ନୌସେନା କର୍ମଚାରୀଙ୍କୁ ପିଟିପିଟି ମାରିଦେଲେ ସ୍ତ୍ରୀ

ପାଣାଜୀ: ରବିବାର ଗୋଆର ଜଣେ ନୌସେନା କର୍ମଚାରୀଙ୍କୁ ତାଙ୍କ ସ୍ତ୍ରୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେବାପରେ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି। ମୃତ ନୌସେନା କର୍ମଚାରୀଙ୍କ ନାମ କୁଶଲେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି। ସେ ‘INS ହଂସ’ରେ କାର୍ଯ୍ୟରତ ଥିଲେ। ତାଙ୍କ ପଡ଼ୋଶୀମାନେ କହିଛନ୍ତି କୁଶଲେନ୍ଦ୍ର ଅଧିକାଂଶ ଦିନ ମଦ ପିଇବା ପରେ ତାଙ୍କୁ ପତ୍ନୀଙ୍କୁ ବାଡ଼େଇଥା’ନ୍ତି। ଶନିବାର ପୁଣି ଏଭଳି ଘଟଣା ଘଟିବା ପରେ କୁଶଲେନ୍ଦ୍ରଙ୍କ ସ୍ତ୍ରୀ […]

police

Subrat Kumar Nayak
  • Published: Sunday, 02 June 2019
  • , Updated: 02 June 2019, 06:18 PM IST

ପାଣାଜୀ: ରବିବାର ଗୋଆର ଜଣେ ନୌସେନା କର୍ମଚାରୀଙ୍କୁ ତାଙ୍କ ସ୍ତ୍ରୀ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ଉଭୟଙ୍କ ମଧ୍ୟରେ ଭୀଷଣ ପାଟିତୁଣ୍ଡ ହେବାପରେ ଏଭଳି ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ମୃତ ନୌସେନା କର୍ମଚାରୀଙ୍କ ନାମ କୁଶଲେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି। ସେ 'INS ହଂସ'ରେ କାର୍ଯ୍ୟରତ ଥିଲେ। ତାଙ୍କ ପଡ଼ୋଶୀମାନେ କହିଛନ୍ତି କୁଶଲେନ୍ଦ୍ର ଅଧିକାଂଶ ଦିନ ମଦ ପିଇବା ପରେ ତାଙ୍କୁ ପତ୍ନୀଙ୍କୁ ବାଡ଼େଇଥା’ନ୍ତି। ଶନିବାର ପୁଣି ଏଭଳି ଘଟଣା ଘଟିବା ପରେ କୁଶଲେନ୍ଦ୍ରଙ୍କ ସ୍ତ୍ରୀ ପଡ଼ୋଶୀମାନଙ୍କୁ ଘରକୁ ଡାକିଥିଲେ। ପରିସ୍ଥିତି ଶାନ୍ତ ହେବାରୁ ସମସ୍ତେ ଯାଇସାରିବା ପରେ ତାଙ୍କ ସ୍ୱାମୀ ଶୋଇବାକୁ ସେ ଅପେକ୍ଷା କରିଥିଲେ।

ଏହାପରେ ସ୍ୱାମୀ ଶୋଇଥିବା ଅବସ୍ଥାରେ ହିଁ କୌଣସି ଏକ ଓଜନିଆ ଜିନିଷରେ ତାଙ୍କ ମୁଣ୍ଡକୁ ଛେଚିଦେଇଥିଲେ। କୁଶଳେନ୍ଦ୍ରଙ୍କୁ ନେଭାଲ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Related story