ହାତରୁ ଖସିଲା ସରକାରୀ ବାସଭବନ: ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ରହିବେ କେଉଁଠି?

ଲକ୍ଷ୍ନୌ: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୨୯ବର୍ଷ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସୁବିଧା ଦିଆଯାଇଆସୁଥିଲା। ୧୯୮୯ରୁ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ରହିବା ପାଇଁ ସରକାରୀ ବଙ୍ଗଳା ଦିଆଯାଉଥିଲା। ଜଣେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇଟି ବଙ୍ଗଳା ଦିଆଯାଇଥିଲା। ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କେଉଁଠି ରହିବେ,  ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସରକାରୀ ବାସଭବନ ଛାଡିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନେ […]

akhi

Rakesh Mallick
  • Published: Sunday, 13 May 2018
  • , Updated: 13 May 2018, 06:41 PM IST

ଲକ୍ଷ୍ନୌ: ସୁପ୍ରିମକୋର୍ଟ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ୨୯ବର୍ଷ ହେବ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ସୁବିଧା ଦିଆଯାଇଆସୁଥିଲା। ୧୯୮୯ରୁ ପୂର୍ବତନ ମୁଖ୍ୟମନ୍ତ୍ରୀମାନଙ୍କ ରହିବା ପାଇଁ ସରକାରୀ ବଙ୍ଗଳା ଦିଆଯାଉଥିଲା। ଜଣେ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦୁଇ ଦୁଇଟି ବଙ୍ଗଳା ଦିଆଯାଇଥିଲା।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କେଉଁଠି ରହିବେ,  ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସରକାରୀ ବାସଭବନ ଛାଡିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀମାନେ କେଉଁଠି ରହିପାରନ୍ତି, ସେନେଇ ଆମେ ଏଠାରେ ଉଲ୍ଲେଖ କରୁଛୁ।

୭କୋଟି ଟଙ୍କା ବଙ୍ଗଳାର ମାଲିକ ଅଖିଳେଶ ଯାଦବ

ଯୋଗୀ ଆଦିତ୍ୟନାଥଙ୍କ ପୂର୍ବରୁ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ ଅଖିଳେଶ ଯାଦବ। ତାଙ୍କ ପାଖରେ ନିଜର ଏକ ବଙ୍ଗଳା ରହିଛି। ଏହାର ମୂଲ୍ୟ ପାଖାପାଖି ୭କୋଟି ଟଙ୍କା। ୨୦୦୫ରେ ଅଖିଳେଶ ପତ୍ନୀ ଡିମ୍ପଲ ଯାଦବଙ୍କ ସହ ମିଶି ଏହି ବଙ୍ଗଳାଟି କିଣିଥିଲେ। କିଣିବା ସମୟରେ ଏହାର ମୂଲ୍ୟ ଥିଲା ୩୯ଲକ୍ଷ ଟଙ୍କା। ଏହି ବଙ୍ଗଳା ଲକ୍ଷ୍ନୌରେ 1-A ବିକ୍ରମାଦିତ୍ୟ ରାସ୍ତାରେ ରହିଛି। ତେଣୁ  ୪-ବିକ୍ରମାଦିତ୍ୟ ସ୍ଥିତ ସରକାରୀ ବଙ୍ଗଳା ଛାଡି ସେ ଏବେ ଏଠାକୁ ଆସିପାରନ୍ତି।

