ଇସ୍କନ୍‌ ରଥଯାତ୍ରା ପାଇଁ ନୁସରତ୍‌ ଜହାନ୍‌ଙ୍କୁ ନିମନ୍ତ୍ରଣ

କୋଲକାତା: ନବନିର୍ବାଚିତ ଟିଏମ୍‌ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍‌ଙ୍କୁ ଇସ୍କନ୍‌ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି, ସେ ଆଗକୁ ଯିବାର ପଥ ପ୍ରଦର୍ଶନ କରିଛନ୍ତି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍‌ସିଅସନେସ୍‌ (ଇସ୍କନ୍‌) ପକ୍ଷରୁ ଚଳିତ ବର୍ଷ ୪୮ତମ ରଥଯାତ୍ରା ପାଳିତ ହେଉଛି। ୧୯୭୧ […]

nusrat

Subrat Kumar Nayak
  • Published: Tuesday, 02 July 2019
  • , Updated: 02 July 2019, 04:35 PM IST

କୋଲକାତା: ନବନିର୍ବାଚିତ ଟିଏମ୍‌ସି ସାଂସଦଙ୍କୁ ରଥଯାତ୍ରାରେ ଯୋଗଦେବା ପାଇଁ କୋଲକାତା ଇସ୍କନ୍ ପକ୍ଷରୁ ନିମନ୍ତ୍ରଣ କରାଯାଇଛି। ନୁସରତ୍ ‘ସାମଜିକ ଏକତା’ ଏବଂ ‘ଅନ୍ତର୍ଭୁକ୍ତିରଣ’କୁ ପ୍ରୋତ୍ସାହନ ଦେଉଥିବାରୁ ତାଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି। ଏହି ନିମନ୍ତ୍ରଣ ଗ୍ରହଣ କରିଥିବାରୁ ନୁସରତ୍‌ଙ୍କୁ ଇସ୍କନ୍‌ ପକ୍ଷରୁ ଧନ୍ୟବାଦ ଦେଇ କୁହାଯାଇଛି, ସେ ଆଗକୁ ଯିବାର ପଥ ପ୍ରଦର୍ଶନ କରିଛନ୍ତି।

ଇଣ୍ଟରନ୍ୟାସନାଲ ସୋସାଇଟି ଫର କ୍ରିଷ୍ଣା କନ୍‌ସିଅସନେସ୍‌ (ଇସ୍କନ୍‌) ପକ୍ଷରୁ ଚଳିତ ବର୍ଷ ୪୮ତମ ରଥଯାତ୍ରା ପାଳିତ ହେଉଛି। ୧୯୭୧ ମସିହାରୁ ଏହା ଆରମ୍ଭ ହୋଇଥିଲା। ଚଳିତ ବର୍ଷ ମମତା ବାନାର୍ଜୀ ଏହି ରଥଯାତ୍ରା ଉଦ୍‌ଘାଟନ କରିବେ। ନୁସରତ୍‌ ମଙ୍ଗଳସୂତ୍ର ପରିଧାନ କରି ସଂସଦ ଗୃହରେ ଶପଥ ନେଇଥିଲେ ଏବଂ କହିଥିଲେ ସେ ଏପରି ଏକ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ଯେଉଁଠାରେ ଜାତି, ବର୍ଣ୍ଣ ଏବଂ ଧର୍ମର କୌଣସି ଭେଦଭାବ ନଥାଏ। ଏବର୍ଷ ରଥଯାତ୍ରାରେ ନୁସରତ୍‌ ତାଙ୍କ ସ୍ୱାମୀଙ୍କ ସହିତ ଯୋଗଦେବେ। ଏତଦ୍‌ବ୍ୟତୀତ ଅନ୍ୟ ସିନେଷ୍ଟାରମାନେ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବରୁ ସିନ୍ଦୂର ଲଗାଇ ଏବଂ ମଙ୍ଗଳସୂତ୍ର ପିନ୍ଧି ସଂସଦ ଯାଇଥିବାରୁ ନୁସରତଙ୍କୁ ଦେଓବନ୍ଦର ମୌଲାନା ତାଙ୍କୁ ସମାଲୋଚନା କରିଥିଲେ। ସେ ଏହାର ଜବାବରେ କହିଥିଲେ, ଧର୍ମ ତା’ ସ୍ଥାନରେ ଏବଂ ବେଶଭୁଷା ତା’ ସ୍ଥାନରେ।

Related story