ଏହି ନୂଆ ପଦକ୍ଷେପ ପ୍ଲାଷ୍ଟିକ୍‌ ବ୍ୟବହାରକୁ ରୋକିବ

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ଲାଷ୍ଟିକ୍‌ର ବ୍ୟବହାର ଯୋଗୁ ହେଉଥିବା ପରିବେଶ ପ୍ରଦୂଷଣ ଏବଂ ରୋଗରୁ ମୁକ୍ତି ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଓଡ଼ିଶା ସମେତ ଦେଶର ୧୧ଟି ରାଜ୍ୟରେ ପ୍ଲାଷ୍ଟିକ୍‌କୁ ଆଂଶିକ ଭାବେ ବ୍ୟାନ୍‌ କରାଯାଇଛି। ତେବେ କେବଳ ପ୍ରଶାସନିକ ସ୍ତରରେ ନୁହେଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବନ୍ଦ କରିବା ପାଇଁ ଜଣେ ବ୍ୟକ୍ତି ଉଦ୍ୟମ ଚଳାଇଛନ୍ତି। ସେ ବିଭିନ୍ନ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ପାଇଁ ଏକ ନୂତନ […]

plastic

plastic

Rakesh Mallick
  • Published: Tuesday, 24 July 2018
  • Updated: 24 July 2018, 12:55 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ଲାଷ୍ଟିକ୍‌ର ବ୍ୟବହାର ଯୋଗୁ ହେଉଥିବା ପରିବେଶ ପ୍ରଦୂଷଣ ଏବଂ ରୋଗରୁ ମୁକ୍ତି ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଓଡ଼ିଶା ସମେତ ଦେଶର ୧୧ଟି ରାଜ୍ୟରେ ପ୍ଲାଷ୍ଟିକ୍‌କୁ ଆଂଶିକ ଭାବେ ବ୍ୟାନ୍‌ କରାଯାଇଛି। ତେବେ କେବଳ ପ୍ରଶାସନିକ ସ୍ତରରେ ନୁହେଁ, ବ୍ୟକ୍ତିଗତ ସ୍ତରରେ ମଧ୍ୟ ପ୍ଲାଷ୍ଟିକ୍‌ ବ୍ୟବହାରକୁ ବନ୍ଦ କରିବା ପାଇଁ ଜଣେ ବ୍ୟକ୍ତି ଉଦ୍ୟମ ଚଳାଇଛନ୍ତି। ସେ ବିଭିନ୍ନ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରିବା ପାଇଁ ଏକ ନୂତନ ଧରଣର ଚାମଚ ତିଆରି କରିଛନ୍ତି। ଯାହାକୁ ବ୍ୟବହାର କରିସାରିବା ପରେ ଜଣେ ଚୋବାଇ ଖାଇ ମଧ୍ୟ ପାରିବ। ଏହି ଚାମଚକୁ ଗହମ, ଯଅ ଓ ବାଜରାରେ ତିଆରି କରାଯାଇଛି। ଏହାକୁ ବ୍ୟବହାର କରିବା ପରେ ଜଣେ ଚାହିଁଲେ ଖାଇ ପାରିବେ କିମ୍ୱା ଫିଙ୍ଗିଦେଇ ପାରିବେ। ଚାମଚଟି ଖାଦ୍ୟ ଜିନିଷରୁ ପ୍ରସ୍ତୁତ ହୋଇଥିବାରୁ ଏଥିରେ ପରିବେଶ ପ୍ରଦୂଷଣ ହେବାର ସମସ୍ୟା ରହିବ ନାହିଁ।

plastic

କିଏ ସେହି ବ୍ୟକ୍ତି?
ସେ ହେଉଛନ୍ତି ନାରାୟଣ ପିସ୍‌ପତି। ସେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍‌ କ୍ରପ୍‌ସ ରିସର୍ଚ୍ଚ ଇନ୍‌ଷ୍ଟିଟ୍ୟୁଟ୍‌ ଫର୍‌ ଦି ସେମି- ଏରିଡ୍‌ ଟ୍ରପିକସ୍‌’(ICRISAT)ର ଜଣେ ବୈଜ୍ଞାନିକ। ୨୦୦୬ରେ ନାରାୟଣ ପ୍ଲାଷ୍ଟିକ୍‌ର ବ୍ୟବହାର ବନ୍ଦ କରିବାକୁ ଏକ ନୂଆ ଉପାୟ ବାହାର କରିବା ପାଇଁ ଯୋଜନା କରିଥିଲେ। କେବଳ ଏତିକି ନୁହେଁ, ଏହି ଚାମଚ ତିଆରି ମେସିନ୍‌କୁ ପ୍ରସ୍ତୁତ କରିବା ପାଇଁ ନାରାୟଣ ୬୦ ଲକ୍ଷ ଟଙ୍କା ନିଜ ଗବେଷଣାରେ ଖର୍ଚ୍ଚ କରିଥିଲେ ଏବଂ ପରେ କମ୍ପାନୀ ତିଆରି କରିବା ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ତାଙ୍କର ନିଜର ଏକ ହୋଟେଲ୍‌ ମଧ୍ୟ ରହିଛି। ସେଠାରେ ପ୍ଲାଷ୍ଟିକ୍‌ ଚାମଚ ବଦଳରେ ଏହି ଚାମଚକୁ ଖାଇବା ଥାଳିରେ ପରଷା ଯାଇଥାଏ। ଏହାକୁ ବ୍ୟବହାର କଲେ ଖାଦ୍ୟ ଖାଇବା ପରେ ବାସନ ଧୋଇବାକୁ ପଡ଼ି ନଥାଏ ଏବଂ ଏହା ପରିବେଶକୁ ସୁରକ୍ଷିତ ମଧ୍ୟ ରଖିଥାଏ।

plastic

ସେହିପରି ନ୍ୟୁୟର୍କର ଏକ କମ୍ପାନୀ ଏପରି ଏକ କପ୍‌ ତିଆରି କରିଥିଲେ ଯାହାକୁ ଲୋକେ ଖାଇ ମଧ୍ୟ ପାରିବେ। ରେଷ୍ଟୁରାଣ୍ଟ୍‌ ଏବଂ ହୋଟେଲ୍‌କୁ ଚା କିମ୍ବା କଫି ପିଇବାକୁ ଯିବା ସମୟରେ ଏହି କପ୍‌ରେ ପରଷା ଯାଇଥାଏ। ନାରାୟଣଙ୍କ ପରି ଅନ୍ୟଜଣେ ବ୍ୟକ୍ତି ପ୍ଲାଷ୍ଟିକ୍‌ ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଗହମରେ ପ୍ଲେଟ୍‌ ତିଆରି କରିଥିଲେ। ଯାହା ପରିବେଶ ପ୍ରଦୂଷଣ ବନ୍ଦ କରିବା ସହିତ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story