ଲକ୍ଷ୍ନୌ:ଦୀର୍ଘ ୨୪ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହୋଇ ନିର୍ବାଚନୀ ରାଲି କରିବେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ସୁଶ୍ରୀ ମାୟାବତୀ। ପରସ୍ପରର ଘୋର ବିରୋଧୀ ଥିବା ଏହି ନେତାଙ୍କ ରାଲି ଆଜି ଇତିହାସ ପୃଷ୍ଠାରେ ଲେଖାହୋଇଯିବ। କାରଣ କ୍ରିଷ୍ଟିଆନ କଲେଜ ପଡ଼ିଆରକେ ଆୟୋଜିତ ହେଉଥିବା ରାଲି ଜରିଆରେ ମାୟାବତୀ ମୁଲାୟମ ସିଂହଙ୍କୁ ସମର୍ଥନ କରି ପ୍ରଚାର କରିବା ସହ ମତଦାନ ପାଇଁ ଜନସାଧାରଣଙ୍କୁ ଅପିଲ୍ କରିବେ। ଏହି ରାଲିରେ ମୁଲାୟମ, ମାୟାବତୀଙ୍କ ସହିତ ଅଖିଳେଶ ଯାଦବ, ରାମଗୋପାଳ ଯାଦବ ଏବଂ ମହାମେଣ୍ଟର ଅନ୍ୟତମ ସହଯୋଗୀ ଆରଏଲଡ଼ି ସୁପ୍ରିମୋ ଅଜିତ ସିଂହ ଉପସ୍ଥିତ ରହିବେ। ରାଲିକୁ ସଫଳ କରିବା ପାଇଁ ମହାମେଣ୍ଟ ୨ ଲକ୍ଷ ଲୋକଙ୍କୁ ପ୍ରଚାର ସ୍ଥଳୀକୁ ଆଣିବ ବୋଲି ଜଣାପଡ଼ିଛି।
ଚଳିତ ନିର୍ବାଚନରେ ମୈନପୁରୀ ଆସନରୁ ମୁଲାୟମ ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନ ମୁଲାୟମଙ୍କ ଗଡ଼ ଭାବେ ପରିଚିତ। ୧୯୯୬ରେ ମୁଲାୟମ ସିଂହ ଯାଦବ ଏହି ଆସନରୁ ବିଜୟୀ ହୋଇଥିଲେ। ପରେ ସେ ଏଠାରୁ ଲଗାତର ନିର୍ବାଚିତ ହୋଇଆସୁଛନ୍ତି। ଚଳିତ ସାଧାରଣ ନିର୍ବାଚନ ପର୍ବରୁ ୧୯୯୩ ମସିହା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ବିଜେପି ବିରୋଧରେ ଏକ ହୋଇ ଏସପି ବିଏସ୍ପି ସହ ମେଣ୍ଟ କରିଥିଲେ। କିନ୍ତୁ ଗେଷ୍ଟହାଉସ ଆକ୍ରମଣ ପରେ ୧୯୯୫ ଜୁନ ୨ରେ ବିଏସପି ମେଣ୍ଟରୁ ଓହରି ଯାଇଥିଲା। ଏହା ପରଦିନ ବିଜେପି ସମର୍ଥନରେ ମାୟାବତୀ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।