କାବୁଲ: ଦୁଇ ବସ୍‌ ଓ ତୈଳ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ୫୨ ମୃତ, ୭୩ ଆହତ

କାବୁଲ: ଆଫଗାନିସ୍ତାନର ଘାଞ୍ଜି ପ୍ରଦେଶର ଏକ ରାଜପଥରେ ୨ଟି ବସ୍‌ ଓ ଗୋଟିଏ ତୈଳ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାରୁ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରଯାଇଛି। ମିଳିଥିବା ସୂଚନା ମୁତାବକ ଦୁଇ ବସ୍‌ରେ ମୋଟ୍‌ ୧୨୫ ଜଣ ଯାତ୍ରୀ ଥିଲେ। ଧାଡି ହୋଇ ଏହି ବସ୍‌ ଦୁଇଟି କାବୁଲରୁ କନ୍ଧାହାରକୁ ଯାଉଥିଲାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ […]

kubul

Rakesh Mallick
  • Published: Sunday, 08 May 2016
  • , Updated: 04 May 2017, 03:44 PM IST

କାବୁଲ: ଆଫଗାନିସ୍ତାନର ଘାଞ୍ଜି ପ୍ରଦେଶର ଏକ ରାଜପଥରେ ୨ଟି ବସ୍‌ ଓ ଗୋଟିଏ ତୈଳ ଟ୍ୟାଙ୍କର ମଧ୍ୟରେ ଧକ୍କା ହେବାରୁ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରଯାଇଛି।

ମିଳିଥିବା ସୂଚନା ମୁତାବକ ଦୁଇ ବସ୍‌ରେ ମୋଟ୍‌ ୧୨୫ ଜଣ ଯାତ୍ରୀ ଥିଲେ। ଧାଡି ହୋଇ ଏହି ବସ୍‌ ଦୁଇଟି କାବୁଲରୁ କନ୍ଧାହାରକୁ ଯାଉଥିଲାବେଳେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହୋଇଥିଲା। ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ପରେ ସ୍ଥାନୀୟ ପୋଲିସ, ଫାୟାର ବିଗ୍ରେଡ ଓ ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲା।

Related story