ନୂଆଦିଲ୍ଲୀ: ଫେବୃଆରୀ ୧୧ରେ ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ଏହା ପୂର୍ବରୁ ଇଭିଏମର ଦୁରୁପଯୋଗ ହୋଇପାରେ ବୋଲି ଦିଲ୍ଲୀର ଶାସକ ଦଳ ଆମ୍ ଆଦମୀ ପାର୍ଟି ଆଶଙ୍କା କରିଛି। ଏକ ଭିଡିଓ ଜରିଆରେ ବିଧାନସଭା ନିର୍ବାଚନରେ ବ୍ୟବହୃତ ହୋଇଥିବା ଇଭିଏମ୍ ମେସିନ ବାବଦରେ ଟୁଇଟ୍ କରି ଆପର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏଭଳି କହିଛନ୍ତି।
ଭିଡିଓଟିରେ ଇଭିଏମ ମେସିନଟିକୁ ବେଆଇନ ଭାବରେ ନିଆଯାଉଥିବା ସେ ଦାବି କରିଛନ୍ତି। ବାବପୁର ବିଧାନସଭା କ୍ଷେତ୍ରର ସରସ୍ୱତୀ ବିଦ୍ୟା ନିକେତନ ସ୍କୁଲରେ ଲୋକଙ୍କ ଦ୍ୱାରା ଇଭିଏମ୍ ସହ ଜଣେ ପୋଲ ଅଧିକାରୀ ରହିଥିବାର ଭିଡିଓ ଟୁଇଟ୍ କରି ଶେୟାର କରିଛନ୍ତି ସଞ୍ଜୟ ସିଂହ। ଇଭିଏମ୍ ସହିତ ରିଜର୍ଭ ପୁଲିସ ରହିବାର ଥିବା ବେଳେ ଜଣେ ପୋଲ ଅଧିକାରୀଙ୍କ ସହ ଇଭିଏମ ମେସିନ କାହିଁକି ରହିଛି ସେ ନେଇ ସଞ୍ଜୟ ସିଂହ ପ୍ରଶ୍ନ କରିଛନ୍ତି।
https://twitter.com/SanjayAzadSln/status/1226177904406433798
ଆହୁରି ଏକ ଭିଡିଓ ମଧ୍ୟ ଆପ ତରଫରୁ ଜାରି କରାଯାଇଛି। ଏହି ଭିଡିଓରେ ଜଣେ ଇଭିଏମ ମେସିନ ନେଇ ରାସ୍ତାରେ ଓହ୍ଲାଉଥିବା ଦେଖିବାକୁ ମିଳିଛି। ନିର୍ବାଚନ କମିଶନଙ୍କୁ ଟାଗ କରି ସଞ୍ଜୟ ସିଂହ ଏହି ଇଭିଏମକୁ କେଉଁଠିକୁ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ଜାଗାରେ ଇଭିଏମଟି ବିନା ସୁରକ୍ଷାରେ ଓହ୍ଲାଯାଇଛି ସେଠାରେ କୌଣସି ଷ୍ଟ୍ରଙ୍ଗ ରୁମ୍ ନଥିବା ସଞ୍ଜୟ ସିଂହ କହିଛନ୍ତି।
चुनाव आयोग इस घटना का संज्ञान ले ये किस जगह EVM उतारी जा रही है आस पास तो कोई सेंटर है नही। pic.twitter.com/zQz7Ibaoe7
— Sanjay Singh AAP (@SanjayAzadSln) February 8, 2020
ନିର୍ବାଚନ କମିଶନଙ୍କ ଅଧିକାରୀ ଆପର ଅଭିଯୋଗ ପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ନିର୍ବାଚନରେ ବ୍ୟବହୃତ ହୋଇଥିବା ସମସ୍ତ ଇଭିଏମକୁ ପୋଲିଂ ଅଧିକାରୀଙ୍କ ସାମ୍ନାରେ ସିଲ୍ କରାଯାଇଛି। ସମସ୍ତ ଇଭିଏମ ସୁରକ୍ଷା ବଳୟ ଭିତରେ ରହିଛି। ଦଳୀୟ ଏଜେଣ୍ଚ ମାନେ ମଧ୍ୟ ଷ୍ଟ୍ରଙ୍ଗ ରୁମ୍ ବାହାରେ ରହିବାକୁ ଅନୁମତି ରହିଛି।
ଗତକାଲି ଆପ୍ ବିଧାନସଭା ପାଇଁ ଭୋଟିଂ ପରେ ଏକଜିଟ ପୋଲ୍ ପ୍ରକାଶ ପାଇଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ୱାରା ହୋଇଥିବା ଏକଜିଟ ପୋଲ ରିପୋର୍ଟରେ ଆମ୍ ଆଦମୀ ପାର୍ଟି ସରକାର ଗଢ଼ିବ ବୋଲି ଆକଳନ ହୋଇଛି। ବିଜେପି ବିରୋଧୀ ଆସନରେ ବସିବ ବୋଲି ପ୍ରକାଶ ପାଇଛି। ହେଲେ ବିଜେପି କିନ୍ତୁ ଏକଜିଟ ପୋଲ୍ ରିପୋର୍ଟ ଭୁଲ୍ ପ୍ରମାଣିତ ହେବ ବିଜେପି ହିଁ ସରକାର ଗଢ଼ିବ ବୋଲି ଦାବି କରିଛି।
ଏହାପରେ ଆମ୍ ଆଦମୀ ପାର୍ଟି ଇଭିଏମକୁ ନେଇ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି। ଇଭିଏମକ ଦୁରୁପଯୋଗ ହୋଇପାରେ ବୋଲି ଆପ୍ ଏବେ କହୁଛି। ଏମିତିକି ବିଳମ୍ୱିତ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପ ମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ଏବଂ ଆପର ନିର୍ବାଚନ ଦାୟିତ୍ୱ ବୁଝୁଥିବା ପ୍ରଶାନ୍ତ କିଶୋର ବୈଠକ କରିଥିଲେ। ଭୋଟିଂ ମେସିନର ସୁରକ୍ଷାକୁ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା ବୋଲି ଜଣାପଡ଼ିଛି।