ଏୟାର ଇଣ୍ଡିଆରେ ଆଉ ମିଳିବନି ଆମିଷ!

ନୂଆଦିଲ୍ଲୀ: ଖର୍ଚ୍ଚକାଟ ଉପରେ ଏୟାର ଇଣ୍ଡିଆର ଗୁରୁତ୍ୱ। ଋଣବୋଝରେ ଦେବାଳିଆ ପରିସ୍ଥିତିକୁ ଚାଲିଆସିଥିବା ଏୟାର ଇଣ୍ଡିଆ ଏବେ ସତର୍କ ହୋଇଯାଇଛି। ଏହି କାରଣରୁ  ଘରୋଇ ସେବାରେ ମେନୁରେ ନନଭେଜ୍ ଆଇଟମ(ଆମିଷ)କୁ ହଟାଇଦେଇଛି।  ଏହି ନିୟମ କେବଳ ଇକୋନମି  କ୍ଲାସ ପାଇଁ ଲାଗୁ ହେବ। ହେଲେ ଅନ୍ତର୍ଜାତୀୟ ସେବାରେ ଯାତ୍ରୀମାନଙ୍କୁ ନନଭେଜ୍‌ ଆଟଇମରୁ ବଞ୍ଚିତ କରାଯିବ ନାହିଁ। ଅର୍ଥାତ ଅନ୍ତର୍ଜାତୀୟ ସେବାରେ ଖାଦ୍ୟ ମେନୁ ଉପରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ନନଭେଜ୍ ଆଇଟମକୁ ବନ୍ଦ ନେଇ ନିଆଯାଇଥିବା […]

air-1

air-1

Rakesh Mallick
  • Published: Monday, 10 July 2017
  • Updated: 10 July 2017, 05:31 PM IST

ନୂଆଦିଲ୍ଲୀ: ଖର୍ଚ୍ଚକାଟ ଉପରେ ଏୟାର ଇଣ୍ଡିଆର ଗୁରୁତ୍ୱ। ଋଣବୋଝରେ ଦେବାଳିଆ ପରିସ୍ଥିତିକୁ ଚାଲିଆସିଥିବା ଏୟାର ଇଣ୍ଡିଆ ଏବେ ସତର୍କ ହୋଇଯାଇଛି। ଏହି କାରଣରୁ  ଘରୋଇ ସେବାରେ ମେନୁରେ ନନଭେଜ୍ ଆଇଟମ(ଆମିଷ)କୁ ହଟାଇଦେଇଛି।  ଏହି ନିୟମ କେବଳ ଇକୋନମି  କ୍ଲାସ ପାଇଁ ଲାଗୁ ହେବ। ହେଲେ ଅନ୍ତର୍ଜାତୀୟ ସେବାରେ ଯାତ୍ରୀମାନଙ୍କୁ ନନଭେଜ୍‌ ଆଟଇମରୁ ବଞ୍ଚିତ କରାଯିବ ନାହିଁ। ଅର୍ଥାତ ଅନ୍ତର୍ଜାତୀୟ ସେବାରେ ଖାଦ୍ୟ ମେନୁ ଉପରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ନନଭେଜ୍ ଆଇଟମକୁ ବନ୍ଦ ନେଇ ନିଆଯାଇଥିବା ସାମୟିକ ପଦେକ୍ଷେପ ଅର୍ଥନୈତିକ ସଙ୍କଟରୁ ମୁକ୍ତି ଦେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।  ଆମିଶ ଆଇଟମ ବନ୍ଦ କଲେ ବର୍ଷକୁ ୭-୮ କୋଟି ଟଙ୍କା ସଞ୍ଚୟ ହୋଇପାରିବ ବୋଲି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କହିଛନ୍ତି। ସୂଚନା ଅନୁଯାୟୀ ଏୟାର ଇଣ୍ଡିଆ ଏବେ ୫୨ ହଜାର କୋଟି ଟଙ୍କା ଋଣ ଜାଲରେ ଛନ୍ଦି ହୋଇଯାଇଛି। ସରକାର ଏହାକୁ ବିକ୍ରି ପାଇଁ ବିଚାର କରୁଛନ୍ତି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos