Advertisment

କରୋନାର ପୋଷ୍ଟ ଇମ୍ପାକ୍ଟ; ବଢ଼ୁଛି ହାର୍ଟ ଆଟାକ ଓ ଷ୍ଟ୍ରୋକ୍‌ର ଲକ୍ଷଣ

ନୂଆଦିଲ୍ଲୀ: କରୋନା ମହାମାରରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ବହୁ ଜଣ ଏହା କବଳରୁ ମୁକୁଳି ଆସିଛନ୍ତି। ହେଲେ ଯେଉଁମାନେ କରୋନା କବଳରେ ପଡ଼ି ସୁସ୍ଥ ହୋଇଛନ୍ତି, ସେମାନଙ୍କର ପିଛା ଛାଡ଼ୁନି ସମସ୍ୟା । କରୋନା କୋପ ସମଗ୍ର ମାନବ ସମାଜକୁ ଦୋହଲାଇ ରଖିଦେଇଥିବା ବେଳେ ଏବେବି ତାହାର ପ୍ରଭାବ ମାନବ ସମାଜ ଉପରେ ଦାଉ ସାଧୁଛି। ଏପରିକି ଏହି ମହାମାରୀ ଦ୍ୱାରା କବଳିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ନିକଟରେ ବହୁଳ […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ୫୦୦ ଡେଇଁଲା କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ

Corona-and-mask

ନୂଆଦିଲ୍ଲୀ: କରୋନା ମହାମାରରେ ଆକ୍ରାନ୍ତ ହୋଇ ବହୁ ଲୋକ ମୃତ୍ୟୁମୁଖରେ ପଡ଼ିଥିବା ବେଳେ ବହୁ ଜଣ ଏହା କବଳରୁ ମୁକୁଳି ଆସିଛନ୍ତି। ହେଲେ ଯେଉଁମାନେ କରୋନା କବଳରେ ପଡ଼ି ସୁସ୍ଥ ହୋଇଛନ୍ତି, ସେମାନଙ୍କର ପିଛା ଛାଡ଼ୁନି ସମସ୍ୟା ।

Advertisment

କରୋନା କୋପ ସମଗ୍ର ମାନବ ସମାଜକୁ ଦୋହଲାଇ ରଖିଦେଇଥିବା ବେଳେ ଏବେବି ତାହାର ପ୍ରଭାବ ମାନବ ସମାଜ ଉପରେ ଦାଉ ସାଧୁଛି। ଏପରିକି ଏହି ମହାମାରୀ ଦ୍ୱାରା କବଳିତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ନିକଟରେ ବହୁଳ ମାତ୍ରାରେ ଶାରୀରିକ ଓ ମାନସିକ ସମସ୍ୟା ଦେଖିବାକୁ ମିଳୁଛି।

କରୋନା ଆକ୍ରାନ୍ତଙ୍କଠାରେ ମସ୍କିଷ୍କ ସମସ୍ୟା ଦେଖାଦେବାର ଆଶଙ୍କା ବେଶି ବୋଲି ଚେତାଇ ଦେଇଛନ୍ତି ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର । କେବଳ ସେତିକି ନୁହେଁ, ଏଥିଯୋଗୁ ହୃଦୟ ସମ୍ବନ୍ଧିତ ବେମାର ମଧ୍ୟ ଦେଖାଦେବାର ଆଶଙ୍କା ବଢ଼ି ଯାଇଛି।

Advertisment

ଏଏନଆଇ ରିପୋର୍ଟ ମୁତାବକ, ଏମ୍ସ ଦିଲ୍ଲୀର ନ୍ୟୁରୋଲୋଜି ବିଭାଗ ପ୍ରମୁଖ ପ୍ରଫେସର ଡ. ଶ୍ରୀବାସ୍ତବଙ୍କ କହିବାନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ନିକଟରେ  ମସ୍କିଷ୍କ ସମସ୍ୟା ଯେପରିକି ବ୍ରେନ୍‌ ଆଟାକ୍‌, ଷ୍ଟ୍ରୋକ, ଆର୍ଟରିଜ, brain inflammation ପରି ସାଂଘାତିକ ବେମାର ଦେଖାଦେବାର ଆଶଙ୍କା ବହୁତ ବଢ଼ିଯାଇଛି।

କରୋନା ପରେ ଏବେ ଲୋକଙ୍କ ନିକଟରେ ବହୁ ମାତ୍ରାରେ ହୃଦୟ ସମ୍ବନ୍ଧିତ ବେମାରୀ ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟତଃ କରୋନାର ଦ୍ୱିତୀୟ ଲହର ପରେ ଏହି ସବୁ ସମସ୍ୟା  ବଡ଼ ବିପଦ ଭାବେ ଉଭା ହୋଇଛି।

ଏମ୍ସର ନ୍ୟୁରୋଲୋଜି ପ୍ରଫେସର ଡା. ମଞ୍ଜରୀ ତ୍ରିପାଠୀଙ୍କ କହିବା ମୁତାବକ,  କରୋନା ପ୍ରଭାବ ଯୋଗୁ ଡିମେନସିଆ, ଷ୍ଟ୍ରୋକ, Guillain Barre syndrome ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ହଠାତ୍‌ ନ୍ୟୁରୋଲୋଜି ସମସ୍ୟା ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ସେବନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

କରୋନା ପରେ ମସ୍କିଷ୍କ ସାଙ୍ଗକୁ ହାର୍ଟ ସମ୍ବନ୍ଧିୟ ସମସ୍ୟାରେ ୬୦% ବୃଦ୍ଧି ଘଟିଥିବା କହିଛନ୍ତି ହାର୍ଟ ସ୍ପେଶାଲିଷ୍ଟ ଡା. ଅଶୋକ ସେଠ । ପଶ୍ଚିମ ଦେଶରେ ଏହାର ପ୍ରଭାବ ବହୁ ମାତ୍ରାରେ ଅନୁଭୂତ ହେଉଛି। ତେଣୁ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକେ ଲମ୍ବା ସମୟ ପର୍ଯ୍ୟନ୍ତ ଏହାର ପ୍ରଭାବ ଭୋଗିବେ। ଏହା ପ୍ରଭାବରେ ଏବେ ହାର୍ଟ ଆଟାକ ଓ ଷ୍ଟ୍ରୋକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଏମ୍ସ ଦିଲ୍ଲୀର ସିନିୟର ନ୍ୟୁରୋଲୋଜିଷ୍ଟ ପଦମା ଶ୍ରୀବାସ୍ତବଙ୍କ କହିବାନୁଯାୟୀ,  କରୋନା ଯୋଗୁ ଯେ କେବଳ  ଆକ୍ରାନ୍ତଙ୍କ ଫୁସଫୁସ କ୍ଷତିଗ୍ରସ୍ତ ହୋଇଛି ତାହା ନୁହେଁ, ଏହା ମସ୍ତିଷ୍କ ଓ ନର୍ଭସ୍‌ ସିଷ୍ଟମକୁ  ମଧ୍ୟ ଗଭୀର କ୍ଷତି ପହଞ୍ଚାଇଛି। ଏ ନେଇ ଷ୍ଟଡି ଚାଲିଥିବା ବେଳେ କୌଣସି ଚୂଡାନ୍ତ ନିର୍ଯ୍ୟାସ ବାହାରିପାରିନି। ତେଣୁ ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଏହି ସମସ୍ୟାକୁ ମୁକୁଳିବାର ବାଟ ଦେଖାଯାଉନି ।