ପଦ୍ମ ଧରିଲେ ଅଭିନେତ୍ରୀ ଈଶା କୋପ୍ପିକର, ମିଳିଲା ଏହି ଦାୟିତ୍ୱ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଈଶା କୋପ୍ପିକର ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ପଦ୍ମ ଧରିବା କ୍ଷଣି ତାଙ୍କ ବିଜେପି ମହିଳା ପରିବହନ ୱିଙ୍ଗର କାର୍ଯ୍ୟକାରୀ ସଭାପତି କରାଯାଇଛି। ୨୦୦୨ରେ ରାମ ଗୋପାଲ ବର୍ମାଙ୍କ କମ୍ପାନୀ ଫିଲ୍ମ ଜରିଆରେ ଈଶା କୋପ୍ପିକର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ତେଲୁଗୁ, ତାମିଲ, ମରାଠୀ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି। ଆଜି ମୁମ୍ବାଇଠାରେ ଆୟୋଜିତ ସ୍ୱତନ୍ତ୍ର […]

i

Hemant Lenka
  • Published: Sunday, 27 January 2019
  • , Updated: 27 January 2019, 07:55 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଈଶା କୋପ୍ପିକର ବିଜେପିରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ପଦ୍ମ ଧରିବା କ୍ଷଣି ତାଙ୍କ ବିଜେପି ମହିଳା ପରିବହନ ୱିଙ୍ଗର କାର୍ଯ୍ୟକାରୀ ସଭାପତି କରାଯାଇଛି।

୨୦୦୨ରେ ରାମ ଗୋପାଲ ବର୍ମାଙ୍କ କମ୍ପାନୀ ଫିଲ୍ମ ଜରିଆରେ ଈଶା କୋପ୍ପିକର ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ତେଲୁଗୁ, ତାମିଲ, ମରାଠୀ ଓ କନ୍ନଡ଼ ଫିଲ୍ମରେ ମଧ୍ୟ ନିଜର ଯାଦୁ ଦେଖାଇଛନ୍ତି।

ଆଜି ମୁମ୍ବାଇଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନୀତୀଶ ଗଡ଼କରୀ ଈଶା କୋପ୍ପି ବିଜେପିରେ ସାମିଲ ହେଲେ ବୋଲି ଘୋଷଣା କରିଛନ୍ତି। କିଛି ଦିନ ତଳେ ଅଭିନେତ୍ରୀ ମୌସୁମୀ ଚାଟାର୍ଜୀ ମଧ୍ୟ ବିଜେପିରେ ଯୋଗଦେଇଥିଲେ। ଏହାପୂର୍ବରୁ ୨୦୧୫ରେ ଅଭିନେତ୍ରୀ ରୂପା ଗାଙ୍ଗୁଲି ମଧ୍ୟ ପଦ୍ମ ଧରିଥିଲେ। ସେ ଏବେ ରାଜ୍ୟସଭା ସାଂସଦ ରହିଛନ୍ତି।

Related story