ସିଂହୀ ସହ ଲଢ଼େଇ କଲା ବୁଲା କୁକୁର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ବୁଲା କୁକୁର କେମିତି ଜଙ୍ଗଲର ରାଣୀ ସିଂହୀ ସହ ସାହାସର ସହ ଲଢ଼େଇ କରୁଛି, ତା’ର ଦୃଶ୍ୟ ରହିଛି। ଆଇଏଫଏସ ପ୍ରବୀଣ କସୱାନ ପ୍ରଥମେ ଦେଢ଼ ମିନିଟ୍‌ରେ ଭିଡିଓ ଶେୟାର କରିଥିଲେ। ଭିଡିଓ ଅନୁଯାୟୀ, ଜଙ୍ଗଲ ମଧ୍ୟରେ କୁକୁରଟିକୁ ଦେଖି ସିଂହୀ ତାକୁ ଗୋଡ଼ାଇ ଥିଲା। କିଛି ବାଟ ଦୌଡ଼ି ଆସିବା ପରେ କୁକୁରଟି […]

u

Hemant Lenka
  • Published: Monday, 11 January 2021
  • , Updated: 11 January 2021, 06:15 PM IST

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ ବୁଲା କୁକୁର କେମିତି ଜଙ୍ଗଲର ରାଣୀ ସିଂହୀ ସହ ସାହାସର ସହ ଲଢ଼େଇ କରୁଛି, ତା’ର ଦୃଶ୍ୟ ରହିଛି। ଆଇଏଫଏସ ପ୍ରବୀଣ କସୱାନ ପ୍ରଥମେ ଦେଢ଼ ମିନିଟ୍‌ରେ ଭିଡିଓ ଶେୟାର କରିଥିଲେ।

ଭିଡିଓ ଅନୁଯାୟୀ, ଜଙ୍ଗଲ ମଧ୍ୟରେ କୁକୁରଟିକୁ ଦେଖି ସିଂହୀ ତାକୁ ଗୋଡ଼ାଇ ଥିଲା। କିଛି ବାଟ ଦୌଡ଼ି ଆସିବା ପରେ କୁକୁରଟି ଅଟକି ଯାଇଥିଲା। ଉଭୟଙ୍କ ମଧ୍ୟରେ ବେଶ କିଛି ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। କୁକୁରଟି ଜୋରରେ ଭୋକିବାରୁ ସିଂହୀଟି ତା’କୁ ପୁଣି ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା।

କିନ୍ତୁ ଏଥିରେ ଡରି ନ ଯାଇ କୁକୁରଟି କାଉଣ୍ଟର ଆଟାକ କରିଥିଲା। ଏହା ଦେଖି ସିଂହୀଟି କିଛି ସମୟ ପାଇଁ ପଛ ଘୁଞ୍ଚା ଦେଇଥିଲା। କୁକୁରଟି ମଧ୍ୟ ତା’ ଉପରକୁ ଲମ୍ପ ମାରିଥିଲା। କିଛି ସେକେଣ୍ଡ ପାଇଁ ଉଭୟଙ୍କ ମଧ୍ୟ ଆଟାକ ଓ କାଉଣ୍ଟର ଆଟାକ ଦେଖିବାକୁ ମିଳିଥିଲା। ଶେଷରେ କୁକୁରଟି ସିଂହୀକୁ ନ ଡରି ବେଫିକର ହୋଇ ଘଟଣା ସ୍ଥଳରୁ ଚାଲି ଯାଇଥିଲା। କୁକୁର ଓ ସିଂହୀର ଏହି ଲଢ଼େଇକୁ କିଛି ଲୋକ ଜିପ୍‌ରେ ବସି ଦେଖିଥିବାର ଦୃଶ୍ୟ ମଧ୍ୟ ଦେଢ଼ ମିନିଟ୍‌ର ଭିଡିଓରେ ରହିଛି।


ଶ୍ରୀ କସୱାନ ଭିଡିଓର କ୍ୟାପସନ କୁକୁର ବନାମ ସିଂହୀ ଦେଇଛନ୍ତି। ଜୀବନରେ ଏଭଳି ସାହାସ ଦେଖାଇବାକୁ ପଡ଼ିବ ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଭିଡିଓ ଲକ୍ଷଲକ୍ଷ ଲୋକ ଦେଖାବ ସହ ଏହାକୁ ଶେୟାର କରିବାରେ ଲାଗିଛନ୍ତି।

Related story