୯/୧୧ ଆତଙ୍କବାଦ ଆକ୍ରମଣକୁ ୧୪ ବର୍ଷ

ୱାଶିଂଟନ୍: ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୪ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ୱର୧୧ରେ ଆତଙ୍କବାଦୀ ସଂଗଠନ ଅଲକାଏଦାର ବିମାନ ମାଡରେ ଟୁଇନ୍ ଟାୱାର ଓ ପେଣ୍ଟାଗନ୍ ଧ୍ୱଂସ ହୋଇଥିଲା । ମାତ୍ର କେଇ ମିନିଟ୍ ଭିତରେ ପ୍ରାୟ ୩ ହଜାର ନିରୀହ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପଛରେ ମାଷ୍ଟର ମାଇଣ୍ଡ ଥିଲା ଅଲକାଏଦାର ମୁଖ୍ୟ ଓସମାବିନ୍ ଲାଦେନ୍। ଏହି ଆକ୍ରମଣ ପରେ ଲାଦେନ୍  ଆମେରିକାକୁ କିଛି ବର୍ଷ ଧରି […]

towers

Rakesh Mallick
  • Published: Friday, 11 September 2015
  • , Updated: 04 May 2017, 03:44 PM IST

ୱାଶିଂଟନ୍: ଆମେରିକାର ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଉପରେ ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୪ବର୍ଷ ପୂରିଛି। ୨୦୦୧ ସେପ୍ଟେମ୍ୱର୧୧ରେ ଆତଙ୍କବାଦୀ ସଂଗଠନ ଅଲକାଏଦାର ବିମାନ ମାଡରେ ଟୁଇନ୍ ଟାୱାର ଓ ପେଣ୍ଟାଗନ୍ ଧ୍ୱଂସ ହୋଇଥିଲା । ମାତ୍ର କେଇ ମିନିଟ୍ ଭିତରେ ପ୍ରାୟ ୩ ହଜାର ନିରୀହ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣା ପଛରେ ମାଷ୍ଟର ମାଇଣ୍ଡ ଥିଲା ଅଲକାଏଦାର ମୁଖ୍ୟ ଓସମାବିନ୍ ଲାଦେନ୍। ଏହି ଆକ୍ରମଣ ପରେ ଲାଦେନ୍  ଆମେରିକାକୁ କିଛି ବର୍ଷ ଧରି ଚଖମା ଦେଇ ଚାଲିଲା। ଲାଦେନକୁ ଧରିବା ସମ୍ଭବ ନ ହେଲେ ମଧ୍ୟ ବର୍ଷ ବର୍ଷ ଧରି ଆମେରିକା ଚଳାଇଥିଲା ଯୋଜନା।

ମେ’ ୨୦୧୧। ବିଶ୍ୱ ଆତଙ୍କବାଦରେ ଗୋଟିଏ ଯୁଗର ପରିସମାପ୍ତି ଘଟାଇବାକୁ ଆମେରିକା କଲା ଅପରେସନ୍। ପାକିସ୍ତାନରେ ଲୁଚି ରହିଥିବା ଲାଦେନ ଆମେରିକା ସେନାର  କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଲା। ଫଳରେ ଆଶ୍ୱସ୍ତ ହେଲା ଆମେରିକା। ଆଶ୍ୱସ୍ତ ହେଲା ସାରା ବିଶ୍ୱ। ଆଉ ଆତଙ୍କବାଦ ବିରୋଧୀ ଅଭିଯାନରେ ଆମେରିକାକୁ ମିଳିଲା ବଡ ସଫଳତା।

 

Related story