଅମରନାଥ ଯାତ୍ରା ଚାଲିଥିବା ବେଳେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିଥିଲେ। ଫଳରେ ପର୍ଯ୍ୟଟକ ସଂଖ୍ୟା ହ୍ରାସ ପାଇଛି ବୋଲି ଜଣାପଡ଼ିଛି।

ଶ୍ରୀନଗର ରାଜବାଗର ଜଣେ ହୋଟେଲ ମାଲିକ ପରଭେଜ ବାବା କହିଛନ୍ତି ତାଙ୍କ ହୋଟେଲର ୨୪ଟି ରୁମରୁ ମାତ୍ର ୪ଟି ରୁମ୍ ଚଳିତ ସପ୍ତାହରେ ବୁକ୍ ହୋଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଯାଇ ରୁମ୍ ଭଡ଼ା ଅଧାରୁ କମ୍ ଦାମରେ ଦେଇଥିବା ସେ କହିଛନ୍ତି।

୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହୋଇଥିଲା। ଏହାପରେ ଦୁଇ ମାସରୁ ଅଧିକ ଦିନ ହେବ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଜାରି ରହିଥିଲା। ଫଳରେ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ପଡ଼ିଛି।

Related story