ରାଜ୍ୟ ସରକାରରେ ଅସ୍ଥିରତା ସୃଷ୍ଟି କରୁଛି ବିଜେପି, ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ ସମୟ ମାଗିଲା ଆପ୍‌  

ନୂଆଦିଲ୍ଲୀ: ସମଗ୍ର ଦେଶରେ ରାଜ୍ୟରେ ଥିବା ସରକାରଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାର ଷଡ଼ଯନ୍ତ୍ର କରୁଛି। ରାଜ୍ୟ ଥିବା  ସରକାରଙ୍କ ପ୍ରତି ଅସ୍ଥିରତା  ସୃଷ୍ଟି କରୁଛି ବିଜେପି। ଆପ୍ ପକ୍ଷରୁ ଏମିତି କିଛି ଅଭିଯୋଗ ଅଣାଯାଇ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ  ସମୟ ମାଗିଛି ଆମ ଆଦମୀ ପାର୍ଟି। ଏ ସମମ୍ପରେ ଆପ୍‌ ନେତ୍ରୀ ଅତିଶୀ ମାରଲୀନା ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ସବୁ ରାଜ୍ୟରେ ଥିବା ସରକାରଙ୍କ ପ୍ରୟତି ବିଜେପି ଅସ୍ଥିରତା […]

kejriwal

  • Published: Friday, 02 September 2022
  • , Updated: 02 September 2022, 05:40 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ ରାଜ୍ୟରେ ଥିବା ସରକାରଙ୍କ ପ୍ରତି କେନ୍ଦ୍ରର ବିଜେପି ସରକାର ଷଡ଼ଯନ୍ତ୍ର କରୁଛି। ରାଜ୍ୟ ଥିବା  ସରକାରଙ୍କ ପ୍ରତି ଅସ୍ଥିରତା  ସୃଷ୍ଟି କରୁଛି ବିଜେପି। ଆପ୍ ପକ୍ଷରୁ ଏମିତି କିଛି ଅଭିଯୋଗ ଅଣାଯାଇ ଏ ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା ପାଇଁ  ସମୟ ମାଗିଛି ଆମ ଆଦମୀ ପାର୍ଟି। ଏ ସମମ୍ପରେ ଆପ୍‌ ନେତ୍ରୀ ଅତିଶୀ ମାରଲୀନା ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି ଯେ, ସବୁ ରାଜ୍ୟରେ ଥିବା ସରକାରଙ୍କ ପ୍ରୟତି ବିଜେପି ଅସ୍ଥିରତା ସୃଷ୍ଟ କରୁଛି। ତେଣୁ ଏ ସମ୍ପର୍କରେ ଆଲୋଚନା ପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସମୟ ମାଗିଛନ୍ତି। ନିକଟରେ ଘୋଡ଼ା ବେପାର ନେଇ  ଦିଲ୍ଲୀର ଅପରେଶନ ଲୋଟସ ସମ୍ପର୍କରେ ସିବିଆଇରେ ଅଭିଯୋଗ  ହୋଇଥିଲା। ଏ ଅଭିଯୋଗକୁ ସିବିଆଇ ଗ୍ରହଣ କରିଛି।  ଏହା ପରେ ଆପ୍‌ ପକ୍ଷରୁ ଉପରୋକ୍ତ ପଦକ୍ଷେପ ନିଆଯାଇଛି। ଦେଶରେ ଏଯାଏଁ ବିଜେପି  ଅନ୍ୟ ଦଳରୁ  ପ୍ରାୟ ୨୭୭ ଜଣ ବିଧାୟକଙ୍କୁ କିଣିସାରିଲାଣି। ରାଜ୍ୟର ଅଣ ବିଜେପି ଶାସିତ ରାଜ୍ୟରେ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଥିବା ଆପ୍ ଅଭିଯୋଗ ଆଣିଛି ।

https://twitter.com/AtishiAAP/status/1565228434841710593?s=20&t=2mNKHwQdTXgBYiZFTWIuwg

ଅପରେଶନ ଲୋଟସ ମାଧ୍ୟମରେ  ଦିଲ୍ଲୀରେ ବିଜେପି ୪୦ ଜଣ ବିଧାୟକଙ୍କୁ କିଣିବାକୁ ଉଦ୍ୟମ କରିଥିଲା। ଦେଶରେ ଗଣତନ୍ତ୍ରକୁ ହତ୍ୟା କରୁଛି ବିଜେପି। ଏଥିପାଇଁ ଦଳ  ଆଦୌ ଅନୁତପ୍ତ ନୁହଁ ବୋଲି ଅତିଶୀ କହିଛନ୍ତି।  ସେ କହିଛନ୍ତି ଯେ, ବିଜେପି ଅରୁଣାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୋଆ  ଏବଂ ମଧ୍ୟପ୍ରଦେଶରେ ସରକାରଙ୍କୁ ଭାଙ୍ଗିସାରିଛି। ସେମାନେ ଅନ୍ୟ ଦଳରୁ ବିଧାୟକ କିଣି ସେଠିକାର ସରକାରଙ୍କ ପ୍ରତି ଅସ୍ଥିରତା ସୃଷ୍ଟି କରୁଛନ୍ତି।

ବୁଧବାର ଆପ ନେତ୍ରୀ ଅତିଶୀଙ୍କ ନେତୃତ୍ୱରେ ୧୦ ଜଣ ବିଧାୟକ ସିବିଆଇ ନିର୍ଦ୍ଦେଶକ ସୁବୁଧୋ କୁମାର ଜୈଶ୍ୱାଲଙ୍କୁ ଭେଟି ବିଜେପି  ବିରୋଧରେ ଘୋଡ଼ା ବେପା  ଅଭିଯୋଗ କରିବାର ଥିଲା। କିନ୍ତୁ  ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ପ୍ରବେଶ ନେଇ ତାଙ୍କୁ ଅନୁମତି ମିଳି ନଥିଲା। ଫଳରେ ସିବିଆଇ କାର୍ଯ୍ୟାଳୟ ବାହାରେ ଆପ ବିଧାୟକମାନେ ଧାରଣା ଦେଇଥିଲେ।

 

Related story