ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚିଠି ଲେଖି ଚର୍ଚ୍ଚାର ପରିସରକୁ ଆସିଛନ୍ତି ୯ ବର୍ଷର ବାଳକ ଡିଲନ୍। ତାଙ୍କର ଏହି ଚିଠି ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି। ଥାର୍ଡ ଗ୍ରେଡ୍ରେ ପଢ଼ୁଥିବା ଡିଲନ୍ ତାଙ୍କ ଚିଠରେ ଉଲ୍ଲେଖ କରିଛନ୍ତି ଯେ ଟ୍ରମ୍ପ୍ ତାଙ୍କର ପସନ୍ଦର ରାଷ୍ଟ୍ରପତି। ତେଣୁ ତାଙ୍କ ଜନ୍ମ ଦିନ ବି ଟ୍ରମ୍ପ ଥିମ୍ରେ ପାଳନ କରାଯାଇଥିଲା। ଏହାସହିତ ଜନ୍ମ ଦିନ କେକ୍ର ଆକାର ଟ୍ରମ୍ପଙ୍କ ଟୋପି ପରି ଥିଲା।
ସେ ଚିଠିରେ ଟ୍ରମ୍ପଙ୍କୁ ତାଙ୍କ ବୟସ ସଂପର୍କରେ ପଚାରିଛନ୍ତି। ତା’ସହିତ ଆହୁରି ଅନେକ ପ୍ରଶ୍ନ ପଚାରିଛନ୍ତି। ସେ ପଚାରିଛନ୍ତି,“ହ୍ୱାଇଟ୍ ହାଉସ୍ କେତେ ବଡ଼? ଆପଣଙ୍କ ନିକଟରେ କେତେ ଟଙ୍କା ରହିଛି? ମୋ ସହିତ ବନ୍ଧୁତା କରିବେ କି?”
ଏସବୁ ସହିତ ଟ୍ରମ୍ପଙ୍କୁ ଲୋକେ କାହିଁକି ପସନ୍ଦ କରୁ ନାହାଁନ୍ତି ବୋଲି ସେ ଚିଠିରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆମେରିକା ରାଷ୍ଟ୍ରପତି ଡିଲନ୍ଙ୍କ ବନ୍ଧୁତାକୁ ସ୍ୱୀକାର କରିଛନ୍ତି। ହ୍ୱାଇଟ୍ ହାଉସ୍ ପକ୍ଷରୁ ଡିଲନ୍ ଓ ତାଙ୍କ ପରିବାରକୁ ରାଷ୍ଟ୍ରପତି ଭବନ ବୁଲିବାକୁ ନିମନ୍ତ୍ରଣ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।