ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡୋକଲାମ ବିବାଦକୁ ନେଇ ଚୀନ ଓ ଭାରତ ମଧ୍ୟରେ ଲାଗି ରିହିଛି ଅସ୍ଥିରତା। ଏହାରି ମଧ୍ୟରେ ପୂର୍ବ ରକ୍ଷାମନ୍ତ୍ରୀ ତଥା ବର୍ତ୍ତମାନ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା। ପାରିକର କହିଛନ୍ତି ଯ଼େ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ଯ଼ୁଦ୍ଧ ବିମାନ ତେଜସର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ବିମାନର ଏକମାତ୍ର ତ୍ରୁଟି ରହିଛି ଯ଼େ ଏହା ଅଧିକ ହାଲୁକା, କିନ୍ତୁ ଏହି ଯ଼ୁଦ୍ଧ ବିମାନରେ ଯ଼େଉଁ ଆଧୁନିକ ପ୍ରଣାଳୀ ରହିଛି ତାହା ବିଶ୍ୱର କୌଣସି ଦେଶ ନିକଟରେ ନାହିଁ।
ଗୋଆ ପାଣାଜି ଠାରେ ଏକ କାର୍ଯ଼୍ୟକ୍ରମରେ ପାରିକର ଏହା କହିଛନ୍ତି। ଏହାସହ ସେ କହିଛନ୍ତି ଭାରତୀୟ ସ୍ୱତନ୍ତ୍ର ବଳର ସେନାଙ୍କୁ ଖୁବ ଶୀଘ୍ର ଶୀତତାପ ନିୟନ୍ତ୍ରିତ ଜ୍ୟାକେଟ୍ ଦିଆଯ଼ିବ। ପାରିକରଙ୍କ ମତରେ ସ୍ୱତନ୍ତ୍ର ବଳର ଅପରେସନ୍ ସର୍ବଦା ବେଶ୍ କଷ୍ଟକର ହୋଇଥାଏ। ଏହି ସମୟରେ ସେନାଙ୍କ ଦେହ ଅଧିକ ଗରମ ହୋଇଯ଼ାଇଥାଏ। ତେଣୁ ଏହିସମୟରେ ଯ଼ଦି ତାଙ୍କ ପାଖରେ ଏସି ଜ୍ୟାକେଟ୍ ରହିଥାନ୍ତା ତେବେ ସେନାଙ୍କ ପାଇଁ ବେଶ ଭଲ ହୋଇପାରନ୍ତା। ଏନେଇ ସ୍ୱତନ୍ତ୍ର ବଳ ସେନାଙ୍କ ପାଇଁ ଏବେ ଏସି ଜ୍ୟାକେଟର ଟ୍ରାଏଲ ଚାଲିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।