ଚାମରି ଗାଁର ଏହି ବୃଦ୍ଧ ବ୍ୟକ୍ତି କହିଛନ୍ତି ତାଙ୍କ ଘରେ ସେ ଏବଂ ତାଙ୍କ ସ୍ତ୍ରୀ ରୁହନ୍ତି। ପ୍ରତିମାସ ୭୦୦ରୁ ୮୦୦ ଟଙ୍କାର ବିଦ୍ୟୁତ୍ ସେ ବ୍ୟବହାର କରନ୍ତି। ହେଲେ ଚଳିତଥର ପୁରା ସହରର ଇଲେକ୍ଟ୍ରି ବିଲ୍ ବିଦ୍ୟୁତ୍ ବିଭାଗ ତାଙ୍କୁ ଧରେଇ ଦେଇଥିବା ସେ କହିଛନ୍ତି।
ଏ ନେଇ ସ୍ଥାନୀୟ ଇଲେକ୍ଟ୍ରିକାଲ ଇଞ୍ଜିନିୟର ରାମ ଶରନ କହିଛନ୍ତି ବୈଷୟିକ ତ୍ରୁଟି ଯୋଗୁ ଏଭଳି ହୋଇଛି। ଅନ୍ୟପକ୍ଷେ ଏଭଳି ଏକ ବିଲ୍ ଆସିଥିବା ନେଇ ଲକ୍ଷ୍ନୌସ୍ଥିତ ଶକ୍ତି ବିଭାଗର କାର୍ଯ୍ୟାଳୟ ଜାଣିନଥିବା କହିଛି। ଶକ୍ତି ବିଭାଗର ଜଣେ ଅଧିକାରୀ କହିଛନ୍ତି ଏ ସମ୍ପର୍କରେ ତାଙ୍କ ପାଖରେ ଖବର ନାହିଁ। ଏହା କୌଣସି ବୈଷୟିକ ତ୍ରୁଟି ଯୋଗୁ ଘଟିଥାଇ ପାରେ ଓ ଯଦି ଏ ସଂକ୍ରାନ୍ତ ଅଭିଯୋଗ ଆସେ, ତା'ର ଉଚିତ ସମାଧାନ ତୁରନ୍ତ କରାଯିବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।