ଅସ୍ତ୍ରଶସ୍ତ୍ର ଜବତ ମାମଲା: ଆତଙ୍କୀ ଅବୁ ଜୁନ୍ଦାଲଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ:  ମୁମ୍ୱାଇର ମକ୍କା କୋର୍ଟ ୨୦୦୬ ଔରାଙ୍ଗବାଦରେ ଅସ୍ତ୍ରଶସ୍ତ୍ର ଜବତ ଘଟଣାର ଶୁଣାଣି ଆଜି କରିଛନ୍ତି। ୨୬/୧୧ ଆକ୍ରମଣ ଘଟଣାର ଷଡଯନ୍ତ୍ରକାରୀ ଓ ଔରାଙ୍ଗବାଦରୁ ଅସ୍ତ୍ରଶସ୍ତ୍ର ଜବତ ଘଟଣାର ଅଭିଯୁକ୍ତ ଆତଙ୍କୀ ଅବୁ ଜୁନ୍ଦାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ କୋର୍ଟ ଅନ୍ୟ ୬ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ କୋର୍ଟ ୨  ଅଭିଯୁକ୍ତଙ୍କୁ ୧୪ ବର୍ଷ  ଓ ୩ ଜଣଙ୍କୁ ୮ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଛନ୍ତି। ଗତ ସପ୍ତାହରେ  ମକ୍କା […]

25jundal1

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 04:31 PM IST

ନୂଆଦିଲ୍ଲୀ:  ମୁମ୍ୱାଇର ମକ୍କା କୋର୍ଟ ୨୦୦୬ ଔରାଙ୍ଗବାଦରେ ଅସ୍ତ୍ରଶସ୍ତ୍ର ଜବତ ଘଟଣାର ଶୁଣାଣି ଆଜି କରିଛନ୍ତି। ୨୬/୧୧ ଆକ୍ରମଣ ଘଟଣାର ଷଡଯନ୍ତ୍ରକାରୀ ଓ ଔରାଙ୍ଗବାଦରୁ ଅସ୍ତ୍ରଶସ୍ତ୍ର ଜବତ ଘଟଣାର ଅଭିଯୁକ୍ତ ଆତଙ୍କୀ ଅବୁ ଜୁନ୍ଦାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଏହି ମାମଲାରେ କୋର୍ଟ ଅନ୍ୟ ୬ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ କୋର୍ଟ ୨  ଅଭିଯୁକ୍ତଙ୍କୁ ୧୪ ବର୍ଷ  ଓ ୩ ଜଣଙ୍କୁ ୮ ବର୍ଷ ଲେଖାଏଁ ଦଣ୍ଡ ଶୁଣାଇଛନ୍ତି।

ଗତ ସପ୍ତାହରେ  ମକ୍କା କୋର୍ଟ ଆତଙ୍କୀ ଅବୁ ଜୁନ୍ଦାଲ୍‌ ସମେତ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Related story