ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ମୁମ୍ବାଇ: ଟିଭ କଳାକାର ଅକ୍ଷତ ଉତ୍କର୍ଷଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୁମ୍ବାଇର ଅନ୍ଧେରୀ ସ୍ଥିତ ଗୋଟିଏ ଆପାର୍ଟମେଣ୍ଟରେ ଏହି ୨୬ ବର୍ଷୀୟ ଅଭିନେତା ଜଣଙ୍କ ରହୁଥିଲେ। ତାଙ୍କ ପ୍ରକୃତ ଘର ବିହାରର ମୁଜାଫରପୁର ଅଞ୍ଚଳରେ। ସେ ମୁମ୍ବାଇ ଆସି ଟିଭ ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ। କିନ୍ତୁ ବର୍ତ୍ତମାନ କିଛି କାମ ନ ମିଳିବାରୁ ସେ ମାନସିକ ଚାପରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ପରିବାର ଲୋକ […]

df

Hemant Lenka
  • Published: Tuesday, 29 September 2020
  • , Updated: 29 September 2020, 05:47 PM IST

ମୁମ୍ବାଇ: ଟିଭ କଳାକାର ଅକ୍ଷତ ଉତ୍କର୍ଷଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୁମ୍ବାଇର ଅନ୍ଧେରୀ ସ୍ଥିତ ଗୋଟିଏ ଆପାର୍ଟମେଣ୍ଟରେ ଏହି ୨୬ ବର୍ଷୀୟ ଅଭିନେତା ଜଣଙ୍କ ରହୁଥିଲେ। ତାଙ୍କ ପ୍ରକୃତ ଘର ବିହାରର ମୁଜାଫରପୁର ଅଞ୍ଚଳରେ। ସେ ମୁମ୍ବାଇ ଆସି ଟିଭ ଇଣ୍ଡଷ୍ଟ୍ରୀରେ କାମ କରୁଥିଲେ। କିନ୍ତୁ ବର୍ତ୍ତମାନ କିଛି କାମ ନ ମିଳିବାରୁ ସେ ମାନସିକ ଚାପରେ ଥିଲେ। ତେଣୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ତେବେ ପରିବାର ଲୋକ ମାନସିକଚାପ ବା ଡିପ୍ରେସନ କଥାକୁ ଅସ୍ୱୀକାର କରିଛନ୍ତି। ଏହି ନବାଗତ କଳାକାର ଅକ୍ଷତଙ୍କୁ ହତ୍ୟା କରାଯାଇଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପରିବାର ଲୋକ ଅକ୍ଷତଙ୍କ ମରଶରୀର ମୁଜାଫରପୁରକୁ ନେଇ ଯାଇଥିଲେ ହେଁ ଏହାକୁ ନେଇ ବିବାଦ ଦେଖାଦେଇଛି। କାରଣ ଏହା ପୂର୍ବରୁ ବିହାରର ମୂଳବାସିନ୍ଦା ତଥା ଅଭିନେତା ସୁଶାନ୍ତ ସିଂହ ରାଜପୁତ ମଧ୍ୟ ମୁମ୍ବାଇରେ ଆତ୍ମହତ୍ୟା କରିଥିଲେ। ଏହାକୁ ନେଇ ବେଶ ହଟଚମଟ ଦେଖିବାକୁ ମିଳିଛି।

ପୁଲିସ୍‌ କହିଛି, ଅକ୍ଷତ ତାଙ୍କର ଜଣେ ବାନ୍ଧବୀଙ୍କ ସହ ଆପାର୍ଟମେଣ୍ଟରେ ରହୁଥିଲେ। ତାଙ୍କ ବାନ୍ଧବୀ ପୁଲିସ୍‌କୁ କହିଛନ୍ତି ଯେ ରବିବାର ସନ୍ଧ୍ୟାରେ ଅକ୍ଷତ ଅସାଧାରଣ ବ୍ୟବହାର ପ୍ରଦର୍ଶନ କରିଥିଲେ। ତଥାପି ଉଭୟ ଏକାଠି ରାତ୍ର ଭୋଜନ କରିବା ପରେ ଶୋଇବାକୁ ଯାଇଥିଲେ। ତେବେ ସେ ରାତି ପ୍ରାୟ ୧୧.୩୦ରେ ୱାଶରୁମକୁ ଯିବା ପରେ ଅକ୍ଷତ ତାଙ୍କ ରୁମରେ ନିସ୍ତେତ ହୋଇ ପଡ଼ି ରହିଥିଲେ। ଏହାପରେ ବାନ୍ଧବୀ ଜଣଙ୍କ ତୁରନ୍ତ ପୁଲିସକୁ ଖବର ଦେଇଥିଲେ।

ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅକ୍ଷତଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଠାରୁ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କୋପର ହସ୍ପିଟାଲକୁ ନିଆଯାଇଥିଲା ବୋଲି ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

ପୁଲିସ୍‌ ଏବେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଲକଡାଉନ ଯୋଗୁ ଅକ୍ଷତଙ୍କ ପାଖରେ କୌଣସି କାମ ନଥିଲା। ଏଥିପାଇଁ ସେ ପରିବାର ଓ ବନ୍ଧୁମାନଙ୍କ ଠାରୁ ଟଙ୍କା ଆଣି ଚଳୁଥିଲେ। ଏହାକୁ ନେଇ ସେ ବେଶ ଡିପ୍ରେସନରେ ରହିଥିଲେ।

ଅନ୍ୟପକ୍ଷରେ ଅକ୍ଷତଙ୍କ ସମ୍ପର୍କୀୟ ମାମୁ ରଞ୍ଜିତ ସିଂହ କହିଛନ୍ତି, ରବିବାର ରାତି ୯ଟା ସମୟରେ ସେ ଅକ୍ଷତଙ୍କ ପିତାଙ୍କ ସହ କଥା ହୋଇଥିଲେ। କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ଅକ୍ଷତଙ୍କ ମୃତ୍ୟୁ ଖବର ପାଇଥିଲେ। ମୁମ୍ବାଇ ପୁଲିସ୍‌ ସେମାନଙ୍କୁ ସହଯୋଗ କରୁ ନଥିବା ସେ ଅଭିଯୋଗ କରିଛନ୍ତି।

Related story