ରୋହିଙ୍ଗ୍ୟାଙ୍କ ପରେ ଚକମା ଓ ହଜଙ୍ଗ ଶରଣାର୍ଥୀଙ୍କୁ ନେଇ ବିବାଦ  

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ମ୍ୟାନ୍‌ମାର ଷ୍ଟେଟ କାଉନସିଲର ଅଙ୍ଗ ସନ ସୁ କି।   ବିଶ୍ୱ ସମୁଦାୟ ଯାହା କହିଲେ ବି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ହିଁ ପ୍ରାଥମିକତା ବୋଲି ସେ କହିଛନ୍ତି।  ତେବେ ଯେଉଁମାନେ ଦେଶ ଛାଡି ପଳାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ  କହିଛନ୍ତି । ଭାରତ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଛି ସେପଟେ ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରସଙ୍ଗ ବିବାଦ ନଥମୁଣୁ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 08:01 PM IST

ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀ ସଙ୍କଟ ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି ମ୍ୟାନ୍‌ମାର ଷ୍ଟେଟ କାଉନସିଲର ଅଙ୍ଗ ସନ ସୁ କି।   ବିଶ୍ୱ ସମୁଦାୟ ଯାହା କହିଲେ ବି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ହିଁ ପ୍ରାଥମିକତା ବୋଲି ସେ କହିଛନ୍ତି।  ତେବେ ଯେଉଁମାନେ ଦେଶ ଛାଡି ପଳାଇଛନ୍ତି ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସେ  କହିଛନ୍ତି । ଭାରତ ମଧ୍ୟ ତାଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଛି ସେପଟେ ରୋହିଙ୍ଗ୍ୟା ଶରଣାର୍ଥୀ ପ୍ରସଙ୍ଗ ବିବାଦ ନଥମୁଣୁ ଅରୁଣାଚଳ ପ୍ରଦେଶରେ ଚକମା ଓ ହଜଙ୍ଗ ଶରଣାର୍ଥୀ ମାନଙ୍କୁ ନେଇ ପୁଣି ଏକ ସମସ୍ୟା ମୁଣ୍ଡ ଟେକୁଛି।   ଅରୁଣାଚଳ ପ୍ରଦେଶରେ ରହୁଥିବା ଚକମା ଓ ହଜଙ୍ଗ ଶରଣାର୍ଥୀ ମାନଙ୍କୁ ଭାରତୀୟ  ନାଗରିକତ୍ୱ ମିଳିବ ବୋଲି ନିକଟରେ ଶୁଣିବାକୁ ମିଳିଥିଲା ।

ଏହାକୁ ପ୍ରତିବାଦ କରିଥିଲା ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ୟୁନିୟନ୍ । ସଙ୍ଗଠନ ପକ୍ଷରୁ ଇଟାନଗରରେ ପ୍ରତିବାଦ କରାଯାଇଥିଲା।  ସଙ୍ଗଠନର କର୍ମକର୍ତ୍ତାମାନେ ଏହାର ତୀବ୍ର ବିରୋଧ  କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେପଟେ ଏକଥାକୁ ଅସ୍ୱୀକାର କରିଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ କିରନ ରିଜ୍ଜୁ।   ଶରଣାର୍ଥୀ ମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯିବା କି ନାହିଁ ସେନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ  କୌଣସି ନିସ୍ପତ୍ତି ନିଆଯାଇନାହିଁ ବୋଲି  ରିଜ୍ଜୁ ପୂର୍ବରୁ ସ୍ପଷ୍ଟୀକରଣ  ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos