ଏଣିକି ୨୦ ନୁହେଁ ୨୪ ସପ୍ତାହ ମଧ୍ୟରେ କରିହେବ ଗର୍ଭନଷ୍ଟ

ନୂଆଦିଲ୍ଲୀ: ଗର୍ଭ ନଷ୍ଟ କରିବାର ସମୟସୀମାକୁ ଆଜି ମୋଦି ସରକାର ୨୪ ସପ୍ତାହକୁ ବୃଦ୍ଧି କରିଛନ୍ତି। ଅର୍ଥାତ ୨୪ ସପ୍ତାହ ମଧ୍ୟରେ ଜଣେ ମହିଳା ଚାହିଁଲେ ତାଙ୍କ ଗର୍ଭକୁ ନଷ୍ଟ କରିପାରିବେ, ଏଥିପାଇଁ କୌଣସି ଆଇନଗତ ପ୍ରାବଧାନ ରହିବ ନାହିଁ। ପୂର୍ବରୁ ଗର୍ଭ ନଷ୍ଟ କରିବାର ସମୟସୀମା ୨୦ ସପ୍ତାହ ଥିଲା। ହେଲେ ଆଜି ମୋଦି ସରକାରଙ୍କ କ୍ୟାବିନେଟ ଗର୍ଭପାତ ସଂଶୋଧନ ବିଲ ଉପରେ ମୋହର ଲଗାଇଛନ୍ତି। ତେବେ ଏହି ୨୪ ସପ୍ତାହର ସମୟସୀମା କେବଳ ବିଶେଷ […]

f

Hemant Lenka
  • Published: Wednesday, 29 January 2020
  • , Updated: 29 January 2020, 03:49 PM IST

ନୂଆଦିଲ୍ଲୀ: ଗର୍ଭ ନଷ୍ଟ କରିବାର ସମୟସୀମାକୁ ଆଜି ମୋଦି ସରକାର ୨୪ ସପ୍ତାହକୁ ବୃଦ୍ଧି କରିଛନ୍ତି। ଅର୍ଥାତ ୨୪ ସପ୍ତାହ ମଧ୍ୟରେ ଜଣେ ମହିଳା ଚାହିଁଲେ ତାଙ୍କ ଗର୍ଭକୁ ନଷ୍ଟ କରିପାରିବେ, ଏଥିପାଇଁ କୌଣସି ଆଇନଗତ ପ୍ରାବଧାନ ରହିବ ନାହିଁ। ପୂର୍ବରୁ ଗର୍ଭ ନଷ୍ଟ କରିବାର ସମୟସୀମା ୨୦ ସପ୍ତାହ ଥିଲା।

ହେଲେ ଆଜି ମୋଦି ସରକାରଙ୍କ କ୍ୟାବିନେଟ ଗର୍ଭପାତ ସଂଶୋଧନ ବିଲ ଉପରେ ମୋହର ଲଗାଇଛନ୍ତି। ତେବେ ଏହି ୨୪ ସପ୍ତାହର ସମୟସୀମା କେବଳ ବିଶେଷ କ୍ଷେତ୍ରରେ ଲାଗୁ ହେବ। ଦୁଷ୍କର୍ମ ପୀଡ଼ିତା, ରୋଗ ଗ୍ରସ୍ତ ମହିଳା ଓ ଅବାଞ୍ଛିତ ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ଏହି ସଂଶୋଧନ ବିଲ ମୋଦି ସରକାର ଆଣିଛନ୍ତି। ସଂସଦର ଆଗାମୀ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ।

ଆଜିର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, “ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍ସି ସଂଶୋଧନ ବିଲ ୨୦୨୦କୁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି। ଏହାର ଅର୍ଥ ୧୯୭୧ ମସିହା ମେଡିକାଲ ଟର୍ମିନେସନ ଅଫ ପ୍ରେଗନାନ୍ସି ଆକ୍ଟରେ ସଂଶୋଧନ କରିବାର ରାସ୍ତା ସଫା ହୋଇଛି।

