ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ଆରେ’ ଜଙ୍ଗଲରୁ ଗଛ କଟାଯିବା ନେଇ ଶୁଣାଣି କରିବା ପାଇଁ ସୁପ୍ରିମ୍କୋର୍ଟ ଏକ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିଛନ୍ତି। ରାଷଭ ରଞ୍ଜନ ନାମକ ଜଣେ କେହି ସାମାଜିକ କର୍ମୀ ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଏକ ଚିଠି ଆଧାରରେ ରବିବାର ଏହି ଖଣ୍ଡପୀଠ ଗଠନ କରାଯାଇଛି।
କୋର୍ଟ ଏହି ଚିଠିକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିଛନ୍ତି। ସୁପ୍ରିମ୍କୋର୍ଟର ୱେବ୍ସାଇଟ୍ରେ ଏହି ଜରୁରୀକାଳୀନ ଶୁଣାଣି ବାବଦରେ ନୋଟିସ୍ କରାଯାଇଛି। ଏଥିରେ କୁହାଯାଇଛି, ୬ ତାରିଖରେ ରିଷଭ ରଞ୍ଜନ ଦେଇଥିବା ଚିଠି ଆଧାରରେ ଆରେ ଜଙ୍ଗଲ ଗଛକଟା ବାବଦରେ ଆସନ୍ତା ୭ ଅକ୍ଟୋବର ସକାଳ ୧୦ଟାରେ ଶୁଣାଣି ହେବ। ଏହାକୁ ଜନସ୍ୱାର୍ଥ ମାମଲା ଭାବେ ରୁଜୁ କରାଯାଇଛି।
ସୂଚନାଯୋଗ୍ୟ ଯେ, ମୁମ୍ବାଇ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ ଆରେ କଲୋନୀରେ ଗଛ କାଟିବାକୁ ବେଶ କିଛି ସାମାଜିକ କର୍ମୀ ବିରୋଧ କରୁଛନ୍ତି। ଅନେକ ଅଭିନେତା ଏବଂ ରାଜନେତା ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଏହା ବିରୋଧରେ ବମ୍ବେ ହାଇକୋର୍ଟରେ ମାମଲା ଆଗତ ହୋଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଠାକୁର ଦର୍ଶନ ସାରି ଫେରୁଥିବା କାର୍କୁ ଧକ୍କା ଦେଲା ବସ୍, ୫ ମୃତ
ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୧୫ ଜଣ ଆହତ ହୋଇଛନ୍ତି।
National
ଜାଲିଆତି ଅର୍ଡର ଦେଖାଇ ଥାନାରୁ ନେଇଗଲେ ଜବତ ଗାଡ଼ି, ବନ୍ଧା ହେଲେ ଓକିଲ
ଅବୈଧ ଖନନ ମାମଲାରେ ପୁଲିସ୍ ଜବତ କରିଥିବା ବାଇକ୍କୁ ଅଦାଲତର ଜାଲି ଆଦେଶ ଦେଖାଇ ଛଡ଼ାଇ ନେଇଥିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଓକିଲଜଣକ ।
National
ଏସିଡ୍ ଆକ୍ରମଣ ଓ ଦୁଷ୍କର୍ମ ପୀଡିତାଙ୍କଠୁ ଚିକିତ୍ସା ଫି' ନେବା ଅପରାଧ
ଦୁଷ୍କର୍ମ ପୀଡ଼ିତା, ପୋକ୍ସୋ ମାମଲାର ପୀଡ଼ିତା ତଥା ଯୌନ ନିର୍ଯାତନାର ଶିକାର ହୋଇଥିବା ପୀଡ଼ିତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବା ସମସ୍ତ ଡାକ୍ତରଖାନା, ନର୍ସିଂହୋମ୍, କ୍ଲିନିକ୍, ମେଡିକାଲ୍ ସେଣ୍ଟରର ଦାୟିତ୍ୱ ବୋଲି କୋର୍ଟ କହିଛନ୍ତି।
National
ମିଲିଟାରୀ କଲୋନୀରୁ ମିଳିଥିଲା ନାବାଳିକାଙ୍କ ମୃତଦେହ, ବନ୍ଧା ହେଲେ ପଡ଼ୋଶୀ ଯୁବକ
ଏହି ମାମଲାର ଖୋଳତାଡ଼ କରି ପୁଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଜଣକ ମୃତା ନାବାଳିକାଙ୍କ ପଡ଼ୋଶୀ ବୋଲି ଜଣାଯାଇଛି।
National
ପୂର୍ବତନ ଗୃହ ସଚିବ ଅଜୟ ଭଲ୍ଲା ମଣିପୁର ରାଜ୍ୟପାଳ
କେରଳ ଓ ବିହାର ରାଜ୍ୟପାଳଙ୍କୁ ଅଦଳବଦଳ କରାଯାଇଛି। କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ବିହାରକୁ ବଦଳି କରାଯାଇଥିବା ବେଳେ ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳର ରାଜ୍ୟପାଳ କରାଯାଇଛି।