ହିନ୍ଦୁ ଧର୍ମକୁ ଫେରିଲେ ୨୩ ପରିବାରର ୯୬ ସଦସ୍ୟ

ଉନାକୋଟି: ତ୍ରିପୁରାର ୨୩ ଆଦିବାସୀ ପରିବାରର ୯୬ ଜଣ ସଦସ୍ୟ ଖ୍ରୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଛନ୍ତି ବୋଲି ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିହାର ଏବଂ ଝାଡ଼ଖଣ୍ଡର ମୂଳ ବାସିନ୍ଦା ଏବଂ କାମ ସନ୍ଧାନରେ ତ୍ରିପୁରା ଆସିବା ପରେ ବଳ ପୂର୍ବକ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଥିଲା ବୋଲି ହିନ୍ଦୁ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି। ଯେଉଁମାନଙ୍କୁ ପୁଣି ଥରେ ଧର୍ମ ପରିବର୍ତ୍ତନ ବା ‘ଘର […]

conversion

Subrat Kumar Nayak
  • Published: Tuesday, 22 January 2019
  • , Updated: 22 January 2019, 11:24 AM IST

ଉନାକୋଟି: ତ୍ରିପୁରାର ୨୩ ଆଦିବାସୀ ପରିବାରର ୯୬ ଜଣ ସଦସ୍ୟ ଖ୍ରୀଷ୍ଟିଆନ୍‌ ଧର୍ମରୁ ହିନ୍ଦୁ ଧର୍ମକୁ ଫେରିଛନ୍ତି ବୋଲି ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ବିହାର ଏବଂ ଝାଡ଼ଖଣ୍ଡର ମୂଳ ବାସିନ୍ଦା ଏବଂ କାମ ସନ୍ଧାନରେ ତ୍ରିପୁରା ଆସିବା ପରେ ବଳ ପୂର୍ବକ ସେମାନଙ୍କର ଧର୍ମ ପରିବର୍ତ୍ତନ କରାଯାଥିଲା ବୋଲି ହିନ୍ଦୁ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି।

ଯେଉଁମାନଙ୍କୁ ପୁଣି ଥରେ ଧର୍ମ ପରିବର୍ତ୍ତନ ବା ‘ଘର ୱାପ୍‌ସି’ କରାଯାଇଛି ସେମାନେ ଚା ବଗିଚା ଶ୍ରମିକ ଏବଂ ଓରାଓ ଓ ମୁଣ୍ଡା ଆଦିବାସୀ ଗୋଷ୍ଠୀର। ଆଦିବାସୀଙ୍କ ସରଳତା, ଶିକ୍ଷାର ଅଭାବ ଏବଂ ଗରିବୀର ଫାଇଦା ନେଇ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିଲା ବୋଲି ହିନ୍ଦୁ ସଂଗଠନଙ୍କ ପକ୍ଷରୁ ଦାବି କରାଯାଇଛି। ବର୍ତ୍ତମାନ ସେମାନେ ନିଜ ଇଛାରେ ହିନ୍ଦୁ ଧର୍ମକୁ ଫେରିଛନ୍ତି ବୋଲି ଏହି ଅବସରରେ କୁହାଯାଇଛି।

Related story