ଦିଲ୍ଲୀରୁ ଚାଇନାର ଉହାନକୁ ଉଡ଼ିବ ବିମାନ, କେବେ ଠାରୁ ଆରମ୍ଭ ହେବ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସର ସୃଷ୍ଟି କେନ୍ଦ୍ର କୁହାଯାଉଥିବା ଚାଇନାର ଉହାନକୁ ଭାରତରୁ ପୁଣିଥରେ ବିମାନ ସେବା ଆରମ୍ଭ କରାଯିବ। ଆସନ୍ତା ୩୦ ତାରିଖରୁ ଏୟାର ଇଣ୍ଡିଆ ଅପରେସନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଡିସେମ୍ବର ମାସରେ ଉହାନରୁ ହିଁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି। ତେବେ ଉହାନରେ ଚାଇନା ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ କଟକଣା ଜାରି କରିଥିଲେ। ସ୍ଥିତିରେ ସୁଧାର ଆସିବାରୁ […]

u

Hemant Lenka
  • Published: Saturday, 24 October 2020
  • , Updated: 24 October 2020, 03:11 PM IST

ନୂଆଦିଲ୍ଲୀ: କରୋନା ଭାଇରସର ସୃଷ୍ଟି କେନ୍ଦ୍ର କୁହାଯାଉଥିବା ଚାଇନାର ଉହାନକୁ ଭାରତରୁ ପୁଣିଥରେ ବିମାନ ସେବା ଆରମ୍ଭ କରାଯିବ। ଆସନ୍ତା ୩୦ ତାରିଖରୁ ଏୟାର ଇଣ୍ଡିଆ ଅପରେସନ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଡିସେମ୍ବର ମାସରେ ଉହାନରୁ ହିଁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ଖେଳାଇଛି।

ତେବେ ଉହାନରେ ଚାଇନା ସରକାର ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଏକାଧିକ କଟକଣା ଜାରି କରିଥିଲେ। ସ୍ଥିତିରେ ସୁଧାର ଆସିବାରୁ ଜୁନ୍‌ ମାସରୁ ଉହାନରେ ଲାଗିଥିବା ସମସ୍ତ କଟକଣାକୁ ପ୍ରତ୍ୟାହାର କରାଯାଇଥିଲା।

ଏବେ ବେଜିଂରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଅକ୍ଟୋବର ୩୦ରେ ବନ୍ଦେ ଭାରତ ମିଶନ ଅଧୀନରେ ଦିଲ୍ଲୀରୁ ଉହାନ ସେକ୍ଟରକୁ ବିମାନ ଉଡ଼ାଣ କରିବ। ଏହାପୂର୍ବରୁ ଚାଇନାର ବିଭନ୍ନ ପ୍ରାନ୍ତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ୫ଥର ବନ୍ଦେ ଭାରତ ମିଶନ ଜରିଆରେ ଏୟାର ଇଣ୍ଡିଆ ବିମାନ ପଠାଇଥିଲା।

ଏବେ ୬ଷ୍ଠ ଥର ପାଇଁ ଭାରତରୁ ଚାଇନାକୁ ବିମାନ ଯିବ। ନୂଆଦିଲ୍ଲୀରୁ ଯାଉଥିବା ଲୋକମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପରେ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରହିବେ। ପୂର୍ବରୁ ଅକ୍ଟୋବର ୨୩ରେ ଏହା ଉଡ଼ାଣ ଭରିବାର ଥିଲା। କିନ୍ତୁ ଏବେ ଏହା ୩୦ରେ ଉଡ଼ାଣ କରିବ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।

Related story