ଏୟାରବସ-୩୩୦ରେ ବୋମା ଗୁଜବ, ଦିଲ୍ଲୀରେ ଜରୁରୀ ଅବତରଣ କଲା ତୁର୍କୀ ବିମାନ

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ତୁର୍କୀ ଏୟାରଲାଇନର ଏୟାରବସ-୩୩୦। ବ୍ୟାଙ୍ଗକକରୁ ଇସ୍ତାନବୁଲ ଯାଉଥିବା ଏହି ବିମାନରେ ବୋମା ଥିବା ଜଣେ ମହିଳାଯାତ୍ରୀ ଲିପଷ୍ଟିକରେ ୱାସରୁମ ମିରରରେ ଲଖିଥିଲେ । ଏହା ଜଣାପଡିବା ପରେ ପାଇଲଟ ନାଗପୁର ଏୟାରଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ନାଗପୁର ଏୟାର କଣ୍ଟ୍ରୋଲର ଦିଲ୍ଲୀରେ ବିମାନକୁ ଅବତରଣ କରାଇବକୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ପ୍ରାୟ ୧ଟା ୪୧ରେ ତୁର୍କୀ ବିମାନ କଡ଼ା ସୁରକ୍ଷା ବଳୟରେ ଅବତରଣ କରିଥିଲା […]

turkish airline

Rakesh Mallick
  • Published: Tuesday, 07 July 2015
  • , Updated: 07 July 2015, 01:34 PM IST

ନୂଆଦିଲ୍ଲୀ: ମଙ୍ଗଳବାର ଅପରାହ୍ନରେ ଦିଲ୍ଲୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି ତୁର୍କୀ ଏୟାରଲାଇନର ଏୟାରବସ-୩୩୦। ବ୍ୟାଙ୍ଗକକରୁ ଇସ୍ତାନବୁଲ ଯାଉଥିବା ଏହି ବିମାନରେ ବୋମା ଥିବା ଜଣେ ମହିଳାଯାତ୍ରୀ ଲିପଷ୍ଟିକରେ ୱାସରୁମ ମିରରରେ ଲଖିଥିଲେ । ଏହା ଜଣାପଡିବା ପରେ ପାଇଲଟ ନାଗପୁର ଏୟାରଟ୍ରାଫିକ୍ କଣ୍ଟ୍ରୋଲରଙ୍କ ସହ ଯୋଗାଯୋଗ କରିଥିଲେ। ନାଗପୁର ଏୟାର କଣ୍ଟ୍ରୋଲର ଦିଲ୍ଲୀରେ ବିମାନକୁ ଅବତରଣ କରାଇବକୁ ନିର୍ଦ୍ଦେଶ ଦେଇଥିଲେ। ଅପରାହ୍ନ ପ୍ରାୟ ୧ଟା ୪୧ରେ ତୁର୍କୀ ବିମାନ କଡ଼ା ସୁରକ୍ଷା ବଳୟରେ ଅବତରଣ କରିଥିଲା । ବିମାନ ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଓହ୍ଲେଇ ଦିଆଯାଇଥିଲା ।ବିମାନକୁ ଭାରତୀୟ ସେନାର ସ୍ୱତନ୍ତ୍ର କମାଣ୍ଡୋ, ଜାତୀୟ ସୁରକ୍ଷା ଗାର୍ଡ ଓ ଦିଲ୍ଲୀ ପୋଲିସ ଯାଞ୍ଚ କରିଥିଲେ। ଦୀର୍ଘ ସମୟ ଯାଞ୍ଚ ପରେ କୌଣସି କ୍ୟାବିନରେ ବୋମା ନ ଥିବା ଜଣାପଡିଥିବା ବେସମାରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ ବିମାନରେ ଥିବା ସବୁ ଯାତ୍ରୀମାନଙ୍କୁ ପଚରାଉଚରା କରାଯାଉଛି । ବିମାନବନ୍ଦରରେ ଥିବା ଇଣ୍ଟେଲିଜନ୍ସ ବ୍ୟୁରୋ (ଆଇବି) ଓ ର’ (ରିସର୍ଚ୍ଚ ଆଣ୍ଡ ଆନାଲିସ ୱିଙ୍ଗ୍)ର ସୁରକ୍ଷାକର୍ମୀ  ବୋମା ନେଇ ଯାତ୍ରୀମାନଙ୍କୁ ବାରମ୍ବାର ପଚରାଉଚରା କରୁଥିବାରୁ ଯାତ୍ରୀମାନଙ୍କ ପକ୍ଷରୁ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଅନ୍ୟପଟରେ ବିମାନରେ ବୋମା ଥିବା ଜାଣିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସିଆଇଏସଏଫ୍ ମୁଖ୍ୟ ଓ ବିମାନବନ୍ଦର ସୁରକ୍ଷା ବିଭାଗଙ୍କ ଆଲୋଚନା କରିଥିଲେ । ଏହାସହ ବେସାମରିକ ବିମାନ ମନ୍ତ୍ରାଳୟର ଏକ ଜରୁରୀକାଳୀନ ବୈଠକ ବସିଥିଲା।

Related story