ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ହେବ ବାଣିଜ୍ୟିକ ଚୁକ୍ତି

ୱାଶିଂଟନ୍‌: ସେପ୍ଟେମ୍ବର ମାସ ଶେଷ ଆଡ଼କୁ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ। ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ଚୁକ୍ତି ହେବାର ସମ୍ଭାବନା ରହିଛି। ବିଶ୍ୱର ୨ଟି ପୂରାତନ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ଟ୍ରମ୍ପଙ୍କ ପାଇଁ ବିଜୟ ହେବ। କାରଣ ପୂର୍ବରୁ ଚାଇନା ସହ ବାଣିଜ୍ୟିକ […]

657423-modi-trump-1

Subrat Kumar Nayak
  • Published: Saturday, 21 September 2019
  • , Updated: 21 September 2019, 09:09 PM IST

ୱାଶିଂଟନ୍‌: ସେପ୍ଟେମ୍ବର ମାସ ଶେଷ ଆଡ଼କୁ ଆମେରିକା ଏବଂ ଭାରତ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ସ୍ୱାକ୍ଷରିତ ହେବ। ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା ଜାତିସଂଘ ସାଧାରଣ ଅଧିବେଶନ ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏହି ଚୁକ୍ତି ହେବାର ସମ୍ଭାବନା ରହିଛି।

ବିଶ୍ୱର ୨ଟି ପୂରାତନ ଗଣତାନ୍ତ୍ରିକ ରାଷ୍ଟ୍ର ମଧ୍ୟରେ ହେବାକୁ ଥିବା ଏହି ଚୁକ୍ତି ଟ୍ରମ୍ପଙ୍କ ପାଇଁ ବିଜୟ ହେବ। କାରଣ ପୂର୍ବରୁ ଚାଇନା ସହ ବାଣିଜ୍ୟିକ ଯୁଦ୍ଧ ଚାଲୁ ରହିଥିବାରୁ ଆମେରିକାକୁ କ୍ଷତି ସହିବାକୁ ପଡ଼ୁଛି। ତେବେ ଏହି ସ୍ଥିତି ସୁଧାରିବା ପାଇଁ ଭାରତ ବ୍ୟତୀତ ଆମେରିକା ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସହ ମଧ୍ୟ ଚୁକ୍ତି କରିପାରେ ବୋଲି କୁହାଯାଉଛି।

ଏହି ନୂଆ ଚୁକ୍ତି ଫଳରେ କିଛି ଆମେରିକୀୟ ସାମଗ୍ରୀ ଉପରେ ଟାରିଫ୍ ହ୍ରାସ ହେବ। ଏତଦ୍‌ବ୍ୟତୀତ ଭାରତରୁ ରପ୍ତାନୀ କରାଯାଉଥିବା କିଛି ସାମଗ୍ରୀ ଉପରେ ମଧ୍ୟ ଟାରିଫ୍‌ ହ୍ରାସ ହେବ।

ସୂଚନାଯୋଗ୍ୟ ଯେ, ରବିବାର ମୋଦି ଏବଂ ଟ୍ରମ୍ପ ହଷ୍ଟନ୍‌ଠାରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ ଭେଟ ହେବେ। ୫୦ ହଜାର ଆସନ ବିଶିଷ୍ଟ ଷ୍ଟାଡିଅମ୍‌ରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ୨ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି।

Related story