ସରକାରୀ କର୍ମଚାରୀଙ୍କ ଡବଲ ହେବ ଗ୍ରାଚୁଇଟି, ବେସରକାରୀ କର୍ମଚାରୀ ବି ପାଇବେ

ନୂଆଦିଲ୍ଲୀ: ସପ୍ତମବେତନ କମିଶନ ଲାଗୁ କରିବା ପରେ ମୋଦି ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସନ୍ତୁଷ୍ଟୀକରଣ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି।  ପ୍ରସ୍ତାବିତ ପଦକ୍ଷେପ ଅନୁଯାୟୀ, କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି ହେବ। ଏ ସମ୍ପର୍କରେ ଏକ ସଂଶୋଧିତ ବିଲ ପ୍ରସ୍ତାବ ଆସିଥିବା ବେଳେ ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି।  ଅର୍ଥାତ ଗ୍ରାଚୁଇଟି ବିଲ ସଂଶୋଧନ ନେଇ ସଂଶଦରେ ଉପସ୍ଥାପନ ହେବ। ସଂଶଦରେ ଏହି ବିଲ ପାରିତ ହେଲେ  ଜଣେ ସରକାରୀ କର୍ମଚାରୀ ସର୍ବାଧିକ ୨୦ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 10:27 PM IST

Sports

Latest News

ନୂଆଦିଲ୍ଲୀ: ସପ୍ତମବେତନ କମିଶନ ଲାଗୁ କରିବା ପରେ ମୋଦି ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସନ୍ତୁଷ୍ଟୀକରଣ ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି।  ପ୍ରସ୍ତାବିତ ପଦକ୍ଷେପ ଅନୁଯାୟୀ, କର୍ମଚାରୀଙ୍କ ଗ୍ରାଚୁଇଟି ବୃଦ୍ଧି ହେବ। ଏ ସମ୍ପର୍କରେ ଏକ ସଂଶୋଧିତ ବିଲ ପ୍ରସ୍ତାବ ଆସିଥିବା ବେଳେ ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି।  ଅର୍ଥାତ ଗ୍ରାଚୁଇଟି ବିଲ ସଂଶୋଧନ ନେଇ ସଂଶଦରେ ଉପସ୍ଥାପନ ହେବ। ସଂଶଦରେ ଏହି ବିଲ ପାରିତ ହେଲେ  ଜଣେ ସରକାରୀ କର୍ମଚାରୀ ସର୍ବାଧିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗ୍ରାଚୁଇଟି ପାଇବେ । ପୂର୍ବରୁ ଏହି ପରିମାଣ ୧୦ ଲକ୍ଷରେ ସୀମିତ ଥିଲା। କେବଳ  ସରକାରୀ  କର୍ମଚାରୀ ନୁହଁ ଏହି ନିୟମ ବେସରକାରୀ କର୍ମଚାରୀଙ୍କ ପାଇଁ ମଧ୍ୟ ଲାଗୁ ହେବ।

ଅର୍ଥାତ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମଧ୍ୟ ୨୦ ଲକ୍ଷ ଟଙ୍କା ଗ୍ରାଚୁଇଟି ପାଇବେ। ଏହା ଉପରେ କୌଣସି ଟ୍ୟାକ୍ସ ଲାଗୁ ହେବ ନାହିଁ।   ତେବେ ଏହା ମୂଳ ଦରମାକୁ ନେଇ ଧାର୍ଯ୍ୟ ହେବ।  ଏନେଇ ୧୯୭୨ ଗ୍ରାଚୁଇଟି ଆକ୍ଟକୁ ସଂଶୋଧନ କରାଯିବା ନେଇ ସଂଶଦରେ ଆଲୋଚନା ହେବ। ଘରୋଇକ୍ଷେତ୍ରରେ ଏହି ଆକ୍ଟ ଅନୁଯାୟୀ ୧୦ରୁ ଅଧିକ କର୍ମଚାରୀ କାମ କରୁଥିବା କମ୍ପାନୀ କ୍ଷେତ୍ରରେ ଏହି ନିୟମ ଲାଗୁ ହେବେ । ଅବସର ପରେ ଏହି ସୁବିଧା ମିଳିବ।  ତେବେ ଯେଉଁମାନେ ସେଣ୍ଟ୍ରାଲ ସିଭିଲ ପେନସନ ସ୍କିମରେ ସାମିଲ ହୋଇ ନ ଥିବେ ସେମାନେ ଏହି ସୁବିଧା ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos