ପାଟନା ଯାଇ ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କୁ ଭେଟିଲେ ଆଦିତ୍ୟ ଠାକରେ

ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ଆରମ୍ଭ ହେଲାଣି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଗତକାଲି ବିହାର ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ କିନ୍ତୁ ଜୋର ଧରିବାରେ ଲାଗିଛି ରାଜନୀତି। ଏଠାରେ ଉଲ୍ଲେଖନୀୟ କଥା ଯେ, ଆଦିତ୍ୟଙ୍କ ଜେଜେବାପା ସ୍ୱର୍ଗତ […]

pic

pic

Niharika Rout
  • Published: Thursday, 24 November 2022
  • Updated: 24 November 2022, 02:16 PM IST

Sports

Latest News

ପାଟନା: ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଳି ଆରମ୍ଭ ହେଲାଣି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଗତକାଲି ବିହାର ଗସ୍ତ କରିଛନ୍ତି। ଏହି ଅବସରରେ ସେ ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ମଧ୍ୟରେ ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି କୁହାଯାଉଥିବା ବେଳେ ଏହାକୁ ନେଇ କିନ୍ତୁ ଜୋର ଧରିବାରେ ଲାଗିଛି ରାଜନୀତି।

ଏଠାରେ ଉଲ୍ଲେଖନୀୟ କଥା ଯେ, ଆଦିତ୍ୟଙ୍କ ଜେଜେବାପା ସ୍ୱର୍ଗତ ବାଲ ଠାକରେଙ୍କ ଦ୍ୱାରା ଗଠିତ ଶିବସେନା ମୁମ୍ବାଇ (ମହାରାଷ୍ଟ୍ର)ରେ ପ୍ରବାସୀ ଭାରତୀୟଙ୍କ ଉପରେ ବିଶେଷ ଭାବରେ ବିହାର ଏବଂ ପୂର୍ବାଞ୍ଚଳବାସୀଙ୍କ ପ୍ରତି ଆକ୍ରାମଣାତ୍ମକ ଆଚରଣ ପ୍ରଦର୍ଶନ କରୁଥିଲେ। ହେଲେ ଆଦିତ୍ୟ ଠାକରେ ଏବେ ଏହି ବିବାଦରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରି ବିହାର ଗସ୍ତ କରିଥିବା ଶୁଣିବାକୁ ମିଳୁଛି।

ଶିବସେନାର ଜଣେ ଯୁବ ନେବା ଭାବେ ଏହା ଆଦିତ୍ୟ ଠାକରେଙ୍କ ପ୍ରଥମ ବିହାର ଗସ୍ତ। ଏହି ସମୟରେ ‘ବିପକ୍ଷ ଏକତା’ ଚର୍ଚ୍ଚା ଜୋର ଧରିଛି। ହେଲେ ଆଦିତ୍ୟ ଠାକରେ ଗଣମାଧ୍ୟମକୁ କହିଛନ୍ତି, ହିନ୍ଦୀ ଭାଷାଭାଷୀ ଉତ୍ତର ଭାରତୀୟଙ୍କ ଶତ୍ରୁମାନେ ବର୍ତ୍ତମାନ “ବିଜେପି ସହ” ଅଛନ୍ତି। ଯେତେବେଳେ ଆମେ ମହାରାଷ୍ଟ୍ରରେ କ୍ଷମତାରେ ଥିଲୁ, ସେତେବେଳେ ସମସ୍ତ ସମ୍ପ୍ରଦାୟ ମଧ୍ୟରେ “ଶାନ୍ତିପୂର୍ଣ୍ଣ ସହଭାଗିତା” ରହିଥିଲା।

[caption id="attachment_783937" align="aligncenter" width="650"]pic ବିହାର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଦିତ୍ୟ ଠାକରେ ।[/caption]

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ କାମକୁ ଖୁବ୍‌ ପ୍ରଶଂସା କରି ଆଦିତ୍ୟ ଠାକରେ କହିଛନ୍ତି, ଏହା ମୋର ପ୍ରଥମ ବିହାର ଗସ୍ତ ହୋଇଥିଲେ ବି ପୂର୍ବରୁ ଯୁବ ଆରଜେଡି ନେତାଙ୍କ ସହ ଯୋଗାଯୋଗରେ ଥିଲି। ହେଲେ ଏହା ଆମର ପ୍ରଥମ ସୌଜନ୍ୟମୂଳକ ସାକ୍ଷାତ। ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନିହିତ ଥିବା ଘଟଣାକୁ ସେ ଅସ୍ୱୀକାର କରିଛନ୍ତି।

