ଭାରତୀୟ ବାୟୁ ସେନାରେ ପ୍ରଥମଥର ପାଇଁ ସାମିଲ ହେଲେ ୩ ମହିଳା ପାଇଲଟ୍

ହାଇଦ୍ରାବାଦ: ଭାରତୀୟ ବାୟୁ ସେନାରେ ପ୍ରଥମଥର ପାଇଁ ମହିଳା ପାଇଲଟ୍‌ ସାମିଲ ହୋଇଛନ୍ତି। ଆଜି ତିନି ଜଣ ମହିଳା ଫାଇଟର୍ ପାଇଲଟ୍‌ଙ୍କୁ  ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିଧିବଦ୍ଧ ବାୟୁସେନାର ଫାଇଟର୍‌ ଜେଟ୍‌ ଉଡ଼ାଣରେ ସାମିଲ କରିଛନ୍ତି। ସେମାନେ ହେଲେ ବିହାରର ଫ୍ଲାଇଂ କ୍ୟାଡେଟ୍‌ ଭାବନା କାନ୍ତ, ମଧ୍ୟପ୍ରଦେଶର ଅବନୀ ଚତୁର୍ବେଦୀ ଏବଂ ରାଜସ୍ଥାନର ମୋହନା ସିଂ। ଏମାନେ ତେଜସ୍ ଏବଂ ସୁଖେଇ ଭଳି ବାୟୁସେନାର ଲଢୁଆ ବିମାନ ଉଡ଼ାଇବେ। ଏହାପୂର୍ବରୁ […]

pailot

Rakesh Mallick
  • Published: Saturday, 18 June 2016
  • , Updated: 18 June 2016, 10:57 AM IST

ହାଇଦ୍ରାବାଦ: ଭାରତୀୟ ବାୟୁ ସେନାରେ ପ୍ରଥମଥର ପାଇଁ ମହିଳା ପାଇଲଟ୍‌ ସାମିଲ ହୋଇଛନ୍ତି। ଆଜି ତିନି ଜଣ ମହିଳା ଫାଇଟର୍ ପାଇଲଟ୍‌ଙ୍କୁ  ହାଇଦ୍ରାବାଦ ସ୍ଥିତ ଏୟାରଫୋର୍ସ ଏକାଡେମୀରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ବିଧିବଦ୍ଧ ବାୟୁସେନାର ଫାଇଟର୍‌ ଜେଟ୍‌ ଉଡ଼ାଣରେ ସାମିଲ କରିଛନ୍ତି। ସେମାନେ ହେଲେ ବିହାରର ଫ୍ଲାଇଂ କ୍ୟାଡେଟ୍‌ ଭାବନା କାନ୍ତ, ମଧ୍ୟପ୍ରଦେଶର ଅବନୀ ଚତୁର୍ବେଦୀ ଏବଂ ରାଜସ୍ଥାନର ମୋହନା ସିଂ। ଏମାନେ ତେଜସ୍ ଏବଂ ସୁଖେଇ ଭଳି ବାୟୁସେନାର ଲଢୁଆ ବିମାନ ଉଡ଼ାଇବେ।

ଏହାପୂର୍ବରୁ ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ସମୟରେ ସେମାନେ ପ୍ରାୟ ୧୫୦ ଘଣ୍ଟା ଧରି ବିମାନ ଉଡ଼ାଇଛନ୍ତି ଏବଂ ଆସନ୍ତା  ୬ମାସ ପର୍ଯ୍ୟନ୍ତ ଅତ୍ୟାଧୁନିକ ଲଢୁଆ ବିମାନ ହକ୍‌ରେ ଉଡ଼ାଣ ପ୍ରଶିକ୍ଷଣ ନେବେ। ୨୦୧୭ରୁ ଏମାନେ ଉଡ଼ାଇବେ ଲଢୁଆ ବିମାନ। ଗତବର୍ଷ ମହିଳା ଦିବସ ଅବସରରେ କେନ୍ଦ୍ର ସରକାର ବାୟୁସେନାରେ ଲଢୁଆ ବିମାନ ଉଡ଼ାଣ କ୍ଷେତ୍ରରେ ମହିଳାମାନଙ୍କୁ ସାମିଲ ନେଇ ନିଷ୍ପତ୍ତି ନେଇଥିଲେ।

Related story