ଏହି ବିଲକୁ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବ। ଏହି ବିଲ ଦ୍ୱାରା ମହିଳାମାନେ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରିପାରିବେ। ତେବେ ଏହା ପୂର୍ବରୁ ୨ ଜଣ ଡାକ୍ତରଙ୍କ ଅନୁମତି ନେବାକୁ ପଡ଼ିବ। ଏହି ଦୁଇ ଡାକ୍ତରଙ୍କ ମଧ୍ୟରେ ଜଣେ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଦରକାର।

୨୦ ସପ୍ତାହ ମଧ୍ୟରେ ଗର୍ଭପାତ କରିବା ସମୟରେ ଦେଖାଦେଉଛି ଯେ ମା’ମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କଲେ ଏହା ସୁରକ୍ଷିତ ହୋଇପାରିବ। ଏହି ସଂଶୋଧିତ ବିଲ ଦ୍ୱାରା ଦୁଷ୍କର୍ମ ପୀଡ଼ିତା ଓ ନାବାଳିକା ଗର୍ଭବତୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିପାରିବ। ଅନେକ ସମୟରେ ଗର୍ଭପାତ ପରେ ଜଣେ ମହିଳା ମା’ ହେଇ ପାରୁନାହାନ୍ତି। ଏବେ ଏହି ବିପଦ ମଧ୍ୟ ଆଉ ରହିବନାହିଁ।”

ଗତବର୍ଷ ଗର୍ଭପାତ ସମୟସୀମାକୁ ବୃଦ୍ଧି କରିବା ପାଇଁ ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଏହି ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟଙ୍କୁ କୁହାଯାଇଥିଲା ଯେ ଗର୍ଭପାତ ସମୟସୀମାକୁ ୨୦ ସପ୍ତାହରୁ ୨୪ କିମ୍ବା ୨୬ ସପ୍ତାହ କରିବା ପାଇଁ ବିଚାରବିମର୍ଶ ଆରମ୍ଭ କରାଯାଇଛି। ଅମିତ ଶାହିନ ନାମକ ଯୁବକ ତାଙ୍କ ଜନସ୍ୱାର୍ଥ ମାମଲାରେ କହିଥିଲେ ଯେ ମହିଳାମାନେ ଗର୍ଭଧାରଣ ପରେ ସମାଜରେ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଭଳି ଭାବେ ଗର୍ଭ ଧାରଣର କ୍ଷମତା ମହିଳାଙ୍କ ପାଖରେ ରହିଛି, ଠିକ ସେହିପରି ଗର୍ଭ ନଷ୍ଟ କରିବାର କ୍ଷମତା ମଧ୍ୟ ମହିଳାଙ୍କ ପାଖରେ ରହିବା ଦରକାର ବୋଲି ସେ କହିଥିଲେ।

ନେପାଳ, ଫ୍ରାନ୍ସ, ଇଂଲଣ୍ଡ, ଅଷ୍ଟ୍ରିଆ, ଇଥୋପିଆ, ଇଟାଲୀ, ସ୍ପେନ, ଆଇସଲ୍ୟାଣ୍ଡ, ନରୱେ, ଫିନଲ୍ୟାଣ୍ଡ, ସ୍ୱଡେନ ଓ ସ୍ୱିଜରଲ୍ୟାଣ୍ଡ ଭଳି ଦେଶର ଗର୍ଭପାତ କରିବାର ସମୟସୀମା ବିଶେଷ କ୍ଷେତ୍ରରେ ୨୦ ସପ୍ତାହରୁ ଅଧିକ ରହିଛି। ସେହିପରି ଡେନମାର୍କ, ଘାନା, କ୍ୟାନାଡା, ଜର୍ମାନୀ, ଭିଏତନାମ ଓ ଜମ୍ବାୱେ ଭଳି ଦେଶରେ ଯେ କୌଣସି ସମୟରେ ଗର୍ଭପାତ କରିବାର ଅନୁମତି ରହିଛି।

Related story