ନୂଆଦିଲ୍ଲୀ: ଅଗୁସ୍ତା ବିମାନ କିଣା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମଧ୍ୟସ୍ତି ଖ୍ରୀଷ୍ଟିୟାନ ମିସେଲଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି। ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଖ୍ରୀଷ୍ଟିୟାନ ମିସେଲଙ୍କ ଜାମିନ୍ ଖାରଜ କରିଛନ୍ତି।
ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଦାୟର ହୋଇଥିବା ମାମଲାର ଶୁଣାଣି କରି ଖ୍ରୀଷ୍ଟିୟାନ ମିସେଲଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଗତବର୍ଷ ଡିସେମ୍ୱର ୨୨ରେ ଦୁବାଇରୁ ପ୍ରତ୍ୟାର୍ପଣ କରାଯାଇ ଖ୍ରୀଷ୍ଟିୟାନ ମିସେଲଙ୍କୁ ଇଡି ଗିରଫ କରାଯାଇଥିଲା। ୟୁପିଏ ସରକାର ବେଳେ କେନ୍ଦ୍ର ସରକାର ଇଟାଲିର ଅଗୁସ୍ତା ବିମାନ କମ୍ପାନୀ ସହ ଚୁକ୍ତି କରିଥିଲା। ଏହି ଡିଲରେ ମିସେଲ୍ ମଧ୍ୟସ୍ଥି କରୁଥିଲେ ଭାରତ ସରକାର ପାଇଁ। କମ୍ପାନୀ ଏହି ମଧ୍ୟସ୍ତି ପାଇଁ ମିସେଲକୁ ୨୨୫ କୋଟି ଟଙ୍କା ଲାଞ୍ଚ ଦେଇଥିଲା ବୋଲି ଜଣାପଡ଼ିଛି।