ଏନ୍‌ଡିଏ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କଲେ ମୋଦି-ଶାହ

ନୂଆଦିଲ୍ଲୀ: ଏକ୍‌ଜିଟ୍ ପୋଲ୍‌ ପ୍ରକାଶ ପାଇବା ପରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦଳର ବୈଠକ ହୋଇପାରିନି। ଅନ୍ୟପକ୍ଷରେ ଗତକାଲି ରାତିରେ ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଦଳ ଗୁଡ଼ିକର ନେତାମାନେ ଏକ ନୈଶ ଭୋଜିରେ ଏକାଠି ହୋଇଥିଲେ। ଏନଡିଏରେ ସାମିଲ ଥିବା ୩୬ଟି ଯାକ ଦଳ ଏହି ବୈଠକରେ ସାମିଲ ହୋଇ ଏନଡିଏ-୨ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା। ଏହି ବୈଠକରେ ଆଗାମୀ ସରକାରର ରଣନୀତି କ’ଣ ରହିବ, ସେ ବିଷୟରେ ଆଲୋଚନା […]

nda meeting

nda meeting

Subhransu Sekhar
  • Published: Wednesday, 22 May 2019
  • Updated: 22 May 2019, 11:00 AM IST

Sports

Latest News

ନୂଆଦିଲ୍ଲୀ: ଏକ୍‌ଜିଟ୍ ପୋଲ୍‌ ପ୍ରକାଶ ପାଇବା ପରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ଦଳର ବୈଠକ ହୋଇପାରିନି। ଅନ୍ୟପକ୍ଷରେ ଗତକାଲି ରାତିରେ ବିଜେପି ନେତୃତ୍ୱାଧୀନ ଏନଡିଏର ସହଯୋଗୀ ଦଳ ଗୁଡ଼ିକର ନେତାମାନେ ଏକ ନୈଶ ଭୋଜିରେ ଏକାଠି ହୋଇଥିଲେ। ଏନଡିଏରେ ସାମିଲ ଥିବା ୩୬ଟି ଯାକ ଦଳ ଏହି ବୈଠକରେ ସାମିଲ ହୋଇ ଏନଡିଏ-୨ ସରକାର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଥିଲା।
ଏହି ବୈଠକରେ ଆଗାମୀ ସରକାରର ରଣନୀତି କ’ଣ ରହିବ, ସେ ବିଷୟରେ ଆଲୋଚନା ହୋଇଥିଲା। ବିଗତ ୫ ବର୍ଷ ମଧ୍ୟରେ ଦେଶ କିଭଳି ଅଗ୍ରଗତି କରିଛି, ସେ ବାବଦରେ ଆଲୋଚନା ହୋଇଥିବା ବେଳେ ଆଗାମୀ ଦିନରେ ମଧ୍ୟ ବିକାଶର ଧାରା ଜାରି ରଖିବାକୁ ବୈଠକରେ ମତ ପ୍ରକାଶ ପାଇଥିଲା। ଏଥିସହ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ କିଭଳି ଦୁଇ ଗୁଣା ହେବ, ତାହା ଏନଡିଏ-୨ ସରକାରର ପ୍ରଥମ କର୍ତ୍ତବ୍ୟ ହେବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂହ କହିଥିଲେ।
ଆତଙ୍କବାଦୀ, ବେଆଇନ ବିଦେଶୀ ଟଙ୍କା ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ତିନି ପ୍ରସଙ୍ଗକୁ ଅନ୍ତର୍ଜାତୀୟ ମଞ୍ଚରେ ଏନଡିଏ-୨ ସରକାର ଜୋର ଦେବ ବୋଲି ଜଣାପଡ଼ିଛି।

ଦିଲ୍ଲୀ ସ୍ଥିତ ଅଶୋକା ହୋଟେଲରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ନୀତୀନ ଗଡ଼କରୀ ଭଳି ପ୍ରମୁଖ ନେତାଙ୍କ ସହ ସହଯୋଗୀ ଦଳ ଶିବସେନାର ସୁପ୍ରିମୋ ଉଦ୍ଧବ ଠାକରେ, ଜେଡିୟୁ ସୁପ୍ରିମୋ ନୀତୀଶ କୁମାର, ଅକାଳୀ ଦଳର ସୁପ୍ରିମୋ ପ୍ରକାଶ ସିଂହ ବାଦଲ ଓ ଲୋକ ଜନଶକ୍ତି ପାର୍ଟିର ସଭାପତି ରାମ ବିଲାସ ପାଶଓ୍ୱାନ ପ୍ରମୁଖ ଯୋଗ ଦେଇଥିଲେ। ତେବେ ୩ ସହଯୋଗୀ ଦଳର ସଭାପତି ବୈଠକକୁ ଆସି ନଥିଲେ। ତେବେ ଚିଠି ମାଧ୍ୟମରେ ବୈଠକରେ ଅନୁପସ୍ଥିତ ରହିବାର କାରଣ ଦର୍ଶାଇବା ସହିତ ଏନଡିଏ-୨ ସରକାର ପାଇଁ ନିଜର ଶୁଭେଚ୍ଛା ଦଳୀୟ ନେତାଙ୍କ ଜରିଆରେ ପଠାଇଥିଲେ।

ମେ’ ୧୯ ତାରିଖରେ ଅନ୍ତିମ ପର୍ଯ୍ୟାୟ ଭୋଟ୍ ଶେଷ ହୋଇଥିଲା। ଏହି ଦିନ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଏକ୍‌ଜିଟ୍‌ ପୋଲ୍ ରିପୋର୍ଟ ପ୍ରକାଶ କରିଥିଲେ। ପ୍ରାୟତଃ ସମସ୍ତ ସର୍ଭେ ସଂସ୍ଥା ଏନ୍‌ଡିଏ ସରକାର ଗଢ଼ିବ ବୋଲି ଆକଳନ କରିଛନ୍ତି। ହେଲେ ଇଣ୍ଡିଆ ନ୍ୟୁଜ୍ ନେତାର ସର୍ଭେ ରିପୋର୍ଟ ଅନୁଯାୟୀ, କେନ୍ଦ୍ରରେ ଉଭୟ ୟୁପିଏ ଓ ଏନଡିଏ ମ୍ୟାଜିକ୍ ନମ୍ୱର ଛୁଇଁ ପାରିବେ ନାହିଁ ଏବଂ ଏକ ଝୁଲା ସରକାର ଗଠନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story