ଆଗକୁ  ମୁମ୍ବାଇ ମ୍ୟୁନିସିପାଲିଟି ନିର୍ବାଚନ ଥିବାରୁ ​​ତେଜସ୍ୱୀ ଯାଦବ ଶିବସେନା ପାଇଁ ପ୍ରଚାର କରିବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ନିର୍ବାଚନ ବହୁତ ଦୂରରେ ବୋଲି କହିଛନ୍ତି ଆଦିତ୍ୟ ଠାକରେ।

ଏଥିସହ ସେ କହିଛନ୍ତି, “ମୁଁ ତେଜସ୍ୱୀ ଯାଦବଙ୍କୁ ମହାରାଷ୍ଟ୍ରର ଏକ ବ୍ୟକ୍ତିଗତ ଭ୍ରମଣରେ ଆସିବାକୁ ନିମନ୍ତ୍ରଣ କରିଛି। ସେ ବି ମୋତେ ବିହାରର ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଆମନ୍ତ୍ରଣ କରିଛନ୍ତି।”

ଆପଣ ଦୁହିଁଙ୍କ ଦୋସ୍ତି ପରେ ବିହାରୀମାନେ ବର୍ତ୍ତମାନ ମୁମ୍ବାଇରେ ମାଡ଼ ଖାଇବେନି ବୋଲି ନିଶ୍ଚିତ ହୋଇପାରିବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ଆଦିତ୍ୟ କହିଛନ୍ତି ଯେ ଯେଉଁମାନେ ଏହି କାର୍ଯ୍ୟରେ ଜଡିତ ଥିଲେ ସେମାନେ ବର୍ତ୍ତମାନ ବିଜେପି ସହ ଅଛନ୍ତି। ସେମାନେ ଏହାର ଉତ୍ତର ଦେବା ଉଚିତ୍।

ଉଦ୍ଧବ ଠାକୁରଙ୍କ ନେତୃତ୍ୱାଧୀନ ଏମଭିଏ ସରକାରରେ ମନ୍ତ୍ରୀପଦ ସମ୍ଭାଳିଥିବା ଆଦିତ୍ୟ କହିଛନ୍ତି ଯେ ଯେତେବେଳେ ସେମାନେ ମହାରାଷ୍ଟ୍ର ଶାସନ କରୁଥିଲେ ସମସ୍ତେ ଏକାଠି ଏବଂ ଶାନ୍ତିରେ ରହୁଥିଲେ।

[caption id="attachment_783938" align="aligncenter" width="650"]pic ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ସହ ଆଦିତ୍ୟ ଠାକରେଙ୍କ ସୌଜନ୍ୟମୂଳକ ସାକ୍ଷାତ ।[/caption]

ଅନ୍ୟପକ୍ଷରେ, ତେଜସ୍ୱୀ କହିଛନ୍ତି ଯେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରଙ୍କ ଆକ୍ରମଣରୁ ସମ୍ବିଧାନକୁ ରକ୍ଷା କରିବା ହେଉଛି “ପ୍ରଥମ ଆବଶ୍ୟକତା”।

ଲାଲୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ତେଜସ୍ୱୀଙ୍କୁ ବିବେଚନା କରାଯାଉଛି। ସେ କହିଛନ୍ତି, ମହାରାଷ୍ଟ୍ରରେ ଅର୍ଥ ବଳ ବ୍ୟବହାର କରି କ୍ଷମତାସୀନ ସରକାରକୁ ଉପାଡ଼ି ଫୋପାଡ଼ି ଦିଆଗଲା। ଏହା ଦ୍ୱାରା ବିଜେପି ଅଧିକ ଉତ୍ସାହିତ ହୋଇ ବିହାରରେ ମଧ୍ୟ ସେହିଭଳି କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ବଦଳରେ ଦଳକୁ ବହୁମୂଲ୍ୟ ଦେବାକୁ ପଡ଼ିଛି।

ଆଦିତ୍ୟ ଠାକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ବି ସୌଜନ୍ୟମୂଳକ ସାକ୍ଷାତକାର କରି ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ସୂଚନାଯୋଗ୍ୟ, ଆଦିତ୍ୟଙ୍କ ପିତା ଉଦ୍ଧବ ଠାକରେ ମହାରାଷ୍ଟ୍ରରେ 'ମହା ବିକାଶ ଅଗାଡ଼ି' ମିଳିତ ସରକାର ଗଠନ କରିଥିଲେ।  କିନ୍ତୁ ଶିବସେନା ନେତା ଏକନାଥ ସିନ୍ଦେଙ୍କ ବିଦ୍ରୋହ ଯୋଗୁ ଜୁନ୍ ୨୯ରେ ଏହି ସରକାରଙ୍କ ପତନ ଘଟାଇଲା ଏବଂ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଲା। ପରଦିନ, ଜୁନ୍ ୩୦ ରେ, ଏକନାଥ ସିନ୍ଦେ ବିଜେପି ସହିତ ମିଶି ରାଜ୍ୟରେ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story