କାବୁଲ: ଆଫଗାନିସ୍ତାନର ପରୱାନ ପ୍ରଦେଶରେ ମଙ୍ଗଳବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ଆଜି ସକାଳେ ଏକ ହାଇସ୍କୁଲ୍ ନିକଟରେ ଏହି ବିସ୍ଫୋରଣ ହୋଇଥିଲା।
ପରୱାନର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆତ୍ମଘାତୀ ଜଣଙ୍କ ଏକ କାର୍ରେ ବିସ୍ଫୋରଣ କରିଥିଲା। ବିସ୍ଫୋରଣର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣା ଯାଇଥିଲା। ବିସ୍ଫୋରଣ ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ ଘେରି ଯାଇଥିଲେ। ତେବେ ଏହି ଘଟଣା ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରି ନାହିଁ।