ଉମର ଅବଦୁଲ୍ଲାଙ୍କୁ ଅଦନାନ୍‌ ସାମୀଙ୍କ ଆକ୍ଷେପ: ଛୋଟ ମାନସିକତାର ଲୋକ

ନୂଆଦିଲ୍ଲୀ: ଏକ ମ୍ୟୁଜିକ୍‌ ଶୋ’କୁ ନେଇ ଗାୟକ ଅଦନାନ୍ ସାମୀ ଓ ଜମ୍ମୁ-କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଟ୍ୱିଟ ୱାର। ଶନିବାର ଶ୍ରୀନଗରରେ ଅଦନାନ୍ ‘ରିଦିମ ଇନ୍‌ ପାରାଡାଇସ’ ନାମକ ଏକ ମ୍ୟୁଜିକ୍ କନସର୍ଟ କରିଥିଲେ । ଏହି ଶୋ’ର ସଫଳ ହେବା ନେଇ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ତେବେ ଏପରି ପ୍ରତିକ୍ରିୟାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଅଦନାନଙ୍କ ଶୋ’ରେ ଆରମ୍ଭ ସମୟର ଖାଲିପଡ଼ିଥିବା […]

Rakesh Mallick
  • Published: Sunday, 08 October 2017
  • , Updated: 08 October 2017, 06:32 PM IST

ନୂଆଦିଲ୍ଲୀ: ଏକ ମ୍ୟୁଜିକ୍‌ ଶୋ’କୁ ନେଇ ଗାୟକ ଅଦନାନ୍ ସାମୀ ଓ ଜମ୍ମୁ-କାଶ୍ମୀରର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଟ୍ୱିଟ ୱାର। ଶନିବାର ଶ୍ରୀନଗରରେ ଅଦନାନ୍ ‘ରିଦିମ ଇନ୍‌ ପାରାଡାଇସ’ ନାମକ ଏକ ମ୍ୟୁଜିକ୍ କନସର୍ଟ କରିଥିଲେ । ଏହି ଶୋ’ର ସଫଳ ହେବା ନେଇ ଲୋକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି। ତେବେ ଏପରି ପ୍ରତିକ୍ରିୟାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଅଦନାନଙ୍କ ଶୋ’ରେ ଆରମ୍ଭ ସମୟର ଖାଲିପଡ଼ିଥିବା କେତେଗୁଡ଼ିଏ ସିଟର ଏକ ଫଟୋ ଉଠାଇ ଜଣେ ବ୍ୟକ୍ତି ଟ୍ୱିଟରରେ ପୋଷ୍ଟ କରିଥିଲେ। ଏହି ପୋଷ୍ଟ ଉପରେ ଉମର କମେଣ୍ଟ ଦେଇ କହିଥିଲେ, ଏହା ଅତି ଦୟନୀୟ। ମୁଁ ଆଶା କରୁଛି, ବର୍ତ୍ତମାନ ସେହି ସବୁ ସିଟ୍ ପୂରଣ ହୋଇଯାଇଥିବ। ଉମରଙ୍କ ଏପରି ପ୍ରତିକ୍ରିୟା ଅଦନାନଙ୍କୁ ସହଜରେ ହଜମ ହୋଇ ନଥିଲା। ଉମରଙ୍କ ଟ୍ୱିଟ୍‌ର ଉତ୍ତରରେ ଅଦନାନ୍‌ କହିଥିଲେ, “ଉମରଙ୍କୁ ମ୍ୟୁଜିକ ପ୍ରୋଗ୍ରାମ ବାବାଦରେ ଭଲଭାବେ ଜଣାନାହିଁ। ଆପଣ ଜଣେ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ। ମ୍ୟୁଜିକ କନସର୍ଟ ବାବଦରେ ଏତେଟା ଅଜ୍ଞ ନଥିବେ। ଏହି ଫଟୋଟି ସମ୍ପୂର୍ଣ୍ଣ ମିଛ।”

ପରେ ଅଦନାନ୍ ମ୍ୟୁଜିକ ପ୍ରୋଗ୍ରାମର ଏକ ଫଟୋ ପୋଷ୍ଟ କରିଥିଲେ। ଏହାର ଜବାବରେ ଉମର କହିଥିଲେ, “ମୁଁ ଖୁସି ଅପଣଙ୍କ ସଙ୍ଗୀତକୁ ଖୁବ ଭଲ ପାଏ। ମୁଁ ଖୁସି ଯେ ଲୋକମାନେ ସେଠାକୁ ଯାଇ ସଙ୍ଗୀତର ଆନନ୍ଦ ନେଉଛନ୍ତି। ଅପଣ କିପରି କହି ପାରିଲେ କି ମୁଁ ଆପଣଙ୍କ ପ୍ରୋଗ୍ରାମ ବାବଦରେ କିଛି ଜାଣିନାହିଁ।”

ଏପରିକି ଅଦନାନ୍ ଉମରଙ୍କୁ ଛୋଟ ମାନସିକାତାର ବ୍ୟକ୍ତି ବୋଲି ମଧ୍ୟ କହି ଦେଇଥିଲେ। ଶେଷରେ ଉମର ଆଦନାନ୍‌ଙ୍କୁ ଶ୍ରୀନଗର ଆସିଥିବାରୁ ଧନ୍ୟବାଦ ଜଣାଥିଲେ।

Related story