ଜୟପୁର: ଅଯୋଧ୍ୟା ରାମ ଜନ୍ମଭୂମିରେ ଏକ ବୃହତ ମନ୍ଦିର ହେଉ ବୋଲି ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍। କଂଗ୍ରେସ ଅଯୋଧ୍ୟା ରାୟ ଆସିବାରେ ବିଳମ୍ବ କରାଇବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ମନ୍ତବ୍ୟ ପରେ ଏହାର ଜବାବରେ ଏପରି କହିଛନ୍ତି ସଚିନ୍।
ସେ ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମ୍କୋର୍ଟ ରାୟ ଦେଇସାରିଛନ୍ତି, ସମସ୍ତେ ଏହାକୁ ଗ୍ରହଣ କରିବା ଉଚିତ। ଏହାକୁ ନେଇ ଏବେ ରାଜନୀତି ବନ୍ଦ ହେବା ଦରକାର। କଂଗ୍ରେସ ଚାହୁଁଛି ଅଯୋଧ୍ୟାରେ ଏକ ବୃହତ ମନ୍ଦିର ହେବା ଦରକାର।
ସେ ଆହୁରି ମଧ୍ୟ କହିଛନ୍ତି, କୋର୍ଟଙ୍କ ରାୟ ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇଥିଲା। ଆମେ ଏହାକୁ ସମ୍ମାନ ଜଣାଇଥିଲୁ। ଏବେ ଆମକୁ ଏହି ପ୍ରସଙ୍ଗରେ ରାଜନୀତି ବନ୍ଦ କରିବାକୁ ହେବ। ବିଶ୍ୱ ଆଗକୁ ଆଗକୁ ବଢ଼ୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସରିଲା ଭୋଟ: ଆସିଲା ଏକଜିଟ ପୋଲ୍
ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୪୫।
National
ବନ୍ଧୁକ ଦେଖାଇ ଭୋଟରଙ୍କୁ ଅଟକାଉଛି ପୁଲିସ? ଭିଡିଓ ଶେୟାର କଲେ ଅଖିଲେଶ ଯାଦବ
ଭୋଟରଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଛି ପୁଲିସ। ଭିଡିଓ ଶେୟାର କରି ବଡ଼ ଅଭିଯୋଗ ଆଣିଲେ ଅଖିଲେଶ। କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ ଆୟୋଗଙ୍କୁ କଲେ ଦାବି।
National
ଚାଲିଥିଲା ଭୋଟ, ବୁଥ ଭିତରେ ଚାଲିଗଲା ବିଧାୟକ ପ୍ରାର୍ଥୀଙ୍କ ଜୀବନ
ତାଙ୍କୁ ତୁରନ୍ତ ନାନା ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ୟୁପି ଉପ ନିର୍ବାଚନ: ଭିଡିଓ ଭାଇରାଲ ପରେ ୭ ପୁଲିସ ଅଫିସରଙ୍କୁ ନିଲମ୍ବନ କଲେ ଇସିଆଇ
ନିଲମ୍ବିତ ହୋଇଥିବା ୭ ଜଣ ପୁଲିସ୍ ଅଫିସରଙ୍କ ମଧ୍ୟରୁ କାନପୁର ଓ ମୁଜାଫରନଗରରୁ ୨ ଜଣ ଲେଖାଏ ରହିଛନ୍ତି। ସେହିପରି ମୋରଦାବାଦରେ ୩ ଜଣ ପୁଲିସ୍ ଅଫିସରଙ୍କୁ ଡ୍ୟୁଟିରୁ ହଟାଯାଇଛି।
Viral
କଲେଜ ଛାତ୍ରଙ୍କୁ ପ୍ରବଳ ପିଟିଲେ, ପଶୁଙ୍କ ଭଳି ଗାଲକୁ କାମୁଡ଼ି ଦେଲେ: ଭିଡିଓ ଭାଇରାଲ
ମାଡ଼ ମାରୁଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବକ କଲେଜ ଛାତ୍ରଙ୍କ ଗାଲକୁ ମଧ୍ୟ ପଶୁଙ୍କ ଭଳି କାମୁଡ଼ି ଦେଇ ରକ୍ତାକ୍ତ କରି ଦେଇଛି।