ବିହାର ଓ ନାସିକରୁ ଲକ୍ଷାଧିକ ଟଙ୍କାର ପିଆଜ ଚୋରି

ନୂଆଦିଲ୍ଲୀ: ଏବେ ସାରା ଦେଶରେ ପିଆଜ କନ୍ଦେଇବା ଆରମ୍ଭ କରିଛି। ଅପ୍ରତ୍ୟାଶିତ ମୌସୁମୀ ବର୍ଷା ଯୋଗୁ ଫସଲହାନୀ ହୋଇଥିବାରୁ ପିଆଜ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। କିଛି ମେଟ୍ରୋ ସିଟିରେ ପିଆଜର କିଲୋ ପ୍ରତି ଦର ୮୦ ଟଙ୍କା ଅତିକ୍ରମ କଲାଣି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପିଆଜ କେଜି ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି ହେଲାଣି। ପିଆଜ ପାଇଁ ଲୋକମାନେ ସଂଘର୍ଷ କରୁଥିବା ବେଳେ ଏବେ ଗୋଦାମରୁ ପିଆଜ ଚୋରି ହେବା ଭଳି ଖବର […]

e

Hemant Lenka
  • Published: Tuesday, 24 September 2019
  • , Updated: 24 September 2019, 03:51 PM IST

ନୂଆଦିଲ୍ଲୀ: ଏବେ ସାରା ଦେଶରେ ପିଆଜ କନ୍ଦେଇବା ଆରମ୍ଭ କରିଛି। ଅପ୍ରତ୍ୟାଶିତ ମୌସୁମୀ ବର୍ଷା ଯୋଗୁ ଫସଲହାନୀ ହୋଇଥିବାରୁ ପିଆଜ ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। କିଛି ମେଟ୍ରୋ ସିଟିରେ ପିଆଜର କିଲୋ ପ୍ରତି ଦର ୮୦ ଟଙ୍କା ଅତିକ୍ରମ କଲାଣି।

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପିଆଜ କେଜି ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି ହେଲାଣି। ପିଆଜ ପାଇଁ ଲୋକମାନେ ସଂଘର୍ଷ କରୁଥିବା ବେଳେ ଏବେ ଗୋଦାମରୁ ପିଆଜ ଚୋରି ହେବା ଭଳି ଖବର ଆସିଛି। ପ୍ରଥମେ ବିହାରରେ ଏକ ଗୋଦାମରୁ ୮ ଲକ୍ଷ ଟଙ୍କାର ପିଆଜ ଚୋରି ହୋଇଥିଲା। ଏହାର କିଛି ଘଣ୍ଟା ପରେ ମହାରାଷ୍ଟ୍ରର ନାସିକରୁ ମଧ୍ୟ ଲକ୍ଷେ ଟଙ୍କାର ପିଆଜ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି।

ବିହାରର ପାଟଣାରେ ପିଆଜ ଗୋଦାମ କରିଥିବା ଧୀରଜ କୁମାର କହିଛନ୍ତି, “ଗତକାଲି ରାତିରେ ମୁଁ ଗୋଦାମ ବନ୍ଦ କରି ଯାଇଥିଲି। ଆଜି ସକାଳେ ଗୋଦାମ ଫାଟକ ଭଙ୍ଗା ଯାଇଥିବା ଦେଖିବାକୁ ପାଇଛି। ଗୋଦାମରେ ଥିବା ୩୨୮ ବସ୍ତା ପିଆଜ ଓ କିଛି ଟଙ୍କା ମଧ୍ୟ ଗାଏବ ହୋଇଯାଇଛି।

୩୨୮ଟି ବସ୍ତାରେ ପ୍ରାୟ ୮ ଲକ୍ଷ ଟଙ୍କାର ପିଆଜ ଥିଲା। ଏହାବାଦ୍ ଏକ ଲକ୍ଷ ୭୩ ହଜାର ଟଙ୍କାର କ୍ୟାଶ ଓ ଟେଲିଭିଜିନ୍ ସେଟ୍ଅପକୁ ମଧ୍ୟ କିଏ ନେଇଯାଇଛି।”

ସେହିପରି ମହାରାଷ୍ଟ୍ରର ନାସିକରେ ଜଣେ ଚାଷୀଙ୍କ ଗୋଦାମରୁ ଦୁର୍ବୃତ୍ତମାନେ ଲକ୍ଷେ ଟଙ୍କାର ପିଆଜ ଚୋରି କରି ନେଇଯାଇଛନ୍ତି। ବାଜିରାଓ ପାଗର ନାମକ ଚାଷୀ ଜଣଙ୍କ କହିଛନ୍ତି ଯେ “୨୫ ଟନର ପିଆଜ ମୁଁ ୧୧୭ଟି ପ୍ଲାଷ୍ଟିକ ବସ୍ତାରେ ରଖିଥିଲି। କାଲୱନ ଟାଲୁକା ଠାରେ ଥିବା ଷ୍ଟୋର ରୁମରେ ଏଗୁଡ଼ିକ ରହିଥିଲା। କିନ୍ତୁ ଏବେ ସେସବୁ ଗାଏବ ହୋଇଯାଇଛି। ପୁଲିସ୍‌ ଏବେ ଚୋରି ପିଆଜ ଖୋଜିବା ଆରମ୍ଭ କରିଛି।

Related story