କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ମତାମତ ଜଣାଇବାକୁ ନମ୍ବର ଜାରି କଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ପାଇଁ ଏକ ଭିନ୍ନଧରଣର ରଣନୀତି ଆପଣେଇଛି ଆପ୍‌। ପଞ୍ଜାବରେ ଆପ୍‌ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେନେଇ ଲୋକଙ୍କ ମତାମତ ଲୋଡ଼ିଛି ଆପ୍‌ । ଆପ୍‌ ମୁଖ୍ୟ ତଥା ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପଞ୍ଜାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ରାଜ୍ୟର ଜନସାଧାରଣ ଚୟନ କରିବେ। ଏଥିପାଇଁ ଗୋଟିଏ ଫୋନ ନମ୍ବର ଜାରି କରିଛି ଆପ୍। ପଞ୍ଜାବ ଜନସାଧାରଣ ୭୦୭୪୮୭୦୭୪୮ରେ ଯୋଗାଯୋଗ କରି ମତାମତ ଦେଇପାରିବେ ବୋଲି କେଜ୍ରିୱାଲ କହିଛନ୍ତି । […]

Kejriwal

Tapas Behera
  • Published: Thursday, 13 January 2022
  • , Updated: 13 January 2022, 02:25 PM IST

ନୂଆଦିଲ୍ଲୀ: ପଞ୍ଜାବ ନିର୍ବାଚନ ପାଇଁ ଏକ ଭିନ୍ନଧରଣର ରଣନୀତି ଆପଣେଇଛି ଆପ୍‌। ପଞ୍ଜାବରେ ଆପ୍‌ ପକ୍ଷରୁ କିଏ ହେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସେନେଇ ଲୋକଙ୍କ ମତାମତ ଲୋଡ଼ିଛି ଆପ୍‌ । ଆପ୍‌ ମୁଖ୍ୟ ତଥା ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ପଞ୍ଜାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ରାଜ୍ୟର ଜନସାଧାରଣ ଚୟନ କରିବେ। ଏଥିପାଇଁ ଗୋଟିଏ ଫୋନ ନମ୍ବର ଜାରି କରିଛି ଆପ୍। ପଞ୍ଜାବ ଜନସାଧାରଣ ୭୦୭୪୮୭୦୭୪୮ରେ ଯୋଗାଯୋଗ କରି ମତାମତ ଦେଇପାରିବେ ବୋଲି କେଜ୍ରିୱାଲ କହିଛନ୍ତି ।

ଆପ୍ ପକ୍ଷରୁ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ବୋଲି ପ୍ରଶ୍ନ ହେବାରୁ କେଜ୍ରିୱାଲ ଏଭଳି ଢଙ୍ଗରେ ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ପଞ୍ଜାବର ଜନସାଧାରଣ ଉକ୍ତ ଫୋନ୍ ନମ୍ବରରେ ସେମାନଙ୍କ ପସନ୍ଦର ପ୍ରାର୍ଥୀ ନେଇ ମତ ଦେଇପାରିବେ। ଏହି ନମ୍ବରରେ ମେସେଜ, ହ୍ୱାଟସ୍‌ଆପ  ଏବଂ କଲ କରି ମନପସନ୍ଦର ପ୍ରାର୍ଥୀ ସମ୍ପର୍କରେ କହିପାରିବେ। ପଞ୍ଜାବର ୩ କୋଟି ଲୋକ ସେମାନଙ୍କର  ନେତା ସମ୍ପର୍କରେ ବାଛି ପାରିବେ ବୋଲି କେଜ୍ରିୱାଲ କହିଛନ୍ତି ।

ଜାନୁଆରୀ ୧୭ ସୁଦ୍ଧା ଲୋକେ ସେମାନଙ୍କର ମତାମତ ଜଣାଇପାରିବେ। ପଞ୍ଜାବରେ ଆପ ପକ୍ଷରୁ ଭଗୱନ୍ତ ମନନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏହି ଚର୍ଚ୍ଚାର ଅବସାନ ଘଟାଇଛନ୍ତି କେଜ୍ରିୱାଲ । ସେ କହିଛନ୍ତି ଯେ, ଭଗୱନ୍ତ ହେଉଛି ମୋର ଅତି ଘନିଷ୍ଟ। କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବାର ଏହି ଉପାୟ ତାଙ୍କ ଆଇଡିଆ ବୋଲି କହିଛନ୍ତି । ତେବେ ପଞ୍ଜାବରେ ଅନ୍ୟ କୌଣସି ଦଳ ଏଯାଏ ସେମାନଙ୍କର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଷୟରେ ଘୋଷଣା କରିନାହାନ୍ତି।

Related story