କୋଚି: କର୍ଣ୍ଣାଟକା, ଗୋଆ ପରେ କେରଳରେ ନିର୍ବାଚିତ ପ୍ରତିନିଧିଙ୍କ ଦଳ ବଦଳ ରାଜନୀତି ଆରମ୍ଭ ହେବାକୁ ଯାଉଛି। କେରଳରେ ଏନଡିଏର ଅଂଶୀଦାର ଦଳ ଜନପକ୍ଷମ୍ ସେକ୍ୟୁଲାର ପାର୍ଟିର ନେତା ତଥା ବରିଷ୍ଠ ବିଧାୟକ ପିସି ଜର୍ଜ ଏହା ଦାବି କରିଛନ୍ତି। ମୁଖ୍ୟତଃ କଂଗ୍ରେସର ୬ ଜଣ ସାଂସଦ ଏବଂ ୩ ଜଣ ବିଧାୟକ ବିଜେପି ସହ ସମ୍ପର୍କରେ ରହିଛନ୍ତି ବୋଲି ସେ ଦାବି କରିଛନ୍ତି।
ଜନପକ୍ଷମ୍ ସେକ୍ୟୁଲାର ପାର୍ଟିର ପ୍ରଦେଶ କମିଟି ବୈଠକ ପରେ କୋଟ୍ଟୟମରେ ଜର୍ଜ ଏହା କହିଛନ୍ତି। ଏହି ପ୍ରସଙ୍ଗରେ ଅନେକ ପ୍ରମାଣ ତାଙ୍କ ପାଖରେ ଥିଲେ ମଧ୍ୟ ଏବେ ସେ ଏହାର ଖୁଲାସା କରିବେ ନାହିଁ ବୋଲି ଗଣମାଧ୍ୟମକୁ ଜର୍ଜ କହିଛନ୍ତି।
ତେବେ କେରଳ କଂଗ୍ରେସ ଉପସଭାପତି ବି ଡି ସତିସନ ପିସି ଜର୍ଜଙ୍କ ଏହି ଦାବିକୁ ଖାରଜ କରିଛନ୍ତି। ସେ କେବଳ ମିଡିଆରେ ଚର୍ଚ୍ଚିତ ହୋଇ ରହିବା ପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି ବୋଲି ଏହି କଂଗ୍ରେସ ନେତା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଜିତ କୁମାରଙ୍କ ଭୟଙ୍କର କାର ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲା ଜୀବନ
ଦୁବାଇ ଗ୍ରାଣ୍ଡ ଫିକ୍ସରେ ଅଭ୍ୟାସ ବେଳେ ନିୟନ୍ତ୍ରଣ ହରାଇ ରେସିଂ ଟ୍ରାକ୍ କଡ଼ରେ ଥିବା କାନ୍ଥରେ ପିଟି ହୋଇଥିଲା ଅଜିତଙ୍କ କାର। ଦୁର୍ଘଟଣାରେ ଅଭିନେତାଙ୍କର ବିଶେଷ କିଛି କ୍ଷତି ହୋଇନାହିଁ।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।
National
ବ୍ରିଜ ଉପରୁ ୩୧ଟି କୁକୁରଙ୍କୁ ଫୋପାଡ଼ି ଦେଲେ
ଗୋଟିଏ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏନେଇ ପୁଲିସ୍ରେ ଅଭିଯୋଗ କରାଯାଇଛି। ସେମାନଙ୍କ କହିବା କଥା ଯେ ଜାନୁଆରୀ ୪ ତାରିଖରେ ଇଡୁମୈଲାରାମ ଗାଁ ନିକଟ ବ୍ରିଜରେ ପୂରା ଘଟଣା ଘଟିଛି।
National
ସଲମାନ୍ ଖାନଙ୍କ ଘରେ ଲାଗିଲା ବୁଲେଟ୍ ପ୍ରୁଫ୍ ଗ୍ଲାସ୍
ସଲମାନଙ୍କ ଘର ସମ୍ମୁଖରେ ପୁଣିଥରେ ସନ୍ଦିଗ୍ଧ ଗତିବିଧି ଦେଖାଦେଇଛି। ସୁରକ୍ଷା ଦୃଷ୍ଟିରୁ ବାନ୍ଦ୍ରାସ୍ଥିତ ଘରେ ଏଥର ଜନ୍ମଦିନ ପାଳନ କରିନଥିଲେ ସଲମାନ।
National
ରାଷ୍ଟ୍ରୀୟ ସ୍ମୃତି ସ୍ଥଳରେ ହେବ ପ୍ରଣବ ମୁଖାର୍ଜୀଙ୍କ ସ୍ମାରକୀ
୨୦୨୦ ମସିହା ଅଗଷ୍ଟ ମାସରେ ଶ୍ରୀ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା। ଏହାର ୪ ବର୍ଷ ପରେ କେନ୍ଦ୍ର ସରକାର ପ୍ରଣବ ଦା’ଙ୍କ ସ୍ମାରକୀ ପାଇଁ ଜମି ଦେଇଛନ୍ତି।