ଲକ୍ଷ୍ନୌ: ପିଲା ଚୋରି କରୁଥିବା ଅଭିଯୋଗରେ ଜଣେ ଯୁବକ ମବ୍ ଲିଞ୍ଚିଙ୍ଗର ଶିକାର ହୋଇଛି। ଏହାପରେ ଉତ୍ତର ପ୍ରଦେଶ ପୁଲିସ ୨୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ମଙ୍ଗଳବାର ଆଗ୍ରାରେ ଏହି ମବ୍ ଲିଞ୍ଚିଙ୍ଗ ହୋଇଥିଲା। କିନ୍ତୁ ଗତ ବୁଧବାର ମବ୍ ଲିଞ୍ଚିଙ୍ଗର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ଆଗ୍ରା ପୁଲିସ୍ ଏହି ମାମଲା ରୁଜୁ କରିଛି।
ଆଗ୍ରା ସର୍କଲ ପୁଲିସ ଅଫିସର ବିକାଶ ଜୟସୱାଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୨୦୦ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି। ପୁଲିସ ଭିଡିଓ ଫୁଟେଜ ଜରିଆରେ ମାରପିଟ୍ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରୁଛି। ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି।