ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ନେତା ଅଧୀର ରଞ୍ଜନ

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ କଶ୍ମୀରର ବିଜେପି ସଭାପତି କରାଇଦେବା ଉଚିତ୍ ବୋଲି ଅଧୀର ରଞ୍ଜନ କହିଛନ୍ତି। ତାଙ୍କର ବ୍ୟବହାର ଓ ମନ୍ତବ୍ୟ ବିଜେପି ନେତାଙ୍କ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟ ସହ ସମାନ ତେଣୁ ସେ ଜମ୍ମୁ କଶ୍ମୀରର ବିଜେପି ସଭାପତି ହେବା ଉଚିତ୍ ବୋଲି ଅଧୀର ରଞ୍ଜନ କହିଛନ୍ତି। ଏହାପରେ ଜବାବ ରଖିଛନ୍ତି ରାଜ୍ୟପାଳ […]

satya pal mallick and adhir ranjan

Subhransu Sekhar
  • Published: Monday, 26 August 2019
  • , Updated: 26 August 2019, 05:23 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଜମ୍ମୁ କଶ୍ମୀରର ବିଜେପି ସଭାପତି କରାଇଦେବା ଉଚିତ୍ ବୋଲି ଅଧୀର ରଞ୍ଜନ କହିଛନ୍ତି। ତାଙ୍କର ବ୍ୟବହାର ଓ ମନ୍ତବ୍ୟ ବିଜେପି ନେତାଙ୍କ ଦ୍ୱାରା ଦିଆଯାଉଥିବା ମନ୍ତବ୍ୟ ସହ ସମାନ ତେଣୁ ସେ ଜମ୍ମୁ କଶ୍ମୀରର ବିଜେପି ସଭାପତି ହେବା ଉଚିତ୍ ବୋଲି ଅଧୀର ରଞ୍ଜନ କହିଛନ୍ତି।

ଏହାପରେ ଜବାବ ରଖିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ସେ କହିଛନ୍ତି “ନିକଟରେ ଲୋକସଭାରେ ଅଧୀର ରଞ୍ଜନ ଯେଉଁ ମନ୍ତବ୍ୟ ଦେଇଥିଲେ ସେଥିପାଇଁ ତାଙ୍କ ଦଳ ଏବେ ମାଟି ତଳେ କବର ନେବାକୁ ବସିଲାଣି।

ଯେତେବେଳେ ବି ନିର୍ବାଚନ ହେବ ସେତେବେଳେ ଅଧୀରଙ୍କ ମନ୍ତବ୍ୟକୁ ପ୍ରସଙ୍ଗ କରିବା ଉଚିତ୍। ମୁଁ ମୋର କାମକୁ ନିଷ୍ଠାର ସହ ସମ୍ପାଦନ କରୁଛି, କିଏ କ’ଣ କହୁଛନ୍ତି ମୁଁ ଖାତିର କରେନି”।

https://twitter.com/ANI/status/1165893421380198401?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1165893421380198401&ref_url=https%3A%2F%2Fwww.indiatoday.in%2Findia%2Fstory%2Fkashmir-governor-satya-pal-malik-jammu-adhir-ranjan-congress-grave-remarks-kashmir-1591742-2019-08-26

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦକୁ ନେଇ ଲୋକସଭାରେ ବିତର୍କ ଚାଲିଥିବା ବେଳେ କଂଗ୍ରେସ ପକ୍ଷରୁ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ମତ ରଖିଥିଲେ। ସେ କହିଥିଲେ "କେମିତି ଜମ୍ମୁ କଶ୍ମୀର ଦୁଇ ଦେଶ ମଧ୍ୟରେ ଥିବା ବିବାଦ? ଏହି ପ୍ରସଙ୍ଗ ଉପରେ ତ ଜାତିସଂଘ ୧୯୪୮ରୁ ନଜର ରଖୁଛି"। ଅଧୀରଙ୍କ ଦ୍ୱାରା ଦିଆଯାଇଥିବା ଏହି ମନ୍ତବ୍ୟକୁ ନେଇ ସେତେବେଳେ ପାଖ ଆସନରେ ବସିଥିବା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ତାଜୁବ ହୋଇଯାଇଥିଲେ।

କାରଣ ଶିମଲା ଚୁକ୍ତି ଅନୁଯାୟୀ ଜମ୍ମୁ କଶ୍ମୀର ବିବାଦର ସମାଧାନ ଦ୍ୱିପାକ୍ଷିକ। ଏହି ପ୍ରସଙ୍ଗରେ ଅନ୍ୟ କୌଣସି ଦେଶ ହସ୍ତକ୍ଷେପ କରିପାରିବ ନାହିଁ।

 

Related story