ସରକାରୀ ଯୋଜନା ପାଇଁ ବଢ଼ିବନି ଆଧାର ଲିଙ୍କ ଅବଧି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ:  କଲ୍ୟାଣମୂକଳ ସ୍କିମ୍ ପାଇଁ ଆଧାର ଲିଙ୍କ ଅବଧି ବଢିବ ନାହିଁ । ହିତାଧିକାରୀମାନଙ୍କୁ ଚଳିତମାସ ୩୧ସୁଦ୍ଧା ଆଧାର ଲିଙ୍କ କରିବାକୁ ପଡିବ। ଏନେଇ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ  ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ  ମାମଲାର ଶୁଣାଣି ହୋଇଥିଲା। କଲ୍ୟାଣ ମୂଳକ ଯୋଜନାର ଲାଭ ପାଇବା  ପାଇଁ ଆଧାର ଲିଙ୍କ୍ କରିବାକୁ  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ […]

SC

Rakesh Mallick
  • Published: Wednesday, 28 March 2018
  • , Updated: 28 March 2018, 10:49 AM IST

ନୂଆଦିଲ୍ଲୀ:  କଲ୍ୟାଣମୂକଳ ସ୍କିମ୍ ପାଇଁ ଆଧାର ଲିଙ୍କ ଅବଧି ବଢିବ ନାହିଁ । ହିତାଧିକାରୀମାନଙ୍କୁ ଚଳିତମାସ ୩୧ସୁଦ୍ଧା ଆଧାର ଲିଙ୍କ କରିବାକୁ ପଡିବ। ଏନେଇ ଅନ୍ତରୀଣ ରାୟ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କୁ  ନେଇ ଗଠିତ ୫ଜଣିଆ ଖଣ୍ଡପୀଠ ଏ ସମ୍ପର୍କିତ  ମାମଲାର ଶୁଣାଣି ହୋଇଥିଲା। କଲ୍ୟାଣ ମୂଳକ ଯୋଜନାର ଲାଭ ପାଇବା  ପାଇଁ ଆଧାର ଲିଙ୍କ୍ କରିବାକୁ  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମହଲତ ଦିଆଯାଇଛି।

ସେପଟେ କେନ୍ଦ୍ରୀୟ  ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ପକ୍ଷରୁ ପ୍ୟାନ୍- ଆଧାର ଲିଙ୍କ ସମୟସୀମାକୁ ଜୁନ ୩୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଟିକସଦାତାଙ୍କ ପାଇଁ ପ୍ୟାନ୍‌ ସହିତ ଆଧାର ଲିଙ୍କ କରିବାକୁ ବାଧ୍ୟତାମୂଳକ କରାଯାଇଛି।

Related story