ମୁଲାୟମ ସିଂ ଯାଦବ

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କର ଦୁଇଟି ବଙ୍ଗଳା ରହିଛି। ଗୋଟେ ଇଟାବାର ସିଭିଲ୍‌ ଲାଇନ୍‌ରେ ଅଛି। ଏହାକୁ ସେ ୧୯୯୨ରେ କିଣିଥିଲେ। ଏହାର ମୂଲ୍ୟ ୨.୪୫ କୋଟି। ଦ୍ୱିତୀୟ ବଙ୍ଗଳା ଲକ୍ଷ୍ନୌର ଗୋମ୍‌ତି ନଗରରେ ରହିଛି, ଯାହାର ମୂଲ୍ୟ ୭୧ଲକ୍ଷ ଟଙ୍କା। ମୁଲାୟମଙ୍କ ପୈତୃକ ବାସଭବନ ସେଫଇରେ ରହିଛି। ଏହି ଘରର ମୂଲ୍ୟ ୩.୪ ଲକ୍ଷ ଟଙ୍କା। ୧୯୯୧ରୁ ଲକ୍ଷ୍ନୌର ବିକ୍ରମାଦିତ୍ୟମାର୍ଗରେ ଏକ ସରକାରୀ ବାସଭବନରେ ରହୁଥିବା ମୁଲାୟମ ତାଙ୍କର ଏହି ତିନୋଟି ଘର ମଧ୍ୟରୁ କେଉଁଠି ବି ରହିପାରନ୍ତି।ମାୟାବତୀ

ବହୁଜନ ସମାଜବାଦୀ ପାର୍ଟୀ ମୁଖ୍ୟ ମାୟାବତୀ ଦୁଇଟି ବିଶାଳ ବଙ୍ଗଳାର ମାଲିକାଣୀ। ତାଙ୍କର ଗୋଟେ ବଙ୍ଗଳା ଦିଲ୍ଲୀରେ ଥିବା ବେଳେ ଅନ୍ୟଟି ଲକ୍ଷ୍ନୌରେ ଅବସ୍ଥିତ। ଦିଲ୍ଲୀର ଏସ୍‌ପି ମାର୍ଗରେ ଥିବା ବଙ୍ଗଳାର ମୂଲ୍ୟ ୨୦୧୨ ମସିହାରେ ୬୨କୋଟି ଟଙ୍କା ଥିଲା। ଏହି ବଙ୍ଗଳାକୁ ୨୦୦୯ରେ ମାୟାବତୀ ୫.୫କୋଟି ଟଙ୍କା ଦେଇ କିଣିଥିଲେ। ଲକ୍ଷ୍ନୌରେ ୭ ମୋଲ୍‌ ଏଭେନ୍ୟୁରେ ମାୟାବତୀଙ୍କର ଏକ ବଙ୍ଗଳା ରହିଛି। ଏହାକୁ ସେ ୨୦୧୦ରେ ୧୫.୭ କୋଟି ଟଙ୍କା ଦେଇ କିଣିଥିଲେ। ୧୯୯୫ରେ ତାଙ୍କୁ ସରକାରୀ ବାସଭବନ ଦିଆଯାଇଥିଲା। ସେବେଠାରୁ ସେଠାରେ ରହିଆସୁଥିବା ମାୟାବକୀ ଏବେ ଲକ୍ଷ୍ନୌସ୍ଥିତ ତାଙ୍କ ବଙ୍ଗଳାକୁ ଫେରିପାରନ୍ତି।

ରାଜନାଥ ସିଂ

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କର ଲକ୍ଷ୍ନୌର ଗୋମତି ନଗରରେ ଏକ ବିଶାଳ ବଙ୍ଗଳା ରହିଛି। ଏହାର ମୂଲ୍ୟ ୧.୪କୋଟି ଟଙ୍କା। ୨୦୧୪ ନିର୍ବାଚନ ବେଳେ ଦାଖଲ କରିଥିବା ସତ୍ୟପାଠରେ ସେ ତାଙ୍କର ଠିକଣା ଲକ୍ଷ୍ନୌରେ ୨୦୦୦ମସିହାରୁ ପାଇଥିବା ସରକାରୀ ବାସଭବନର ଦେଇଥିଲେ। ତେବେ ତାଙ୍କ ଅଫିସିଆଲ୍‌ ୱେବସାଇଟ୍‌ରୁ ଜଣାପଡୁଛି ଯେ ସେ ଏବେ ନୂଆଦିଲ୍ଲୀର ଆକବର ରୋଡ୍ ସ୍ଥିତ ବଙ୍ଗଳାରେ ରହୁଛନ୍ତି।

Related story