ଏ ଫଟୋ କହୁଛି କଶ୍ମୀରର କଥା!

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଏଥିରୁ ଲଦାଖକୁ କାଢ଼ି ନେଇ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ଏଠାକାର ବିଭିନ୍ନ ସ୍ଥାନରେ ୧୪୪ ଧାରା ଏବଂ କର୍ଫ୍ୟୁ ଜାରି କରାଯାଇଛି। ହେଲେ ଗତକାଲିଠୁ ସ୍ଥିତି ସ୍ୱାଭାବିକ ହେଉଛି। କାଁ ଭାଁ କେଉଁଠି କେମିତି ସ୍ଥିତି ଅଶାନ୍ତ ରହୁଛି। ୫ ଦିନ ସ୍କୁଲ୍‌ ବନ୍ଦ ରହିବା ପରେ ଆଜି ଛାତ୍ରଛାତ୍ରୀ ସ୍କୁଲ୍‌ ଯାଇଛନ୍ତି। କିଛି ମସ୍‌ଜିଦ୍‌ରେ ଲୋକେ ନମାଜ ପାଠ […]

CRPF

Subhransu Sekhar
  • Published: Saturday, 10 August 2019
  • , Updated: 10 August 2019, 01:58 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇ ଏଥିରୁ ଲଦାଖକୁ କାଢ଼ି ନେଇ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ପରେ ଏଠାକାର ବିଭିନ୍ନ ସ୍ଥାନରେ ୧୪୪ ଧାରା ଏବଂ କର୍ଫ୍ୟୁ ଜାରି କରାଯାଇଛି। ହେଲେ ଗତକାଲିଠୁ ସ୍ଥିତି ସ୍ୱାଭାବିକ ହେଉଛି। କାଁ ଭାଁ କେଉଁଠି କେମିତି ସ୍ଥିତି ଅଶାନ୍ତ ରହୁଛି। ୫ ଦିନ ସ୍କୁଲ୍‌ ବନ୍ଦ ରହିବା ପରେ ଆଜି ଛାତ୍ରଛାତ୍ରୀ ସ୍କୁଲ୍‌ ଯାଇଛନ୍ତି। କିଛି ମସ୍‌ଜିଦ୍‌ରେ ଲୋକେ ନମାଜ ପାଠ କରିଛନ୍ତି। ଆଉ ୟା ଭିତରେ ଜମ୍ମୁ କଶ୍ମୀରରୁ ଦୁଇଟି ଫଟୋ ଭାଇରାଲ୍ ହୋଇଛି। ଅଗଷ୍ଟ ୮ ତାରିଖରେ ଏଗୁଡ଼ିକୁ ପୋଷ୍ଟ୍ କରାଯାଇଥିଲା। ଏଥିରେ ଜଣେ ମହିଳା ସିଆର୍‌ପିଏଫ୍‌ ଯବାନ ଓ ଜଣେ ଛୋଟ ବାଳକ ଅଛନ୍ତି। ବାଳକ ଜଣଙ୍କ ଉକ୍ତ ମହିଳା ସୁରକ୍ଷାକର୍ମୀଙ୍କ ସହିତ ହାତ ମିଳାଇବା ସହିତ ତାଙ୍କୁ ସାଲ୍ୟୁଟ୍‌ କରୁଛନ୍ତି। ଫଟୋ ଦୁଇଟିକୁ ଲୋକେ ଲାଇକ୍‌ କରିବା ସହିତ ରି-ଟ୍ୱିଟ୍ ମଧ୍ୟ କରୁଛନ୍ତି। ଏ ଫଟୋ ଖୁସି ଓ ବିଶ୍ୱାସର ଅପୂର୍ବ ମିଳନ ବୋଲି ଉତ୍ତର ପ୍ରଦେଶର ମନ୍ତ୍ରୀ ଭୂପିନ୍ଦର ସିଂହ ଚୌଧୁରୀ ରି-ଟ୍ୱିଟ୍ କରି ଲେଖିଛନ୍ତି।

https://twitter.com/Bhupendraupbjp/status/1159418508532486144?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1159418508532486144&ref_url=https%3A%2F%2Fhindi.oneindia.com%2Fnews%2Findia%2Fafter-article-370-photo-of-crpf-female-security-personnel-shaking-hands-in-jammu-kashmir-goes-viral-519707.html

ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏହି ଫଟୋଟି ଅନେକ କଥା କହୁଛି ବୋଲି ସୋଶାଲ୍‌ ମିଡିଆରେ ମତ ପ୍ରକାଶ ପାଇଛି। ସିଆରପିଏଫ୍‌ ମଧ୍ୟ ତାର ଫେସ୍‌ବୁକ୍‌ ପେଜ୍‌ରେ ଏହି ଫଟୋଟିକୁ ଶେଆର୍ କରିଛି।

ସୂଚନାଯୋଗ୍ୟ, ଧାରା ୩୭୦ ହଟିବା ପରେ ଜମ୍ମୁ କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ଯବାନ ମାନଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।

https://www.facebook.com/CentralReservePolice/photos/a.1725803494381485/2078150589146772/?type=3&theater

Related story