ଆକାଶରେ ଉଡ଼ାଇ ଦେଲେ ୧୮ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ହଠାତ୍ ଆକାଶରୁ ଟଙ୍କା ବର୍ଷିବାରେ ଲାଗିଲା। ଆଉ ତଳେ ସେ ଟଙ୍କାକୁ ଗୋଟାଇବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲା।  ହଠାତ୍‌ କେମିତି ଆକାଶରୁ ଟଙ୍କା ଖସୁଛି କେହି ଭାବି ପାରିଲେନି। ତେବେ ଆକାଶରୁ ନୁହେଁ, ନିକଟସ୍ଥ ଉଚ୍ଚ ବିଲ୍‌ଡିଂ ଉପରେ ରହି ଜଣେ ବ୍ୟକ୍ତି ଏପରି ଟଙ୍କା ଫୋପାଡ଼ୁ ଥିଲେ। ଏହିପରି ସେ ଭାରତୀୟ ମୁଦ୍ରାରେ ପ୍ରାୟ ୧୮ ଲକ୍ଷ ଟଙ୍କା ଫୋପାଡ଼ିବା ସହ ଟଙ୍କା ଫୋପାଡ଼ିବା ବେଳର ଭିଡିଓ ଶୁଟିଂ କରି ସୋଶାଲ୍‌ […]

mony_1545291805_618x347

Biswobandita Swain
  • Published: Sunday, 23 December 2018
  • , Updated: 23 December 2018, 01:57 PM IST

ନୂଆଦିଲ୍ଲୀ: ହଠାତ୍ ଆକାଶରୁ ଟଙ୍କା ବର୍ଷିବାରେ ଲାଗିଲା। ଆଉ ତଳେ ସେ ଟଙ୍କାକୁ ଗୋଟାଇବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲା।  ହଠାତ୍‌ କେମିତି ଆକାଶରୁ ଟଙ୍କା ଖସୁଛି କେହି ଭାବି ପାରିଲେନି। ତେବେ ଆକାଶରୁ ନୁହେଁ, ନିକଟସ୍ଥ ଉଚ୍ଚ ବିଲ୍‌ଡିଂ ଉପରେ ରହି ଜଣେ ବ୍ୟକ୍ତି ଏପରି ଟଙ୍କା ଫୋପାଡ଼ୁ ଥିଲେ।

ଏହିପରି ସେ ଭାରତୀୟ ମୁଦ୍ରାରେ ପ୍ରାୟ ୧୮ ଲକ୍ଷ ଟଙ୍କା ଫୋପାଡ଼ିବା ସହ ଟଙ୍କା ଫୋପାଡ଼ିବା ବେଳର ଭିଡିଓ ଶୁଟିଂ କରି ସୋଶାଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ତେବେ ସ୍ଥାନୀୟ ପୋଲିସ ନଜରରେ ଏସବୁ ପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଘଟଣା ଘଟିଛି ହଂକଂରେ। ସେଠାକାର ୱନ୍‌ ଚିଙ୍ଗ ନାମକ ଜଣେ ୨୪ବର୍ଷୀୟ କୋଟିପତି ଯୁବକ ହଂକଂର ଶ୍ୟାମ୍‌ ଶୁଇ ପୋ ଇଲାକାରେ ପହଞ୍ଚିବା ପରେ ସେଠାରେ ଥିବା ଏକ ୨୫ଫୁଟ ଉଚ୍ଚର ବିଲ୍‌ଡିଂ ଉପରେ ଚଢ଼ି ଏହି ସବୁ ନୋଟ୍‌ ଉପରକୁ ଉଡ଼ାଇଥିଲେ।

ସୂଚନା ଅନୁଯାୟୀ ଏହି କୋଟିପତି ଯୁବ ବ୍ୟବସାୟୀ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍‌ ଜରିଆରେ ପଇସା ରୋଜଗାର କରୁଥିଲେ।

ଏହି ପଇସା ଉଡାଇବାର ଭିଡିଓ ନିଜେ ୱନ୍‌ ସୋଶାଲ୍‌ ମିଡିଆରେ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଥିଲେ, ‘ଧନୀମାନଙ୍କୁ ମନଖୋଲି ଲୋକଙ୍କ ଉପରେ ପଇସା ଉଡ଼ାଇବା ଦରକାର’। ଏହି ଭିଡିଓ ଏବଂ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

 

Related story